ଭାରତ ଏବଂ ଆଫ୍ରିକାରେ ମିଳିତ ଭାବେ କାର୍ଯ୍ୟ କରିବେ ଆପଲ୍ ଏବଂ ଏୟାରଟେଲ


ଭୁବନେଶ୍ୱର: ଆପଲ ସିଇଓ ଟିମ କୁକ୍ ଏବଂ ଭାରତୀ ଗ୍ରୁପର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶ୍ରୀ ସୁନୀଲ ଭାରତୀ ମିତଲ ଶୁକ୍ରବାର ଦିନ ପରସ୍ପରକୁ ଭେଟିଛନ୍ତି । ଏହି ସମୟରେ ଆପଲ୍ ଏବଂ ଏୟାରଟେଲ ଇଣ୍ଡିଆ ମଧ୍ୟରେ ଚାଲିଆସୁଥିବା ଦୀର୍ଘ ସମ୍ପର୍କ ଉପରେ ଉଭୟ ନିଜ ନିଜର ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ଉଭୟ କମ୍ପାନୀ ଭାରତୀୟ ଏବଂ ଆଫ୍ରିକୀୟ ବଜାରରେ ଅଧିକ ଘନିଷ୍ଠ ଭାବେ କାର୍ଯ୍ୟ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି ବୋଲି ଭାରତୀ ଗ୍ରୁପ ପକ୍ଷରୁ ପ୍ରକାଶ ପାଇଛି ।


Share It

Comments are closed.