ରିଲିଜ ହେଲା “ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର”ର ପ୍ରଥମ ପୋଷ୍ଟର


ରିଲିଜ ପୂର୍ବରୁ ଚର୍ଚ୍ଚାରେ ଆଗାମୀ ବଲିଉଡ ଫିଲ୍ମ “ଦି ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର” । ଏଥିରେ ବଲିଉଡ ଅଭିନେତା ଅନୁପମ ଖେର ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଭୂମିକାରେ ନଜର ଆସୁଥିବାବେଳେ ସୋନିଆ ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ ଜର୍ମାନ ଅଭିନେତ୍ରୀ ସୁଜୈନ ବର୍ଣ୍ଣୋଟ । ଏମାନଙ୍କ ବ୍ୟତିତ ଫିଲ୍ମରେ କଂଗ୍ରେସର ଆଉ କେଉଁ କେଉଁ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳିବ ତା ଉପରୁ ଏବେ ପରଦା ଉଠିଛି । ତେବେ ଏହି ଫିଲ୍ମର ଷ୍ଟାରକାଷ୍ଟଙ୍କ ଏକ ଗ୍ରୁପ ଫଟୋକୁ ଫିଲ୍ମ ଆନାଲିଷ୍ଟ ତରଣ ଆଦର୍ଶ ସେୟାର କରିଛନ୍ତି ।

ଯେଉଁଥିରେ କଂଗ୍ରେସର ଅନେକ ବ୍ୟକ୍ତିତ୍ୱ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋରେ ମନମୋହନ ସିଂହ, ତାଙ୍କ ପତ୍ନୀ ଗୁରଶରଣ କୌର, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ପୂର୍ବତ୍ତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କୁ ଦେଖିବାକୁ ମଧ୍ୟ ମିଳିଛି । ତେବେ ଏହି ବ୍ୟକ୍ତିତ୍ୱଙ୍କ ଭୂମିକାରେ କେଉଁ ମାନେ ଅଭିନୟ କରୁଛନ୍ତି ସେ ନେଇ କିଛି ସଠିକ ସୂଚନା ମିଳି ନାହିଁ । ରାଷ୍ଟ୍ରୀୟ ପୁରଷ୍କାର ବିଜେତା ନିର୍ଦ୍ଦେଶକ ହଂସଲ ଫିଳ୍ମର କାହାଣୀ ଲେଖିଛନ୍ତି । ଆସନ୍ତା ଡିସେମ୍ବର ୨୧ରେ ଏହି ଫିଲ୍ମର ରିଲିଜ ହେବାକୁ ଯାଉଛି ।


Share It

Comments are closed.