କରୋନା ଭାଇରସ ସଙ୍କଟକୁ ଦୃଷ୍ଟିରେ ରଖି ୧୫ ଏପ୍ରିଲକୁ ଘୁଞ୍ଚିଲା ଆଇପିଏଲ


ଆଇପିଏଲର ୧୩ତମ ସଂସ୍କରଣ ଆସନ୍ତା ୨୯ ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବାବେଳେ କରୋନା ଭାଇରସର ଭୟାଭୟକୁ ଦୃଷ୍ଟି ରଖି ବିସିସିଆଇ ଏହାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି । ଆଇପିଏଲ ୧୩ତମ ସଂସ୍କରଣର ଶୁଭାରମ୍ଭ ସହ ମାର୍ଚ୍ଚ ୨୯ରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମୁମ୍ବାଇ ୱାଙ୍ଖଡେ ଷ୍ଟାଡିୟମରେ ଉଦ୍‌ଘାଟନୀ ମ୍ୟାଚ ଥିବାବେଳେ ଏହାକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।

କରୋନା ଭାଇରସକୁ ନେଇ ଦେଶରେ ଉପୁଜିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଆଇପିଏଲ ପରିଚାଳନା ପରିଷଦ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ଦିଲ୍ଲୀ ସରକାର ଆଇପିଏଲ ଖେଳ ଦିଲ୍ଲୀରେ ହୋଇ ପାରିବ ନାହିଁ ବୋଲି ଘୋଷଣା କରିସାରିଥିବାବେଳେ ବର୍ତ୍ତମାନ ବିସିସିଆଇ ଏହି ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, “ବିସିସିଆଇ ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲକୁ ୧୫ ଏପ୍ରିଲ ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ରଖିଛି ।”


Share It

Comments are closed.