ମଦର୍ସ ପବ୍ଲିକ୍ ସ୍କୁଲ, ପାହାଳର ବାର୍ଷିକ ଉତ୍ସବ “ଫୋକଲୋର ଇନ୍ ମୋସନ୍‌’ରେ ଭାରତର ବିବିଧ ସଙ୍ଗୀତ ଓ ନୃତ୍ୟ ପାଳନ


ଭୁବନେଶ୍ୱର: ପାହାଳସ୍ଥିତ ମଦର୍ସ ପବ୍ଲିକ୍ ସ୍କୁଲ୍ ପକ୍ଷରୁ ପ୍ରଥମ ବାର୍ଷିକ “ଫୋକଲୋର ଇନ୍ ମୋସନ୍‌’ ଅନୁଷ୍ଠିତ ହୋଇଯାଇଛି, ଯାହା ଭାରତର ସମୃଦ୍ଧ ଇତିହାସ ଏବଂ ବିବିଧ ସଙ୍ଗୀତ ଏବଂ ନୃତ୍ୟର ଏକ ଉତ୍ସବ ଥିଲା । ବଙ୍ଗଳାର ମଧୁର ଲୋକଗୀତଠାରୁ ଆରମ୍ଭ କରି ଗୁଜରାଟର ଚମତ୍କାର ଗର୍ବା ପର୍ଯ୍ୟନ୍ତ, ଭାବପ୍ରବଣ ମାଲାୟାଲି ଗୀତ ଏବଂ ଆକର୍ଷଣୀୟ ଭାଙ୍ଗଡ଼ାଠାରୁ ଆରମ୍ଭ କରି ସମୃଦ୍ଧ ସମ୍ବଲପୁରୀ ପର୍ଯ୍ୟନ୍ତ ସବୁ କିଛି ଏଥିରେ ଦେଖିବାକୁ ମିଳିଥିଲା । ଭାରତ ଭଳି ଏକ ଦେଶରେ ଜନ୍ମ ଗ୍ରହଣ କ଼ରିଥିବା ପ୍ରତି ବ୍ୟକ୍ତିଙ୍କୁ ଏହି ଅଭିନୟଗୁଡ଼ିକ ଗର୍ବର ଅନୁଭବରେ ଭରି ଦେଇଥିଲା । ଏକ ମିଳିତ ଭାବନାକୁ ଦର୍ଶାଇବା ପାଇଁ ଦର୍ଶକଙ୍କୁ ଏକ ସମବେତ ସଙ୍ଗୀତ ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମଦର୍ସ ଗ୍ରୁପ୍ ଅଫ୍ ସ୍କୁଲ୍‌ର ଅଧ୍ୟକ୍ଷା ପୋଲି ପଟ୍ଟନାୟକ, ମଦର୍ସ ଗ୍ରୁପ୍ ଅଫ୍ ସ୍କୁଲ୍‌ର ନିର୍ଦେଶକ ଶ୍ରୀଜିତ ପଟ୍ଟନାୟକ, ପ୍ରଶାସକ ମଦର୍ସ ଗ୍ରୁପ୍ ଅଫ୍ ସ୍କୁଲ୍ ମିନତୀ ସାବତ ପ୍ରମୁଖ ଯୋଗ ଦେଇଥିଲେ । ମଦର୍ସ ପବ୍ଲିକ୍ ସ୍କୁଲ ୟୁନିଟ୍‌-୧ର ଉପାଧ୍ୟକ୍ଷ ଆଶା ଟିଆର, ଖଣ୍ଡଗିରିର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରୀତ ରାଜପାଲ, କଟକ ମଦର୍ସ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ସୁଜାତା ନାମ୍ବିଆର ଓ ମଦର୍ସ ପବ୍ଲିକ୍ ସ୍କୁଲ ପାହାଳର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରା ଅଜୟ ପ୍ରମୁଖ ଉପସ୍ଥିତ ଥିଲେ ।
ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ବିଶିଷ୍ଟ ବ୍ୟକ୍ତିମାନେ ପ୍ରଦୀପ ପ୍ରଜ୍ୱଳନ କରିବା ପରେ ୩, ୪, ୫ ଶ୍ରେଣୀର ଛାତ୍ରଛାତ୍ରୀମାନେ ଚମତ୍କାର ସ୍ୱାଗତ ସମ୍ବର୍ଦ୍ଧନା ଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହାପରେ ଛାତ୍ରଛାତ୍ରୀମାନେ ଏକ ବାଦ୍ୟ ଯନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ଅତିଥିମାନେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ସେମାନେ ଯାହା ବି କାମ କରନ୍ତି ସେଥିରେ ଉନ୍ନତି ଆଣିବା ପାଇଁ ପ୍ରେରଣା ଦେଇଥିଲେ । ମଦର୍ସ ପବ୍ଲିକ ସ୍କୁଲ ପାହାଳର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ରା ଅଜୟ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ଏହାପରେ କ୍ରୀଡ଼ା ଓ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ କୃତିତ୍ୱକୁ ସମ୍ମାନିତ କରିବା ପାଇଁ ପୁରସ୍କାର ବିତରଣ କରାଯାଇଥିଲା ।

ଧନ୍ୟବାଦ ଅର୍ପଣ ଏବଂ ଏକ ଚମତ୍କାର ନୂତନ ବର୍ଷ ର ଆଶା ନେଇ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।


Share It

Comments are closed.