ଶ୍ରେଷ୍ଠ ୧୦ଟି ପ୍ରଦୂଷିତ ସହର ମାନଙ୍କ ମଧ୍ୟରେ ଭାରତର କେଉଁ କେଉଁ ସହର ରହିଛି, ଆସନ୍ତୁ ଜାଣିବା


ସାରା ବିଶ୍ୱରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି । ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଏବଂ ସଂରକ୍ଷଣର ଚିନ୍ତାଧାରା ଜାଗ୍ରତ କରିବା । ପ୍ରତିବର୍ଷ ଏହି ଦିନକୁ (ଜୁନ ୫)କୁ ହିଁ ବିଶ୍ୱ ପରିବେଶ ଦିବସ ରୂପେ ପାଳନ କରାଯାଏ । ପ୍ରତି ବର୍ଷ ଲୋକମାନଙ୍କ ମନରେ ସଚେତନତା ଜାଗ୍ରତ ପାଇଁ ଏକ ବାର୍ତ୍ତା ପ୍ରସ୍ତୁତ କରାଯାଏ । ସେହିପରି ଚଳିତ ବର୍ଷର ବାର୍ତ୍ତା ହେଉଛି ପ୍ଲାଷ୍ଟିକ ପ୍ରଦୂଷଣରୁ କିପରି ପୃଥିବୀକୁ ଦୂରେଇ ରଖିବା । ଏହି ଦିବସକୁ ସାରା ବିଶ୍ୱରେ ପାଳନ କରିବା ପାଇଁ ପ୍ରଥମେ ସଂଯୁକ୍ତ ରାଷ୍ଟ୍ର ୧୯୭୨ ମସିହାରେ ଘୋଷଣା କରିଥିଲା କିନ୍ତୁ ପରେ ଏହା ୧୯୭୪ ମସିହା ଜୁନ ୫ରେ ପାଳନା କରାଯାଇଥିଲା । ଆଜି ହେଉଛି ଏହା ୪୫ତମ ଦିବସ ।
“ଜିନେୱା” ପକ୍ଷରୁ ପ୍ରକାଶିତ ପାଇଛି ବିଶ୍ୱର ଶ୍ରେଷ୍ଠ ୧୦ଟି ପ୍ରଦୂଷିତ ସହର, ଯେଉଁଥିରେ ପ୍ରଥମ ସ୍ଥାନରେ ଭାରତର କାନପୁର ରହିଛି । ଏହି ସହରର ସର୍ବାଧିକ ପ୍ରଦୂଷଣ ମାତ୍ରା ୧୭୩ ପିଏମ ୨.୫ ରହିଛି । ପିଏମ ୨.୫ ଏପରି ହେଉଛି ଏକ ପ୍ରଦୂଷଣ କାରକ, ଯାହାରକି ଆକାର ୨.୫ ମାଇକ୍ରୋମିଟର ଠାରୁ ମଧ୍ୟରୁ କମ ଅଟେ । ଅତ୍ୟଧିକ ପ୍ରଦୂଷଣ ତତ୍ତ୍ୱ ଏବଂ ତରଳ ପଦାର୍ଥର ମିଶ୍ରଣରେ ପ୍ରସ୍ତୁତ ହୋଇଥିବା ଏହି ପ୍ରଦୂଷିତ କାରକ, ବ୍ୟକ୍ତିର ଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧିୟ ରୋଗର ମୁଖ୍ୟ ଆବାହକ ହୋଇଥାଏ ।
ପ୍ରକାଶିତ ହୋଇଥିବା ସୂଚନା ମୁତାବକ କାନପୁର ପରେ ଦ୍ୱିତୀୟ ସ୍ଥାନରେ ଫରିଦାବାଦ ୧୭୨ ପିଏମ ୨.୫ ପ୍ରଦୂଷଣ ସ୍ତରରେ ରହିଥିବା ବେଳେ ଚତୁର୍ଥ ସ୍ଥାନରେ ଗୟା ୧୪୯ ପିଏମ ୨.୫ ଏବଂ ପଞ୍ଚମା ସ୍ଥାନରେ ବିହାରର ରାଜଧାନୀ ପାଟଣା ୧୪୪ ପିଏମ ୨.୪ ସ୍ତରରେ ରହିଛି ।
ସେହିପରି ଭାରତର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ୧୪୩ ପିଏମ ୨.୫ ରହିଥିବାବେଳେ ଏହା ଷଷ୍ଠ ସ୍ଥାନରେ ରହିଥିବାବେଳେ ପ୍ଲାଷ୍ଟିକ ଆବର୍ଜନା ସ୍ଥାନରେ ଦିଲ୍ଲୀ ହେଉଛି ପ୍ରଥମ । ଏଠାରେ ଦୈନିକ ୬୮୯.୫୨ ଟନ ପ୍ଲାଷ୍ଟିକ ଆବର୍ଜନା ନିଷ୍କାସିତ କରାଯାଉଛି ।
ଉତ୍ତର ପ୍ରଦେଶ ରାଜଧାନୀର ଲକ୍ଷେ୍ନø ଏହି ସୂଚୀରେ ସପ୍ତମ ସ୍ଥାନରେ ରହିଛି । ସେହିପରି ଆଗ୍ରା ଅଷ୍ଟମ ଏବଂ ମୁଜାଫରପୁର ନବମ ଓ ଶ୍ରୀନଗର ୧୦ମ ସ୍ଥାନରେ ରହିଛି । ସେଣ୍ଟରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ସୂଚନା ଅନୁଯାଇ ୨୦୧୬ ଅପେକ୍ଷା ୨୦୧୭ରେ ପ୍ରଦୂଷଣ ସ୍ତରରେ ସୁଧାର ଆସିଛି ।


Share It

Comments are closed.