ଟାଟା ଷ୍ଟିଲ୍ ମାଇନିଂକୁ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର

ଦୀର୍ଘସ୍ଥାୟୀ ପରିବେଶ ଓ ଜଳବାୟୁ ପରିବର୍ତନ-୨୦୨୩ ଉପରେ ଜାତୀୟ ସେମିନାର


ଭୁବନେଶ୍ୱର, ୧୭ ଜୁନ୍ ୨୦୨୩: ପରିବେଶ ସଂରକ୍ଷଣ ଓ ଦୀର୍ଘସ୍ଥାୟୀ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍‌ଏମ୍‌ଏଲ୍‌)କୁ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାରରେ ସମ୍ମାନତି କରାଯାଇଛି । ଶନିବାର ଦିନ ସହରର ଏକ ହେଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୨ ପ୍ରଦର୍ଶନ ବର୍ଷ ପାଇଁ ପଂଚ ତାରକା ବର୍ଗରେ କଂପାନି ଏହି ପୁରସ୍କାର ହାସଲ କରିଛି ।

ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନ୍‌ଭାର୍ଣ୍ଣମେଂଟ୍ ମ୍ୟାନେଜମେଂଟ୍ ସର୍ଭିସେସ୍ (ଆଇକ୍ୟୁଇଏମ୍‌ଏସ୍‌) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ପକ୍ଷରୁ ଆୟୋଜିତ ଦୀର୍ଘସ୍ଥାୟୀ ପରିବେଶ ଓ ଜଳବାୟୁ ପରିବର୍ତନ-୨୦୨୩ ସମ୍ପର୍କିତ ଅଷ୍ଟମ ଜାତୀୟ ସେମିନାରର ଉଦ୍‌ଘାଟନୀ ତଥା ପୁରସ୍କାର ବିତରଣ ସମାରୋହରେ କଂପାନିକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କଠାରୁ କଂପାନି ତରଫରୁ ଟାଟା ଷ୍ଟିଲ୍ ମାଇନିଂର ସହକାରୀ ମହାପ୍ରବନ୍ଧକ (ମାନବ ସମ୍ବଳ ପରିଚାଳନା) ସଞ୍ଜୟ କୁମାର ଶତପଥୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ସେମିନାର ଆୟୋଜନ କରିବା ଏବଂ ଶ୍ରେଷ୍ଠ ପ୍ରଥାକୁ ବାଂଟିବା ସହ ପରସ୍ପରଠାରୁ ଶିଖିବା ଲାଗି ଶିଳ୍ପକୁ ଏକ ମଂଚ ପ୍ରଦାନ କରିଥିବାରୁ ମୁଁ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ୱାଲିଟି ଆଣ୍ଡ୍ ଏନଭାର୍ଣ୍ଣମେଂଟ୍ ମ୍ୟାନେଜମେଂଟ୍ ସର୍ଭିସେସ୍ (ଆଇକ୍ୟୁଇଏମ୍‌ଏସ୍‌) ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା କୁ ଧନ୍ୟବାଦ ଜଣାଇବାକୁ ଚାହୁଛି । ଟାଟା ଷ୍ଟିଲ୍ ମାଇନିଂକୁ ପ୍ରଦାନ କରାଯାଇଥିବା ଏହି ମାନ୍ୟତା ଆମକୁ ଏକ ସବୁଜ ଓ ଅଧିକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଠନ କରିବା ଲାଗି ଆମ ଉଦ୍ୟମକୁ ଆଗକୁ ବଢ଼ାଇବାରେ ଉତ୍ସାହିତ କରିବ ।’’

କାର୍ବନ ଫୁଟ୍‌ପ୍ରିଂଟ୍‌କୁ ହ୍ରାସ କରିବା ଲାଗି ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଅଭିଯାନ କାର୍ଯ୍ୟକାରୀ କରାଯାଇଥିବା ବେଳେ ଶକ୍ତି ଓ ସମ୍ବଳର ସଂରକ୍ଷଣ ଲାଗି ଉନ୍ନତ ପ୍ରଯୁକ୍ତି ଗ୍ରହଣ କରାଯାଇଛି । କଂପାନି ଫ୍ଲକ୍ସଜେନ୍ ସଷ୍ଟେନେବଲ୍ ଟେକ୍ନୋଲୋଜିସ୍ ସହ ସହଯୋଗିତା ସ୍ଥାପନ କରିଛି ଓ ଏହାର ଫେରୋକ୍ରୋମ୍ ୟୁନିଟ୍ ଓ ଖଣିରେ ଏକ ଡିଜିଟାଲ୍ ଡ୍ୟାସ୍‌ବୋର୍ଡ ଜରିଆରେ ଏହାର ଜଳ ଉପଯୋଗିତାର ଡିଜିଟାଇଜେସନ୍‌କୁ କାର୍ଯ୍ୟକାରୀ କରିଛି ।

ନିଜର ଫେରୋକ୍ରୋମ୍ କାରଖାନା ପାଇଁ ସ୍ୱଚ୍ଛ ଇନ୍ଧନ ନିମନ୍ତେ ଗେଲ୍ (ଇଣ୍ଡିଆ) ଲିମିଟେଡ୍‌, ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍‌) ସହିତ ଟିଏସ୍‌ଏମ୍‌ଏଲ୍ ରାଜିନାମା କରିଥିବା ବେଳେ ଏକ ଉନ୍ନତ ଶକ୍ତି ପରିଚାଳନା ଓ ଅପ୍ଟିମାଇଜେସନ (ଉନ୍ନତୀକରଣ) ପ୍ଲାଟଫର୍ମର ଡିଜାଇନ୍ ପ୍ରସ୍ତୁତ କରିବା ଓ ତାହାକୁ କାର୍ଯ୍ୟକାରୀ କରିବା ଲାଗି ନିକଟରେ ଫ୍ରାନ୍ସର କ୍ଲିନ୍‌ଟେକ୍ କଂପାନି ମେଟ୍ରନ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି ।


Share It

Comments are closed.