ଟାଟା ଷ୍ଟିଲ ଫାଉଣ୍ଡେସନର ‘ଅରୁଣିମା-୨୦୨୩’ ଉଦଯାପିତ


କାଳିଆପାଣି: ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ସୁକିନ୍ଦା କ୍ରୋମାଇଟ୍ ଖଣିଠାରେ ତିନିଦିନ ଧରି ଚାଲୁଥିବା କାର୍ଯ୍ୟକ୍ରମ “ଅରୁଣିମା-୨୦୨୩” ଉଦଯାପିତ ହୋଇଯାଇଛି ।

ଟାଟା ଷ୍ଟିଲର ସୁକିନ୍ଦା, ବ୍ରାହ୍ମଣୀପାଳ ଓ କଳିଙ୍ଗ ନଗର କାର୍ଯ୍ୟକ୍ଷେତ୍ର ପାରିପାର୍ଶ୍ୱକ ଜନସାଧାରଣଙ୍କ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ମହିଳା ସଶକ୍ତିକରଣ ଓ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ଉପରେ ଚାଷୀମାନଙ୍କୁ ନେଇ ସମ୍ମିଳନୀ ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆର୍ôଥକ ଦୁର୍ବଳ ଶ୍ରେଣୀର ଅନୁସୂଚିତ ଜାତି ଓ ଜନଜାତି ବର୍ଗର ୨୫୬୧ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ୧.୨୦ କୋଟି ଟଙ୍କାର ଜ୍ୟୋତି ଫେଲୋସିପ ପ୍ରଦାନ କରାଯିବା ସହ ଦ୍ୱିତୀୟ ଦିନରେ ୨୦୦ରୁ ଉର୍ଦ୍ଧ୍ୱ ମହିଳାଙ୍କୁ ନେଇ ଜଳ ସଂରକ୍ଷଣ ଓ ଜଳ ପରିଚାଳନା ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସେହିପରି ତୃତୀୟ ଦିନରେ ଅଂଚଳର ଚାଷୀମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ସୁଯୋଗ ଏବଂ ତତସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା ।

କାର୍ଯ୍ୟକ୍ରମର ଶେଷ ଦିନରେ ଓଡ଼ିଶା ସରକାରଙ୍କ ମାନ୍ୟବର ଗ୍ରାମୀଣ ବିକାଶ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରୀତି ରଂଜନ ଘଡ଼ାଇ, ପଦ୍ମଶ୍ରୀ ଦୈତାରି ନାୟକ, ମହିଳା ଉଦ୍ୟୋଗୀ ସରୋଜା ଚୌଧୁରୀ ଆଦି ଯୋଗଦେଇ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ ।

ଏହି ଅବସରରେ ଟାଟା ଷ୍ଟିଲ ସିଏସ୍‌ଆର୍ (ଓଡ଼ିଶା) ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଟିଏସ୍‌ଏଫ୍ ସୁକିନ୍ଦା ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀ, ଟିଏସ୍‌ଏଫ୍ କଳିଙ୍ଗନଗର ମୁଖ୍ୟ ଆଲେନ୍ ଜୋସେଫ, ଟିଏସ୍‌ଏଫ୍ ବ୍ରାହ୍ମଣୀପାଳ ମୁଖ୍ୟ ଜୟନ୍ତ ତ୍ରିପାଠୀ, ପ୍ରଶାସନିକ ମୁଖ୍ୟ (ଏଫ୍‌ଏଏମ୍‌ଡି) ଗୌତମ ଚକ୍ରବର୍ତୀ ଏବଂ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.