ଓମ୍ପାୟାରଙ୍କୁ ସାକିବଙ୍କ ଅସଦାଚରଣ, ଭିଡିଓ ଭାଇରାଲ


କୁହାଯାଏ ଗୋଟିଏ ମଣିଷର ରାଗ ବ୍ରହ୍ମ ଚଣ୍ଡାଳ । ଅର୍ଥାତ୍ ଜଣେ ରାଗିଗଲେ ନିଜର ଅସ୍ତିତ୍ୱ ହରାଇ ବସେ । ଆଉ କରିବସେ ଅନେକ ଭୁଲ । ଯେଉଁ ଭୁଲରେ ବେଳେବେଳେ କ୍ଷମା ବି ନଥାଏ । ଏମିତି କିଛି ଘଟଣା ଘଟିଛି ବାଂଲାଦେଶୀ କ୍ରିକେଟର ତଥା ଅଲରାଉଣ୍ଡର ସାକିବ୍ ଅଲ୍ ହାସନ । ଶୁକ୍ରବାର ଢାକାରେ ଚାଲିଥିବା ଟି-୨୦ ମ୍ୟାଚ୍ ସମୟରେ ଏଭଳି କିଛି ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏମିତି ଏକ ଭିଡିଓ ।

ଯାହାକୁ ଯେ କେହି ଦେଖିଲେ ବି ରାଗିଯାଉଛି । ଭିଡିଓରେ ଦେଖଯାଉଛି ଯେ, କ୍ରୋଧିରେ ଜର୍ଜରିତ ହୋଇ ଏହି ଖେଳାଳୀ ଜଣଙ୍କ ଷ୍ଟମ୍ପକୁ ଗୋଇଠା ମାରୁଛନ୍ତି । କେବଳ ସେତିକି ନୁହେଁ ଅମ୍ପାୟାରଙ୍କୁ ମଧ୍ୟ ଖରାପ ବ୍ୟବହାର କରୁଛନ୍ତି । ତେବେ ଏନେଇ ସେ ପରେ ଅମ୍ପାୟାରଙ୍କୁ ନିଜର ଏପରି ଦୋଷ ପାଇଁ କ୍ଷମା ମାଗିଛନ୍ତି । ମ୍ୟାଚ୍ ପରେ ଶାକିବ ଏହାକୁ ମାନବୀୟ ତ୍ରୁଟି ବୋଲି କହିଛନ୍ତି । ସେ କହିଛନ୍ତି ମୋର ଏପରି କରିବା ଉଚିତ୍ଏ ନଥିଲା । ଭିଡିଓଟି ହେଉଛି ଢାକା ପ୍ରିମିୟର ଲିଗର ।

ଯଦିଓ ଏହି ମ୍ୟାଚରେ ଶାକିବ ଅଲ ହାସନଙ୍କ ଏହି ପ୍ରଭାବ ଦେଖିବାକୁ ମିଳିନାହିଁ । ଶାକିବଙ୍କ ଟିମ୍ ମହମେଡନ ସ୍ପୋର୍ଟିଂ କ୍ଲବ ଡାର୍କ ୱର୍ଥ ଲୁଇସ ପଦ୍ଧତିରେ ଆବାହାନି ଲିମିଟେଡକୁ ପରାସ୍ତ କରିଛି । ୩୪ ବର୍ଷୀୟ ପୂର୍ବତନ ବାଂଲାଦେଶ ଅଧିନାୟକ ହୁଏତ କ୍ଷମା ମାଗିଛନ୍ତି । କିନ୍ତୁ ଷ୍ଟମ୍ପକୁ ଗୋଇଠା ମାରିବା ଏକ ‘ସ୍ତର ତିନି’ ଅପରାଧ ଏବଂ ଏହି ଆଚରଣ ପାଇଁ ତାଙ୍କୁ ଏକ ଦଣ୍ଡ ମଧ୍ୟ ମିଳିପାରେ ।

ଶାକିବ ଫେସବୁକ ଜରିଆରେ ତାଙ୍କ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଜଣେ ଅନୁଭବୀ କ୍ରିକେଟରଙ୍କୁ ଏଭଳି ଆଚରଣ ଶୋଭା ପାଏନି । କିନ୍ତୁ, ଖେଳରେ ପରିସ୍ଥିତି ଏପରି ଥିଲା ମୁଁ ରାଗକୁ କଣ୍ଟ୍ରୋଲ କରିପାରିନଥିଲି । ଆଯୋଜକଙ୍କୁ ଏବଂ ସମସ୍ତଙ୍କୁ ମୋର କ୍ଷମା ପ୍ରାର୍ଥନା । ଭବିଷ୍ୟତରେ ଯେଭଳି ଏମିତି ଭୁଲର ପୁନରା ବୃତ୍ତି ନହୁଏ ।


Share It

Comments are closed.