ଟେଷ୍ଟ କ୍ରିକେଟରୁ ବାଦ୍ ପଡିପାରେ ଟସ୍ ପ୍ରକିୟା


ଦର୍ଶକମାନେ ସମସ୍ତ କ୍ରିକେଟ ମ୍ୟାଚର ୧ଘଣ୍ଟା ପୂର୍ବରୁ ଟସ୍କୁ ଅପେକ୍ଷା କରିରହୁଥିବା ବେଳେ ବର୍ତ୍ତମାନ ଟେଷ୍ଟ ମ୍ୟାଚରୁ ଏହାର ଅପସାରଣ ପାଇଁ ଆଇସିସି (ଆର୍ନ୍ତଜାତୀୟ କ୍ରିକେଟ କାଉନସିଲ)ଦ୍ୱାରା ବିଚାର କରାଯାଉଛି । କ୍ରିକେଟ ମ୍ୟାଚରେ ଟସ୍ର ପ୍ରକିୟା ଆର୍ନ୍ତଜାତୀୟ କ୍ରିକେଟର ପ୍ରାରମ୍ଭରୁ ରହିଛି । ଅଦ୍ୟାବିଧି କ୍ରିକେଟ ପରମ୍ପରାରେ ଟେଷ୍ଟ ମ୍ୟାଚ ୨୩୦୩ ମ୍ୟାଚର ଇତିହାସ ସୃଷ୍ଟି କରିପାରିଛି । ୧୮୭୭ ମସିହାରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆର ମ୍ୟାଚରେ ପ୍ରଥମେ କେଉଁ ଟିମ ବ୍ୟାଟିଙ୍ଗ କରିବ ତାହା ନିର୍ଣ୍ଣୟ ନେବା ପାଇଁ ଟସ୍ ପ୍ରକିୟା ପ୍ରଚଳନ ହୋଇଥିଲା । ଟସ୍ ପ୍ରକିୟାରେ ଘରୋଇ କ୍ୟାପଟେନ କଏନ ପକାଇଥାନ୍ତି ଏବଂ ଭିଜିଟିଙ୍ଗ ସ୍କିପର କଲ କରିଥାନ୍ତି ।
ବର୍ତ୍ତମାନ ଟସ୍ର ଏହି ପାରମ୍ପରିକ ଧାରାକୁ ପରିବର୍ତ୍ତନ କରିବା ପାଇଁ ଆଇସିସି ପକ୍ଷରୁ ଚିନ୍ତା କରାଯାଉଛି ଯାହା ୨୦୧୯ ଟେଷ୍ଟ ଚାମ୍ପିଅନସିପ ବିଶ୍ୱ କପ ପରେ ପ୍ରାରମ୍ଭ ହୋଇପାରେ । ଯଦି ଏହି ଟସ୍ ପ୍ରକିୟାକୁ ଟେଷ୍ଟ କିକ୍ରେଟରୁ ବାଦ ଦିଆଯାଏ ତେବେ ଭିଜିଟିଙ୍ଗ କ୍ୟାପଟେନ କେଉଁ ଟିମ ପ୍ରଥମେ ବ୍ୟାଟିଙ୍ଗ କରିବେ ତାହା ଧାର୍ଯ୍ୟ କରିବେ । ଏହି ସମ୍ବନ୍ଧରେ ମେ ୨୮ ଏବଂ ୨୯ ତାରିଖରେ ମୁମ୍ବାଇରେ ଆଇସିସିର ସଦସ୍ୟ ରହିଥିବା ପ୍ରତିଷ୍ଠିତ ଖେଳାଳି ଭାରତୀୟ ପୂର୍ବତନ କ୍ୟାପଟେନ ତଥା କୋଚ ଅନିଲ କୁମ୍ବଲେ, ଭାରତୀୟ କ୍ୟାପଟେନ ରାହୁଲ ଦ୍ରାବିଡ, ଅଣ୍ଡ୍ରଉ ଷ୍ଟ୍ରସ, ଦ ନିଉଜିଲାଣ୍ଡ କ୍ରିକେଟ ମୁଖ୍ୟ ପରିଚାଳକ ଡାଭିଡ ହ୍ୱାଇଟ, ଅମ୍ପାୟାର ରିଚାର୍ଡ କୋଟୋଲବର୍ଗ, ସୌନ ପ୍ଲେକ ଏବଂ ପୂର୍ବତନ ଶ୍ରୀଲଙ୍କା ଖେଳାଳି ମାହେଲା ଜୟବର୍ଦ୍ଧନେଙ୍କ ଦ୍ୱାରା ନିଷ୍ପତ୍ତି ନିଆଯିବ ।


Share It

Comments are closed.