ଏୟାରଟେଲ୍‌ର କ୍ଲାଉଡ୍‌-ଆଧାରିତ ସିସିଟିଭି କ୍ୟାମେରା ଏକ୍ସସେଫ୍‌ର ବିଭିନ୍ନ ସୁବିଧା


ଭୁବନେଶ୍ୱର : ସିସିଟିଭି କ୍ୟାମେରାଗୁଡିକର ବ୍ୟବହାର ଉଭୟ ଆବାସିକ ଓ ବାଣିଜ୍ୟିକ ସ୍ଥାନରେ ବହୁମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ସିସିଟିଭି କ୍ୟାମେରାଗୁଡିକ ପ୍ରତ୍ୟେକ ଘରଗୁଡିକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ନିରୀକ୍ଷଣ ଉପରକରଣ ପାଲଟିଛି । ତେବେ ପାରମ୍ପରିକ ଡିଭିଆର୍‌-ଆଧାରିତ ସିଷ୍ଟମଗୁଡିକୁ ଏବେ ଅନେକ ସ୍ଥାନରେ କ୍ଲାଉଡ୍‌-ଆଧାରିତ ସିଷ୍ଟମରେ ସ୍ଥାନାନ୍ତର କରାଯାଉଛି । କ୍ଲାଉଡ୍‌-ଆଧାରିତ ସିସିଟିଭି ଟେକ୍ନୋଲୋଜି ପୁରୁଣା ଡିଭିଆର୍ ଟେକ୍ନୋଲୋଜି ତୁଳନାରେ ଅନେକ ଲାଭ ପ୍ରଦାନ କରୁଛି । କ୍ଲାଉଡ୍‌-ଆଧାରିତ ସିସିଟିଭି ସହ ହାର୍ଡୱେୟାର କିଣିବାକୁ ପଡିନଥାଏ । ଗ୍ରାହକଙ୍କୁ କେବଳ ଏକ ମାସିକ ସବ୍‌ସ୍କ୍ରିପ୍‌ଶନ ଫି’ ଦେବାକୁ ହୋଇଥାଏ । ଏହା ମୂଲ୍ୟ ସାପେକ୍ଷ ଅଟେ । ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ୍ ପକ୍ଷରୁ ସେପ୍ଟେମ୍ବର ୨୦୨୨ରେ ଏକ ଆଡ୍‌ଭାନ୍ସଡ୍ ହୋମ୍ ସର୍ଭେଲାନ୍ସ ସଲ୍ୟୁଶନ ଏକ୍ସସେଫ୍‌ର ଶୁଭାରମ୍ଭ କରାଯାଇଥିଲା । କ୍ଲାଉଡ୍‌-ଆଧାରିତ ସିସିଟିଭି ଏୟାରଟେଲ୍ ଏକ୍ସସେଫ୍‌ର ସବ୍‌ସ୍କ୍ରାଇବର୍‌ମାନେ ମାସିକ କେବଳ ୧୧୯ ଟଙ୍କାରେ ନିଜର ଘରକୁ ଗୋଟିଏ କ୍ୟାମେରା ସହ ସୁରକ୍ଷିତ ରଖିପାରିବେ ଓ ସମସ୍ତ ସ୍ମାର୍ଟଫିଚରଗୁଡିକୁ ଉପଲବ୍ଧ କରିପାରିବେ । ଏହାର ବାର୍ଷିକ ସବ୍‌ସ୍କ୍ରିପ୍‌ଶନ ଫି’ ୯୯୯ ଟଙ୍କା ସହିତ ଗ୍ରାହକମାନେ ମାଗଣା ଇନ୍‌ଷ୍ଟଲେଶନ ପାଇପାରିବେ । ଏୟାରଟେଲ୍ ଏକ୍ସସେଫ୍ ଗ୍ରାହକମାନେ ମାସିକ କେବଳ ୮୯ ଟଙ୍କାରେ ଅତିରିକ୍ତ କ୍ୟାମେରା ଯୋଗ କରିପାରିବେ କିମ୍ବା ବାର୍ଷିକ ୬୯୯ ଟଙ୍କାରେ ଏକ ଅତିରିକ୍ତ କ୍ୟାମେରା ଲଗାଇପାରିବେ ।

ଏୟାରଟେଲ୍ ଏକ୍ସସେଫ୍ ପକ୍ଷରୁ ଆଭ୍ୟନ୍ତରୀଣ ବ୍ୟବହାର ପାଇଁ ଷ୍ଟିକି କ୍ୟାମ୍‌କୁ ୨୪୯୯ ଟଙ୍କା ଓ ୩୬୦ ଡିଗ୍ରୀ କ୍ୟାମ୍‌କୁ ୨୯୯୯ ଟଙ୍କା ଏବଂ ବାହାରେ ବ୍ୟବହାର ପାଇଁ ଆକ୍ଟିଭ୍ ଡିଫେନ୍ସ କ୍ୟାମ୍‌କୁ ୪୪୯୯ ଟଙ୍କାରେ ଉପଲବ୍ଧ କରାଯାଉଛି । ଏହି ଇନ୍‌ଡୋର୍ ୱାଇଫାଇ କ୍ୟାମେରାରେ ଅତ୍ୟାଧୁନିକ ଫିଚର ରହିଛି । ସେହିପରି ଆଉଟ୍‌ଡୋର୍ କ୍ୟାମେରାଗୁଡିକୁ ଅତ୍ୟଧିକ ଖରାପ ପାଣିପାଗ ସ୍ଥିତି, ଧୂଳି (ଆଇପି୬୭ ରେଟେଡ୍‌)କୁ ସହ୍ୟ କରିବା ପାଇଁ ଡିଜାଇନ୍ କରାଯାଇଥିବା ବେଳେ ଏଥିରେ ୩୦ ମିଟର ଯାଏଁ ନାଇଟ୍ ଭିଜନ ରହିଛି । ଏୟାରଟେଲ୍ ଏକ୍ସସେଫ୍ ଗ୍ରାହକମାନେ ଏୟାରଟେଲ୍‌ର ସୁରକ୍ଷିତ କ୍ଲାଉଡ୍ ଷ୍ଟୋରେଜ୍‌କୁ ବ୍ୟବହାର କରି ଏଆଇ-ପରିଚାଳିତ ଏୟାରଟେଲ୍ ଏକ୍ସସେଫ୍ ଆପ୍ ମାଧ୍ୟମରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ନିଜର ଏଚ୍‌ଡି ଭିଡିଓ ଫିଡ୍‌କୁ ଆକ୍‌ସେସ୍ କରିପାରିବେ । ଏହି ଆପ୍ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଓ ଆଇଓଏସ୍ ଆପ୍‌ଷ୍ଟୋର୍‌ରେ ଉପଲବ୍ଧ ରହିଛି ।

କ୍ଲାଉଡ୍ ଆଧାରିତ ସିସିଟିଭି ଟେକ୍ନୋଲୋଜି ଅସୀମିତ ଷ୍ଟୋରେଜ୍ ପ୍ରଦାନ କରିଥାଏ । ଭାରତରେ ସମସ୍ତ ଡାଟା ସୁରକ୍ଷିତ ଭାବେ ଏୟାରଟେଲ କ୍ଲାଉଡ୍‌ରେ ସେଭ୍ ହେଉଥିବାରୁ ଏୟାରଟେଲ୍ ଏକ୍ସସେଫ୍ ସବ୍‌ସ୍କ୍ରାଇବରମାନେ ୭ ଦିନ ପର୍ଯ୍ୟନ୍ତ ରେକର୍ଡ ହୋଇଥିବା ଭିଡିଓକୁ ଦେଖିପାରିବେ, ଷ୍ଟୋର୍‌, ରିଟ୍ରିଭ୍ ଓ ମ୍ୟାନେଜ୍ କରିପାରିବେ । ଏହି ଭିଡିଓକୁ ଡାଉନ୍‌ଲୋଡ୍ କରାଯାଇପାରିବ ଏବଂ ପରିବାର, ବନ୍ଧୁ କିମ୍ବା ଅନ୍ୟାନ୍ୟ ଆଇନ୍‌ଗତ କାର୍ଯ୍ୟ ପାଇଁ ସେୟାର କରାଯାଇପାରିବ । ଏୟାରଟେଲ୍ ଏକ୍ସସେଫ୍ ପର୍ସନ ଡିଟେକ୍ସନ, ପେରିମିଟର ଜୋନିଙ୍ଗ୍‌, ମୋଶନ ସେନ୍ସିଟିଭିଟି କଂଟ୍ରୋଲ, ମୋଶନ ଡିଟେକ୍ସନ ଫିଚର ସହିତ ରିଅଲ୍ ଟାଇମ୍ ଆଲର୍ଟ ଓ ଭିଡିଓ ଫିଡ୍ ପ୍ରଦାନ କରିବ । ଗ୍ରାହକମାନେ ଏହି ସିସିଟିଭି ସିଷ୍ଟମକୁ ଆକ୍‌ସେସ କଂଟ୍ରୋଲ ସିଷ୍ଟମ, ଆଲାରାମ ସିଷ୍ଟମ ଓ ଅନ୍ୟ ସିକ୍ୟୁରିଟି ସିଷ୍ଟମ ସହ ସଂଲଗ୍ନ କରିପାରିବେ ।


Share It

Comments are closed.