ବାବା ରାମଦେବ ହୋଇପାରନ୍ତି ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ – ନ୍ୟୁୟର୍କ ଟାଇମ୍ସ


ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଅଧିକାଂଶ ସମାନତା ବାବା ରାମଦେବଙ୍କ ମଧ୍ୟରେ ରହିଛି । ଟ୍ରମ୍ପ ଯେପରି ନିଜର ବ୍ୟବସାୟ ବିସ୍ତାର କରିବା ପରେ ଆମେରିକାରର ରାଷ୍ଟ୍ରପତି ହୋଇପାରିଲେ ଠିକ ସେହିପରି ରାମଦେବ ପତଞ୍ଜଳୀ ବ୍ୟବସାୟ ଜରୀଆରେ ନିଜର ସାମ୍ରାଜ୍ୟକୁ ସାରା ଭାରତରେ ବିସ୍ତାର କରିପାରିଛନ୍ତି । ଆଗାମୀ ଦିନରେ ବାବା ରାମଦେବ ଭାରତର ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଆଗୁଆ ଭବିଷ୍ୟବାଣୀ କରିଛି ଆମେରିକାର ପ୍ରସିଦ୍ଧ ଦୈନିକ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ।
ନ୍ୟୁୟର୍କ ଟାଇମ୍ସ ବାବା ରାମଦେବଙ୍କ ଉପରେ ସ୍ୱତନ୍ତ୍ର ଭାବରେ ଉଲ୍ଲେଖ କରିଛି ଯେ ବାବା ରାମଦେବଙ୍କ ସଫଳତା ଏବେ ଆନ୍ତର୍ଜାତିକ ଗଣମାଧ୍ୟମରେ ହେଡ ଲାଇନ ହେବାରେ ଲାଗିଛି । କେବଳ ସେତିକି ନୁହେଁ ରାମଦେବ ସବୁବେଳେ ଭାରତ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇ ରହିବାକୁ ଚାହିଁଥାନ୍ତି । ଯଦିଓ ଟ୍ରମ୍ପଙ୍କ ପରି ବାବା ରାମେଦେବ ବିବାଦୀୟ ନୁହନ୍ତି ତେବେ ଉଭୟଙ୍କ ମଧ୍ୟରେ ଅନେକ ସମାନତା ରହିଛି ବୋଲି ନ୍ୟୁୟର୍କ ଟାଇମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ମୋଦିଙ୍କ ଉତ୍ତାନ ପରେ ଭାରତରେ ସବୁଠାରୁ ଅଧିକ କୋଟିପତି ମାଲିକଙ୍କ ମଧ୍ୟରେ ଯୋଗ ଗୁରୁ ବାବା ରାମଦେବଙ୍କ ନାମ ରହିଛି ବୋଲି ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଛି ।
ସେହିପରି ବାବା ରାମଦେବ ଟ୍ରମ୍ପଙ୍କ ପରି ଗଣମାଧ୍ୟମ ମାନଙ୍କରେ ରୋକ ଠକ ବୟାନ ଦେବାରେ ମାହିର । ଆଉ ନିଜକୁ ନିଜେ ବ୍ରାଣ୍ଡ ରୂପେ କହିବାରେ ବାବା ବହୁତ ପାରଙ୍ଗମ । ମହିଳାମାନଙ୍କୁ ନେଇ ବାବା ଯଦିଓ ଟ୍ରମ୍ପଙ୍କ ଭଳି ବିବାଦୀୟ ନୁହନ୍ତି କିମ୍ବା ତାଙ୍କର କୌଣସି ରାଜନୈତିକ କାର୍ଯ୍ୟାଳୟ ନାହିଁ, ତଥାପି ରାମଦେବ କୌଣସି ପ୍ରଧାନମନ୍ତ୍ରୀଙ୍କ ଅଧିକ ଶକ୍ତିଶାଳୀ ଅଟନ୍ତି । ଭାରତରେ ଯୋଗୀ ଭାବରେ ଘରେ ଘରେ ଲୋକପ୍ରିୟ ଥିବା ବାବା ରାମଦେବ ଆଗକୁ ପ୍ରଧାନମନ୍ତ୍ରୀ ହେବେ ବୋଲି ନ୍ୟୁୟର୍କ ଟାଇମ୍ସ ଏହା ପ୍ରକାଶ କରିଛି


Share It

Comments are closed.