ଦୁର୍ଗମ ଅଂଚଳର ଫସିଥିବା କୋଭିଡ ସଂକ୍ରମିତଙ୍କ ପାଇଁ ଆସିଲା ଚଳନଶୀଳ ଆଇସିୟୁ ‘ଅର୍ପିତ’


‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତୀୟ ବାୟୁସେନା ଏଭଳି ଏକ ଉପକରଣ ପ୍ରସ୍ତୁତ କରିଛି, ଯାହାକି ଦୁର୍ଗମ ବା ରିମୋଟ ଅଂଚଳରେ ଫସିଥିବା ସଂକ୍ରମିତ ଲୋକମାନଙ୍କର ଚିକିତ୍ସା କରିବାରେ ସାହାଯ୍ୟକାରୀ ହେବ । ଏହି ଉପକରଣର ନାମ ରଖାଯାଇଛି ଏୟାରବର୍ଣ୍ଣ ରେସ୍କ୍ୟୁ ପଡ୍ ଫର ଆଇସୋଲେଟେଡ ଟ୍ରାନ୍ସପୋର୍ଟେସନ (ଅର୍ପିତ) । ଏହି ଉପକରଣର ଆମଦାନୀ ମୂଲ୍ୟ ୬୦ ଲକ୍ଷ ଟଙ୍କା ଅଟେ ।
ଚଣ୍ଡୀଗଡ଼ ସ୍ଥିତ ଏୟାରାଫୋର୍ସର ୩ ବେସ ରିପେୟାର ଡିପୋ (ବିଆରଡି) ଏହି ପଡକୁ ସ୍ୱଦେଶୀ ସାମଗ୍ରୀ ସହିତ ମାତ୍ର ୬୦ ହଜାରରେ ପ୍ରସ୍ତୁତ କରିଛନ୍ତି । ଏହି ଅର୍ପିତର ଉପକରଣକୁ ଏୟାରଫୋର୍ସ ଦ୍ୱାରା ମିନିଷ୍ଟ୍ରି ଅଫ ହେଲଥ ଆଣ୍ଡ ଫ୍ୟାମିଲି ୱେଲଫେୟାର; ନ୍ୟାସନାଲ ଫେଡେରେସନ ବୋର୍ଡ ଅଫ ହସ୍ପିଟାଲ ଓ ସେଂଟର ଫର ଡିଜିଜ୍ କଂଟ୍ରୋଲ ୟୁଏଜ୍ର ଗାଇଡଲାଇନ ଅନୁଯାୟୀ ପ୍ରସ୍ତୁତ କରାଯାଇଛି ।
୩ ବେସ ରିପେୟାର ଡିପୋ ବର୍ତମାନ ପାଇଁ ୭ ଅର୍ପିତ ଉପକରଣ ପ୍ରସ୍ତୁତ କରିଛି । ଏହା ଏକ ହାଲକା ଓଜନ ବିଶିଷ୍ଟ ଆଇସୋଲେସନ ସିଷ୍ଟମ ଅଟେ, ଯାହାକୁ ବିଶେଷଜ୍ଞମାନେ ସ୍ୱଦେଶୀ ଏଭିଏସନ ସାର୍ଟିଫାଏଡ ମ୍ୟାଟେରିଆଲରେ ପ୍ରସ୍ତୁତ କରିଛନ୍ତି । ଏହି ଉପକରଣରେ ଉଚ୍ଚ ଦକ୍ଷତା ସମ୍ପର୍ଣ୍ଣ ବିଶେଷ ବାୟୁ ଏଚ-୧୩ ଫିଲ୍ଟର ଭେଂଟିଲେଟର ସିଷ୍ଟମ ମଧ୍ୟ ଆଟାଚ ରହିଛି ।
ଏହି ଉପକରଣକୁ ଲାଇଫ ସପୋର୍ଟ ଓ ମନିଟରିଙ୍ଗ ଇଂଷ୍ଟ୍ରୁୁମେଂଟ ସିଷ୍ଟମ ଆଧାରରେ ଡିଜାଇନ କରାଯାଇଛି । ଉପକରଣକୁ ଡେଫ୍ରିବ୍ରିଲେଟର ୱିଥ ମଲ୍ଟିପାରାମିଟର,ପଲ୍ସ ଅକ୍ସିମିଟର, ଇନଫ୍ୟୁଜନ ପମ୍ପ ଓ ହେଲଥକେୟାର ପ୍ରଫେସନାଲଙ୍କ ପାଇଁ ଲଙ୍ଗ ଆର୍ମ ଗ୍ଲୋଭ୍‌ସ ଇତ୍ୟାଦି ସିଷ୍ଟମରେ ବ୍ୟବସ୍ଥିତ କରାଯାଇଛି ।
ଇଣ୍ଡିଆନ ଏୟାରଫୋର୍ସର ଚିନୁକ ହେଲିକପ୍ଟର ଦୁର୍ଗମ ଅଂଚଳରେ ଫସିଥିବା ଲୋକାମାନଙ୍କୁ ବାହାର କରି ଆଣିବ । ବିମାନରେ ଏହି ସଂକ୍ରମିତ ରୋଗୀ ଓ ଯବାନମାନଙ୍କୁ ଏହି ଉପକରଣରେ ପ୍ୟାକ କରିକି ଅଣାଯିବ, ଯାହାଦ୍ୱାରା ବିମାନର ସମସ୍ତ କ୍ର‌୍ୟୁ ମେମ୍ବରମାନଙ୍କୁ ଏବଂ ସାଥିରେ ଆସିଥିବା ହେଲଥକେୟାର ପ୍ରଫେସନାଲମାନେ ସଂକ୍ରମଣରୁ ନିରାପଦ ରହିପାରିବେ । ଏୟାରବେସ୍ ରୁ ଏହି ରୋଗୀମାନଙ୍କୁ ଏହି ଉପକରଣରେ ରଖି ଆମ୍ବୁଲାନ୍ସ ଜରିଆରେ କୋଭିଡ ହସପିଟାଲରେ ପହଂଚାଯିବ ।


Share It

Comments are closed.