ସାମ୍ନାକୁ ଆସିଲା ସ୍ୱାମୀ ଜଣକ ସ୍ତ୍ରୀକୁ ଛାଡପତ୍ର ଦେବାର ବିରଳ ଘଟଣା, ପଢିକି ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ


ତାଇୱାନ ତାଇପେ କୋର୍ଟରେ ଏକ ବିରଳ ଘଟଣା ଶୁଣିବାକୁ ମିଳିଛି । ତାଇପେ ଟାଇମରୁ ମିଳିଥିବା ସୂଚନା ମୁତାବକ, ଜଣେ ବ୍ୟକ୍ତି ତା’ର ପତ୍ନୀକୁ ଛାଡ ପତ୍ର ଦେବା ପାଇଁ ଜିଲ୍ଲା କୋର୍ଟରେ ଆବେଦନ କରିଛନ୍ତି । ଆପଣ ମାନେ ଭାବୁଥିବେ ଏହା କୌଣସି ବିରଳ କିମ୍ବା ଅଭାବନୀୟ ଘଟଣା ନୁହେଁ କାରଣ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ସର୍ବଦା କଳହ ଲାଗିଲେ ଛାଡପତ୍ର ହେବା ଥଏ କିନ୍ତୁ ଏଠାରେ ତାହା ଘଟି ନାହିଁ । କାରଣ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସ୍ୱାମୀଙ୍କ ଅଭିଯୋଗ ମୁତାବକ ତା’ର ସ୍ତ୍ରୀର ମଧ୍ୟରେ ଅନ୍ୟ ସବୁ ଖରାପ ଗୁଣ ସହ ଏକ ପ୍ରମୁଖ ଖରାପ ଗୁଣ ରହିଛି ତାହା ହେଉଛି ସେ ବର୍ଷକୁ ଥରୁଟିଏ ଗାଧାନ୍ତି, ଯାହାକି ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଛି । ସ୍ତ୍ରୀର ଗାଧୋଇବା ପ୍ରତି ଥିବା ଅନିଛା ତାଙ୍କର ପରିବାର ଆରମ୍ଭ କରିବାରେ ବାଧା ଉପୁଯାଉଛି ।
ତାଙ୍କ କହିବା ମୁତାବକ କେବଳ ଏହା ନୁହେଁ, ତାଙ୍କ ସ୍ତ୍ରୀ କେବଳ ଗାଧୋଇବା ପାଇଁ ଅନିଛା ପ୍ରକଟ କରନ୍ତି ନାହିଁ ଏହା ସହ ସେ ଦୈନିକ ନିଜର ମୁହଁ ଏବଂ କେଶକୁ ମଧ୍ୟ ଧୁଅନ୍ତି ନାହିଁ । ସେ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ପ୍ରଥମ ପ୍ରଥମରୁ ଜମା ଖରାପ ନଥିଲେ । ବିବାହ ପୂର୍ବରୁ ପରସ୍ପର ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ । ସେହି ସମୟରେ ତାଙ୍କ ପ୍ରେମିକା ସପ୍ତାହକୁ ଥରୁଟିଏ ଗାଧୋଉଥିଲେ କିନ୍ତୁ ତାଙ୍କ ସହ ବିବାହ ହେବା ପରେ ତାଙ୍କ ପତ୍ନୀଙ୍କ ସ୍ୱଭାବରେ ଅନେକ ପରିବର୍ତ୍ତନ ଧିରେ ଧିରେ ଆସିବାକୁ ଲାଗିଲା । ତାଙ୍କର ପତ୍ନୀ ବର୍ଷକୁ ଥରୁଟିଏ ଗାଧାନ୍ତି ଯେଉଁଥିପାଇଁ ୬ ଘଣ୍ଟାର ସମୟ ସେ ନେଇଥାନ୍ତି । ଏହା ସହ ସେ କହଛନ୍ତି ଯେ, ତାଙ୍କ ସ୍ତ୍ରୀ ତାଙ୍କୁ କୌଣସି କାର୍ଯ୍ୟ କରାଇବାକୁ ଦେଉ ନାହାନ୍ତି । ସେ ୨୦୧୫ ରେ ଏକ ଚାକିରି ଖୋଜି ନିଜର ପରିବାର ଓ ସ୍ତ୍ରୀକୁ ଛାଡି ହିସିନସୁକୁ ପଳାଇଥିଲେ । ପରେ ତାଙ୍କ ସ୍ତ୍ରୀ ତାଙ୍କୁ ସେଠାରୁ ଖୋଜି ବାହାର କରିଥିଲେ ଏବଂ ଏହି ଚାକିରି ଛାଡି ଦେବାକୁ ଦାବୀ କରିଥିଲେ କିନ୍ତୁ ସ୍ୱାମୀ ଜଣକ ଚାକିରି ନଛାଡିବା ପାଇଁ ମନା କରିବା ଦେବା ସହ ଛାଡ ପତ୍ର ଦେବା ପାଇଁ ମନସ୍ଥ କରିଥିଲେ । ।
ମିଳିଥିବା ସୂଚନା ମୁତାବକ ବ୍ୟକ୍ତି ଜଣକ ପରେ ଛାଡ ପତ୍ର ଦେବେ ବୋଲି ସ୍ଥିର କରିଥିଲେ ।


Share It

Comments are closed.