ଟିପିସିଓଡିଏଲ୍ ଲାଇନ୍‌ମ୍ୟାନ୍ ଓ ଇଞ୍ଜିନିୟରମାନେ ବିଦ୍ୟୁତ ଯୋଗାଣ ଶୀଘ୍ର ସ୍ୱାଭାବିକ କରିବା ଲାଗି କାଳବୈଶାଖୀ ସମୟରେ କଠିନ ସ୍ଥିତିରେ କାର୍ଯ୍ୟ କରୁଛନ୍ତି


କାଳବୈଶାଖୀ ଝଡ଼ ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ୭,୭୦୦ରୁ ଅଧିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଟିମ୍ ପ୍ରସ୍ତୁତ ରହିଛି


ଭାଙ୍ଗିପଡ଼ିଥିବା ଗଛ, ପ୍ରବଳ ବର୍ଷା, ଦ୍ରୁତ ଗତିର ବିପଦ, ଉପୁଡ଼ି ଯାଇଥିବା ବିଦ୍ୟୁତ ଖୁଂଟ, ଅଡ଼ୁଆ ହୋଇପଡ଼ିଥିବା ବିଦ୍ୟୁତ ପ୍ରବାହିତ ତାର, ଦବି ଯାଇଥିବା ରାସ୍ତାକୁ ଖାତିର ନକରି କାମ କରୁଛନ୍ତି


 ଭାଙ୍ଗିଯାଇଥିବା ରାସ୍ତା, ନଦୀ ପାଶ୍ୱର୍, ଜଙ୍ଗଲ ଓ ଦୁର୍ଗମ ଅଂଚଳରେ ଦିନରାତି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି


ଭୁବନେଶ୍ୱର: ଗତ କିଛି ଦିନ ହେବ ଏକାଧିକ କାଳବୈଶାଖୀ ଝଡ଼ ହୋଇଥିବାରୁ କିଛି ଘଂଟା ଭିତରେ ବିଦ୍ୟୁତ ଭିତିଭୂମିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅଳ୍ପ ସମୟ ଭିତରେ ଏହି ଅଂଚଳଗୁଡ଼ିକରେ ବିଦ୍ୟୁତ ଯୋଗାଣ ଶୀଘ୍ର ସ୍ୱାଭାବିକ କରିବା ଲାଗି ଟିପିସିଓଡିଏଲ୍ ଏହାର ୭,୭୦୦ରୁ ଅଧିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ, ଲାଇନ୍‌ମ୍ୟାନ୍ ଓ ଇଞ୍ଜିନିୟରଙ୍କୁ ନେଇ ଅତୁଟ ପ୍ରତିବଦ୍ଧତା ପ୍ରଦର୍ଶନ କରିଛି ।
ଯେଉଁ ସମୟରେ ଅଧିକାଂଶ ଲୋକ ଘର ଭିତରେ ରହିଥାନ୍ତି, ସେହି ସମୟରେ ଏହି ଟିମ୍ ଭାଙ୍ଗିପଡ଼ିଥିବା ଗଛ, ମୁଶଳଧାରର ବର୍ଷା, ଦ୍ରୁତ ଗତିର ପବନ, ଉପୁଡ଼ି ପଡ଼ିଥିବା ବିଦ୍ୟୁତ ଖୁଂଟ, ଗୁଡ଼ାଇତୁଡ଼ାଇ ହୋଇପଡ଼ିରହିଥିବା ବିଦ୍ୟୁତ ପ୍ରବାହିତ ତାର, ଦବି ଯାଇଥିବା ସଡ଼କ ଆଦିକୁ ଖାତିର ନକରି ଆଗକୁ ବଢ଼ୁଛନ୍ତି ଏବଂ ଭାଙ୍ଗି ଯାଇଥିବା ରାସ୍ତା, ନଦୀ ଶଯ୍ୟା, ଜଙ୍ଗଲ ଅଂଚଳରେ ରହି ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ଦୁର୍ଗମ ଅଂଚଳରେ ମଧ୍ୟ ସଫଳତାର ସହ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରୁଛି । କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏହି କର୍ମଚାରୀମାନଙ୍କ କାର୍ଯ୍ୟ ପାଇଁ କିଛି ଘଂଟା ଭିତରେ ପ୍ରଭାବିତ ଅଂଚଳର ୬,୦୦,୦୦୦ରୁ ଅଧିକ ଗ୍ରାହକ ଉପକୃତ ହୋଇପାରିଛନ୍ତି ।
ଟିମ୍‌କୁ ବିଦ୍ୟୁତ ଖୁଂଟ, କଣ୍ଡକ୍ଟର, ଆସେସୋରି, ହାଇଡ୍ରା ଓ ପୋଲମାଷ୍ଟର ପ୍ରଦାନ କରାଯାଇଛି ଏବଂ ରାତିରେ ପୁନରୁଦ୍ଧାର କାମ କରିବା ଲାଗି ସେମାନଙ୍କୁ ଆସ୍କା ଆଲୋକ ଦିଆଯାଇଛି ।
ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ଲାଗି ସବୁ ପ୍ରକାର ସୁରକ୍ଷା ନିୟମକୁ ପାଳନ କରି କଠିନ ସ୍ଥିତିରେ ରହି କାର୍ଯ୍ୟ କରୁଥିବା ଏହି ପ୍ରଚ୍ଛଦ ନାୟକମାନଙ୍କୁ ଟିପିସିଓଡିଏଲ୍ ପ୍ରଶଂସା ଓ ସଲାମ କରୁଛି । ବିଶେଷ କରି ଏଭଳି କଠିନ ସି୍ଥତିରେ ଏକ ଭରସାଯୋଗ୍ୟ ଓ ସ୍ଥିର ବିଦ୍ୟୁତ ବଂଟନ ନେଟ୍‌ୱର୍କର ଗୁରୁତ୍ୱକୁ ଆମେ ଭଲ ଭାବେ ବୁଝିଛୁ ।


Share It

Comments are closed.