ହୀରାକୁଦ ଡ୍ୟାମରେ ଖୋଲିଲା ସମୁଦାୟ ୨୦ଟି ଗେଟ


ଓଡିଶାରେ ଲଗାଣ ବର୍ଷା ହେତୁ ଦ୍ରୁତ ଗତିରେ ହୀରାକୁଦ ଜଳ ସ୍ତର ବଢିବାରେ ଲାଗିଛି । ପୂର୍ବରୁ ୧୪ଟି ଗେଟ ଖୋଲାହୋଇଥିବା ବେଳେ ପୁନର୍ବାର ୬ଟି ଗେଟ ଖୋଲାଯାଇଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ୨୦ଟି ଗେଟ ଖୋଲା ରହିଛି । ବର୍ତ୍ତମାନ ୬୧୫.୬୦ ଫୁଟରେ ଜଳସ୍ତର ପହଞ୍ଚିଥିବା ବେଳେ ୬୩୦ଫୁଟ ସର୍ବାଧିକ ଜଳ ଧାରଣ କ୍ଷମତା ରହିଛି ତେଣୁ ଯେକୌଣସି ପରିସ୍ଥିତିରେ ଅଧିକ ଗେଟ ଖୋଲାଯିବ ବୋଲି ସୂଚନା ରହିଛି ।


Share It

Comments are closed.