କରୋନାର ତାଣ୍ଡବ ଯୋଗୁଁ ହାତ ମିଳାଇବା ବନ୍ଦ କରି ନମସ୍କାର କରିବା ଆରମ୍ଭ କଲେ ଟ୍ରମ୍ପ


କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ସମସ୍ତେ ବେଶ ସତର୍କତା ଅବଲମ୍ବନ କରୁଥିବାବେଳେ ଏଥିରେ ବାଦ ପଡିନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ସଂପର୍କରେ ପ୍ରତିକ୍ରିୟା ରଖି ଟ୍ରମ୍ପ କହିଥିଲେ ଯେ, ସେ ଆୟରଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ ସମୟରେ ତାଙ୍କ ସହ ହାତ ମିଳାଇନଥିଲେ । ଟ୍ରମ୍ପ ଆହୁରୀ ମଧ୍ୟ କହିଥିଲେ ଯେ, “ଆମେ କେବଳ ପରସ୍ପରକୁ ଦେଖିଥିଲୁ, ଏହା ଟିକିଏ ଅଜବ ଥିଲା । ମୁଁ ହାତ ଯୋଡି କହିଥିଲି ଏପରି କରିବା ପାଇଁ । ମୁଁ ଭାରତରୁ ଅଳ୍ପ କିଛି ଦିନ ହେବ ଆସିଛି । ସେଠି ମୁଁ ହାତ ମିଶାଇନଥିଲି, ହାତ ଯୋଡିବା ସହଜ ଥିଲା । ”କରୋନା ଭାଇରସର ଭୟାବହକୁ ନେଇ ଇନ୍ଧିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ୩୬ ପ୍ରତିଶତ ହ୍ରାସ ଘଟିଥିବାବେଳେ ସବୁବେଳେ ଏଠାରେ ୨୫ ହଜାରରୁ ଅଧିକ ଯାତ୍ରୀ ଆଗମନ କରିଥାନ୍ତି । ବର୍ତ୍ତମାନ ଏଥିରେ ହ୍ରାସ ଘଟି ୧୬ ହଜାରରେ ଆସି ପହଞ୍ଚିଲାଣି ।
ସେପଟେ ଭାରତରେ ପ୍ରଥମ କରୋନା ଭାଇରସରେ ସଂକ୍ରମିତ ରୋଗୀର ମୃତ୍ୟୁ ଘଟିଥିବାବେଳେ ବର୍ତ୍ତମାନ ଦେଶରେ ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ୭୬ରେ ଆସି ପହଞ୍ଚିଲାଣି ।


Share It

Comments are closed.