ଟାଟା ଷ୍ଟିଲ୍‌ର ୨୦୨୩-୨୪ ଆର୍ଥିକ ବର୍ଷରେ ଇବିଆଇଟିଡିଏ ୨୩,୪୦୨ କୋଟି ଟଙ୍କା


ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ୨୦୨୩-୨୪ ଆର୍ଥିକ ବର୍ଷ ଏବଂ ଚତୁର୍ଥ ତ୍ରୈମାସିକର ଫଳାଫଳ ଘୋଷଣା କରାଯାଇଛି । ଚତୁର୍ଥ ତ୍ରୈମାସିକରେ ରାଜସ୍ୱ ୫୮,୬୮୭ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ତୁଳନାରେ ୬ ପ୍ରତିଶତ ଅଧିକ । ଏହି ତ୍ରୈମାସିକରେ ଇବିଆଇଟିଡିଏ ୬,୬୩୧ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ମାର୍ଜିନ୍ ୧୧% ରହିଛି ।

୨୦୨୪ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ୍‌ର ରାଜସ୍ୱ ୨,୨୯,୧୭୧ କୋଟି ଟଙ୍କା ହୋଇଛି । ଏହାର ଇବିଆଇଟିିଡିଏ ମାର୍ଜିନ୍ ୨୩,୪୦୨ କୋଟି ଟଙ୍କା ରହିଛି ।
ଚତୁର୍ଥ ତ୍ରୈମାସିକରେ କମ୍ପାନିର ପୁଞ୍ଜି ବ୍ୟୟ ୪,୮୫୦ କୋଟି ଟଙ୍କା ଥିବା ବେଳେ ବର୍ଷ ସାରା ପାଇଁ ୧୮,୨୦୭ କୋଟି ଟଙ୍କା ଥିଲା । କଳିଙ୍ଗନଗରରେ ୫ ଏମ୍‌ଟିପିଏ ସମ୍ପ୍ରସାରଣର ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ ପ୍ରକ୍ରିୟା ଜାରି ରହିଛି । ଟାଟା ଷ୍ଟିଲ୍‌ର ନିଟ୍ ଋଣ ୭୭,୫୫୦ କୋଟି ଟଙ୍କା ରହିଛି । ଗ୍ରୁପ୍ ପାଖରେ ୩୧,୭୬୭ କୋଟି ଟଙ୍କାର ନିଟ୍ ନଗଦ ରହିଛି ।

ଟାଟା ଷ୍ଟିଲ୍ ଏହି ସମୟରେ ସର୍ବକାଳୀନ ସର୍ବାଧିକ ୨୦.୮ ନିୟୁତ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କରିଥିବା ବେଳେ ୧୯.୯ ନିୟୁତ ଟନ୍ ଇସ୍ପାତ ଡେଲିଭରି କରିଛି । ବାର୍ଷିକ ଡେଲିଭରିରେ ୯ ପ୍ରତିଶତ ବୃଦ୍ଧି ହୋଇଛି । ଚତୁର୍ଥ ତ୍ରୈମାସିକରେ ଡେଲିଭରି ୫% ବୃଦ୍ଧି ପାଇ ୫.୪୨ ନିୟୁତ ଟନ୍ ହୋଇଛି ।

ବ୍ରିଟେନ୍ ଶ୍ରମିକ ସଂଗଠନ ସହିତ ସାତ ପର୍ଯ୍ୟାୟ ଆଲୋଚନା ପରେ କମ୍ପାନି ଜୁନ୍‌ରେ କାରଖାନା ବନ୍ଦ ପ୍ରକ୍ରିୟା ଆରମ୍ଭ କରିଛି ଏବଂ ପୋର୍ଟ ଟାଲବଟ୍‌ରେ ଇଲେକ୍ଟ୍ରିକ୍ ଆର୍କ ଫର୍ଣ୍ଣାସ୍ ମୂତୟନ କରିବାରେ ନିବେଶ କରିବା ଯୋଜନା ପ୍ରସ୍ତୁତ କରିଛି । ଟାଟା ଷ୍ଟିଲ୍ ବୋର୍ଡ ପକ୍ଷରୁ ଇକ୍ୱିଟି ସେୟାର ପିଛା ୩ ଟଙ୍କା ୬୦ ପଇସାର ଲାଭାଂଶ ଘୋଷଣା କରାଯାଇଛି ।

ଟାଟା ଷ୍ଟିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଟିଭି ନରେନ୍ଦ୍ରନ କହିଛନ୍ତି ଯେ, “ଆହ୍ୱାନପୂର୍ଣ୍ଣ ପରିଚାଳନା ପରିବେଶ ସତ୍ୱେ ଭାରତ ଓ ବିଦେଶରେ ନିର୍ଦ୍ଧାରିତ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହୋଇ ଟାଟା ଷ୍ଟିଲ୍ ପାଇଁ ୨୦୨୪ ଆର୍ôଥକ ବର୍ଷ ଏକ ପ୍ରଗତିର ବର୍ଷ ସାବ୍ୟସ୍ତ ହୋଇଛି । ଭାରତରେ ଯାହା ଏକ ଗଠନମୂଳକ ଆକର୍ଷଣୀୟ ବଜାର, ଆମେ ଉନ୍ନତ ମାର୍ଜିନ ପ୍ରଦାନ କରିଛୁ ଏବଂ ପରିମାଣ ଏବଂ ଉତ୍ପାଦ ପୋର୍ଟଫୋଲିଓ ଦୃଷ୍ଟିରୁ ଆମେ ବିସ୍ତାର ଜାରି ରଖିଛୁ । ଆମ ଘରୋଇ ଡେଲିଭରି ପ୍ରାୟ ୧୯ ନିୟୁତ ଟନରେ ସର୍ବଶ୍ରେଷ୍ଠ ଥିଲା ଏବଂ ବ୍ୟାପକ ଭିତ୍ତିକ ଉନ୍ନତି ସହିତ ବାର୍ଷିକ ୯% ବୃଦ୍ଧି ପାଇଥିଲା । ଅଟୋ ଓଇଏମଗୁଡ଼ିକୁ ହଟ୍‌-ରୋଲ୍ଡ୍ ଏବଂ କୋଲ୍ଡ-ରୋଲ୍ଡ୍ ଷ୍ଟିଲର ଅଧିକ ଡେଲିଭରି ଦ୍ୱାରା ଅଟୋମୋଟିଭ ସାହାଯ୍ୟ ମିଳିଥିବା ବେଳେ ଆମର ସୁପ୍ରତିଷ୍ଠିତ ରିଟେଲ ବ୍ରାଣ୍ଡ ଟାଟା ଟିସ୍କନ୍ ବାର୍ଷିକ ଭିତ୍ତିରେ ୨ ନିୟୁତ ଟନ୍ ଅତିକ୍ରମ କରିଛି । ଗତ ୫ ବର୍ଷ ମଧ୍ୟରେ ଆମେ କ୍ରମାଗତ ଭାବେ ବାର୍ଷିକ ହାରାହାରି ୧୦୦ରୁ ଅଧିକ ପେଟେଣ୍ଟ ଦାଖଲ କରିଛୁ । ମୋଟାମୋଟି ଭାବେ ଭାରତର ଡେଲିଭରି ବର୍ତ୍ତମାନ ମୋଟ ଡେଲିଭରିର ୬୮% ଅଟେ ଏବଂ କଳିଙ୍ଗନଗରରେ ୫ ଏମଟିପିଏ କ୍ଷମତା ସମ୍ପ୍ରସାରଣରୁ ବର୍ଦ୍ଧିତ ପରିମାଣରେ ବୃଦ୍ଧି ପାଇବ । ଆମର ସ୍ଥାୟୀତ୍ୱ ଯାତ୍ରାରେ ଅଗ୍ରଗତି କରିବା ପାଇଁ ଆମେ ଭୌଗୋଳିକ କ୍ଷେତ୍ରରେ ଏକାଧିକ ପଦକ୍ଷେପ ଗ୍ରହଣ ଜାରି ରଖିଛୁ । ମୁଁ ଖୁସିର ସହ କହିବାକୁ ଚାହୁଁଛି ଯେ ଆମେ ଭାରତରେ ଆମ କଳିଙ୍ଗନଗରରେ ଶୂନ୍ୟ ବର୍ଜ୍ୟ ଜଳ ନିଷ୍କାସନ ହାସଲ କରିଛୁ ଏବଂ କ୍ରମାଗତ ସପ୍ତମ ଥର ପାଇଁ ୱାର୍ଲ୍ଡଷ୍ଟିଲ ଦ୍ୱାରା ସ୍ଥାୟୀତ୍ୱ ଚାମ୍ପିୟନ ଭାବେ ସ୍ୱୀକୃତି ପାଇଛୁ ।”

କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଆର୍ôଥକ ଅଧିକାରୀ ଶ୍ରୀ କୌଶିକ ଚାଟାର୍ଜୀ କହିଛନ୍ତି ଯେ, “୨୦୨୪ ଆର୍ଥିକ ବର୍ଷରେ ଟାଟା ଷ୍ଟିଲ ରାଜସ୍ୱ ପ୍ରାୟ ୨୭.୭ ବିଲିୟନ ଡଲାର ଥିଲା । ଇବିଆଇଟିଡିଏ ୨୩,୪୦୨ କୋଟି ଟଙ୍କା ଥିଲା ଯାହା କି ପ୍ରାୟ ୧୦% ଇବିଆଇଟିଡିଏ ମାର୍ଜିନ୍ ଅଟେ । ଭାରତ ଇବିଆଇଟିଡିଏ ବାର୍ଷିକ ୧୦% ବୃଦ୍ଧି ପାଇ ୩୧,୦୫୭ କୋଟି ଟଙ୍କାରେ ପହଞ୍ଚିଛି ଯେଉଁଥିରେ ମାର୍ଜିନରେ ପ୍ରାୟ ୨୦୦ ବିପିଏସ୍ ବୃଦ୍ଧି ଘଟି ୨୨% ହୋଇଛି ଯାହା ୧୭,୫୧୪ କୋଟି ଟଙ୍କାର ଟିକସ ପରବର୍ତ୍ତୀ ଲାଭରେ ପରିଣତ ହୋଇଛି । ତ୍ରୟମାସରେ ସମନ୍ୱିତ ରାଜସ୍ୱ ୫୮,୬୮୭ କୋଟି ଟଙ୍କା ଥିବା ବେଳେ ଇବିଆଇଟିଡିଏରେ ୬,୬୩୧ କୋଟି ଟଙ୍କାର ବୃଦ୍ଧି ହୋଇଛିି । ଏହି ତ୍ରୟମାସରେ ପରିଚାଳନାରୁ ଏକତ୍ରିତ ନଗଦ ପ୍ରବାହ ପ୍ରାୟ ୭,୪୦୦ କୋଟି ଟଙ୍କା ଏବଂ ପୂରା ବର୍ଷ ପାଇଁ ୨୦,୩୦୦ କୋଟି ଟଙ୍କା ଥିଲା । ଏହି ତ୍ରୟମାସରେ ଆମର ପୁଞ୍ଜି ବ୍ୟୟ ୪,୮୫୦ କୋଟି ଟଙ୍କା ଏବଂ ପୂରା ବର୍ଷ ପାଇଁ ୧୮,୨୦୭ କୋଟି ଟଙ୍କା ଥିଲା ଯାହା ବାର୍ଷିକ ୨୯% ଅଧିକ । ଆମ ଗ୍ରୁପ ନଗଦ ୩୧,୭୬୭ କୋଟି ଟଙ୍କାରେ ସୁଦୃଢ଼ ରହିଛି । ସେୟାର ପିଛା ୩.୬୦ ଟଙ୍କା ଲାଭାଂଶ ଦେବାକୁ ବୋର୍ଡ ସୁପାରିସ କରିଛି ।”


Share It

Comments are closed.