ଭାରତରେ ବିକ୍ରି ଆରମ୍ଭ ହେଲା ୱାନ ପ୍ଲସ୍ ୬ ସିଲ୍କ


ୱାନ ପ୍ଲସ୍ ପକ୍ଷରୁ ଏହାର ନୂତନ ସ୍ମାର୍ଟଫୋନ ୱାନ ପ୍ଲସ୍ ୬ ସିଲ୍କ ହ୍ୱାଇଟ୍ ଲିମିଟେଡ୍ ସଂସ୍କରଣ ବହୁ ପ୍ରତିକ୍ଷୀତ ୱାନ୍ ପ୍ଲସ୍ ନୂତନ ଭ୍ୟାରିଆଣ୍ଟର ଅତ୍ୟାଧୁନିକ ଶୁଭାରମ୍ଭ । ଏହି ନୂତନ ଭ୍ୟାରିଆଣ୍ଟ ପାଇଁ ‘ନୋଟିଫାଏ ମିଁ’ ପଞ୍ଜିକରଣ ବର୍ତ୍ତମାନ ଆମାଜନ.ଇନ୍ରେ ଉପଲବ୍ଧ ।
ୱାନ ପ୍ଲସ୍ ୬ ସିଲ୍କ ହ୍ୱାଇଟ୍ ଲିମିଟେଡ୍ ସଂସ୍କରଣ କେବଳ ସୁନ୍ଦରତାକୁ ପ୍ରଦର୍ଶନ କରେ ନାହିଁ, ବରଂ ୱାନ୍ ପ୍ଲସ୍କୁ ଉତ୍ତମ କଳାକୃତି ପ୍ରଦାନ କରି ଆହୁରି ଆକର୍ଷଣୀୟ କରିଥାଏ । ଉଭୟ ଲୁକ୍ ଓ ଅନୁଭବତାରେ ଉନ୍ନତ ନମନୀୟତା ଆଣିବା ପାଇଁ ଏହାକୁ ଭଲଭାବରେ ପଲିସ୍ କରାଯାଇଛି, ଯେଉଁଥିରେ ମୋତି ଗୁଣ୍ଡକୁ ସିଞ୍ଚନ କରାଯାଇଥିବାରୁ ସୂଷ୍ମ ସିମେରିଂ ଇଫେକ୍ଟ ପ୍ରଦର୍ଶନ କରୁଛି । ଧଳା ରଙ୍ଗର କଳାକୃତି ଥିବା ଏହି ଯନ୍ତ୍ରକୁ କୋମଳ କରିବା ପାଇଁ ଛଅଟି ଭିନ୍ନ ଶ୍ରେଣୀର କାଚ ଏଥିରେ ପ୍ରୟୋଗ କରାଯାଇଛି । ସ୍ନାପ୍ ଡ୍ରାଗନ ୮୪୫, ୮ ଜିବି ର୍ୟାମ୍ ସହିତ ୧୨୮ ଜିବିର ଷ୍ଟୋରେଜ୍ ଏହାକୁ ଦୃତ ଓ ଅଧିକ ଆକର୍ଷଣୀୟ କରୁଛି ।
ୱାନ ପ୍ଲସ୍ ୬ ସିଲ୍କ ହ୍ୱାଇଟ୍ ଲିମିଟେଡ୍ ସଂସ୍କରଣର ଗ୍ରାହକମାନଙ୍କ ପାଇଁ ସିଟି ବ୍ୟାଙ୍କ ଡେବିଟ ଓ କ୍ରେଡିଟ କାର୍ଡ ମାଧ୍ୟମରେ ୨,୦୦୦ ଟଙ୍କାର କ୍ୟାସ୍ ବ୍ୟାକ୍ ପାଇପାରିବେ । ସେମାନଙ୍କୁ ମଧ୍ୟ ଅନ୍ୟ ସମସ୍ତ ପ୍ରମୂଖ ବ୍ୟାଙ୍କମାନଙ୍କରେ ୩ ମାସ ପର୍ଯ୍ୟନ୍ତ ଇଏମ୍ଆଇ ଦେବାକୁ ପଡ଼ିବ ନାହିଁ ।
ଏଥି ସହିତ, ଗ୍ରାହକମାନେ କୋଟାକ୍ ୮୧୧ ଆପ୍ ଡାଉନଲୋଡ୍ କରି ୧୨-ମାସର ଦୁର୍ଘଟଣାଜନୀତ କ୍ଷତି ବୀମା ପାଇଁ ଯୋଗ୍ୟ ହୋଇପାରିବେ । ୨୫୦ ଟଙ୍କାରେ ଗ୍ରାହକମାନେ ସମସ୍ତ ଆମାଜନ ପ୍ରାଇମ୍ ଭିଡିଓ ପାଇପାରିବେ ଏବଂ ଆମାଜନ କିଣ୍ଡଲେ ଇ-ବୁକ୍ସ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ଅନ୍ୟାନ୍ୟ ସହଯୋଗୀ ଅଫର ମଧ୍ୟରେ ରହିଛି ୨,୦୦୦ ଟଙ୍କାର କ୍ୟାସ୍ବ୍ୟାକ୍, ଆଇଡିଆ ବ୍ୟବହାରକାରୀଙ୍କ ପାଇଁ ଯାନ୍ତ୍ରିକ ବୀମା ଏବଂ କ୍ଲିୟର୍ ଟ୍ରିପ୍ ମାଧ୍ୟମରେ ବିମାନ ତଥା ହୋଟେଲ ବୁକିଂ କରିବା ପାଇଁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ଇତ୍ୟାଦି ।


Share It

Comments are closed.