କ’ଣ ସତରେ ନୁସରତ ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ଫାଟର କାରଣ ସାଜିଛନ୍ତି ବିଜେପି ନେତା ୟସ ଦାସଗୁପ୍ତା, ଜାଣନ୍ତୁ ପୁରା ଘଟଣା


ତୃଣମୂଳ କଂଗ୍ରେସ ନୁସରତ ଜହାଁ ନିଜ ବୈବାହିକ ଜୀବନକୁ ନେଇ ଗତ କିଛି ଦିନ ହେଲା ଚର୍ଚ୍ଚାରେ ଅଛନ୍ତି । ଏହି ଚର୍ଚ୍ଚା ମଧ୍ୟରେ ତାଙ୍କ ନାଁ ବଙ୍ଗୀୟ ଅଭିନେତା ଓ ବିଜେପି ନେତା ୟଶ ଦାସଗୁପ୍ତାଙ୍କ ସହ ଯୋଡ଼ା ଯାଉଛି । କିଏ ଏହି ୟଶ ? ନୁସରତଙ୍କ ସହ ତାଙ୍କ ସମ୍ପର୍କ କଣ ?

ୟଶ ଦାସଗୁପ୍ତାଙ୍କ ବୟସ ୩୬ ବର୍ଷ । ୧୯୮୫ ଅକ୍ଟୋବର ୧୦ ରେ ତାଙ୍କ ଜନ୍ମ । ଟାଇମ୍ସ ଅଫ ଇଣ୍ଡିଆ ତାଙ୍କୁ ବଙ୍ଗଳାର ୧୦ ଡିଜାୟରେବଲ ପୁରୁଷଙ୍କ ତାଲିକାର ଶୀର୍ଷରେ ରଖିଛି । ମଜାଦାର କଥା ହେଲା ସେ ନୁସରତ ଜହାଁଙ୍କ ସହ ଏମିତି ଏକ ଫିଲ୍ମ କରୁଛନ୍ତି ଯେଉଁଥିରେ ତୃଣମୂଳର ଆଉ ଜଣେ ସୁନ୍ଦର ସାଂସଦ ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ମଧ୍ୟ ଅଛନ୍ତି । ନୁସରତଙ୍କ ସହ ୟଶଙ୍କର ଏହା ତୃତୀୟ ଫିଲ୍ମ ।


ୟଶ ଅଭିନେତା ସହ ମଡେଲ ଓ ଭାରତୀୟ ଜନତା ଦଳର ନେତା ମଧ୍ୟ । ନିକଟରେ ବଙ୍ଗଳା ବିଧାନସଭା ନିର୍ବାଚନରେ ବିଜେପି ତାଙ୍କୁ କନ୍ଦିତାଲାରୁ ପ୍ରାର୍ଥୀ କରିଥିଲା । କିନ୍ତୁ ସେ କଂଗ୍ରେସ ପ୍ରାର୍ଥୀ ସ୍ଵାତିଙ୍କ ଠାରୁ ହାରି ଯାଇଥିଲେ । ସ୍ଵାତିଙ୍କୁ ୫୦ ପ୍ରତିଶତ ଭୋଟ ମିଳିଥିବାବେଳେ ୟଶଙ୍କୁ ୩୦ ପ୍ରତିଶତ ଭୋଟ ମିଳିଥିଲା । ସେ ଚଳିତ ବର୍ଷ ମାର୍ଚ୍ଚରେ ବିଜେପିରେ ସାମିଲ ହୋଇଥିଲେ ।

ୟଶ ଟେଲିଭିଜନ ଜଗତରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ଗ୍ୟାଙ୍ଗଷ୍ଟର । ଏହାପରେ ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ସେ ଚର୍ଚ୍ଚିତ ଟିଭି ସିରିଏଲ ‘ନା ଆନା ଇସ ଦେଶ ମେରେ ଲାଡୋ’ରେ ମଧ୍ୟ ଅଭିନୟ କରିଛନ୍ତି ।କୋଲକାତାରେ ସେ ଜଣେ ଟ୍ୟାଲେଣ୍ଟ ହଣ୍ଟ ଜରିଆରେ ସାମ୍ନାକୁ ଆସିଥିଲେ । ଏହାପରେ ସେ ମୁମ୍ବାଇ ଚାଲିଯାଇଥିଲେ । ସେଠାରେ ସେ ଟିଭି ଜଗତରେ କାମ କରିଥିଲେ ।

ୟଶଙ୍କ ବ୍ୟକ୍ତିତ୍ୱ ଖୁବ ଆକର୍ଷଣୀୟ । ତାଙ୍କୁ ଯାତ୍ରା କରିବା ଓ ଫଟୋଗ୍ରାଫି କରିବା ବହୁତ ପସନ୍ଦ । ଏହାସହ ସେ ଫିଟ୍ନେସ ଫ୍ରିକ ଓ ଏଡଭେଞ୍ଚର ସ୍ପୋର୍ଟ୍ସ ମଧ୍ୟ । ସେ ବଡି ବିଲଡିଂ ମଧ୍ୟ କରନ୍ତି । ବାପାଙ୍କ ଚାକିରି ପାଇଁ ସେ ଦିଲ୍ଲୀ, ମଧ୍ୟପ୍ରଦେଶ, ମୁମ୍ବାଇ, ଶିକ୍କିମ ଭଳି ଅନେକ ସାହରେ ରହିଛନ୍ତି । ସ୍କୁଲ ସମୟରୁ ଅଭିନୟ ପ୍ରତି ତାଙ୍କର ଦୁର୍ବଳତା ଥିଲା । ସ୍କୁଲ ସମୟରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ତୁର୍କୀରେ ଯେତେବେଳେ ସୈନ୍ୟ ବିଦ୍ରୋହ ଜରିଆରେ ଆକ୍ରମଣ ହୋଇଥିଲା ସେତେବେଳେ ସେ ଇସ୍ତାନବୁଲରେ ଏକ ଫିଲ୍ମର ସୁଟିଂ କରୁଥିଲେ। ସେ ସେଠାରେ ଫସି ଯାଇଥିଲେ । ଏହି ଚଳଚ୍ଚିତ୍ରରେ ସେ ତୃଣମୂଳ ସାଂସଦ ମିମି ଚକ୍ରବର୍ତ୍ତୀଙ୍କ ସହ କାମ କରିଥିଲେ। ସେ ନିଜ କ୍ୟାରିଅରର ପ୍ରଥମ ଫିଲ୍ମ ଗ୍ୟାଙ୍ଗଷ୍ଟର ମିମିଙ୍କ ସହ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ତାଙ୍କ ସହ ୪ଟି ଫିଲ୍ମରେ କାମ କରିଛନ୍ତି।


Share It

Comments are closed.