ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ) ବାଲେଶ୍ୱର ପକ୍ଷରୁ ଚୌମୁଖ ବୋଇତ ବନ୍ଦାଣ ଉତ୍ସବ ପାଳିତ


ବାଲେଶ୍ୱର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ) ବାଲେଶ୍ୱର ପକ୍ଷରୁ ବାସନ୍ତୀ ମାତା ପୂଜା କମିଟି, ଚୌମୁଖ ସହଯୋଗରେ ସୁବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ ଲିମିଟେଡ (ଏସପିପିଏଲ) କାର୍ଯ୍ୟକ୍ଷେତ୍ର ଅଚଂଳ ଅନ୍ତର୍ଗତ ଚୌମୁଖ ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।
ବନ୍ଦର ପରିଚାଳନାର ଭବିଷ୍ୟତ ବାଣିଜ୍ୟ ବ୍ୟବସାୟ ସହ ଜଡ଼ିତ ବୋଇତ ବନ୍ଦାଣ ବିଷୟବସ୍ତୁ ଉପରେ ଆଧାରିତ \”ଚିତ୍ରାଙ୍କନ ଏବଂ ସ୍ଲୋଗାନ\” ପ୍ରତିଯୋଗିତା ସମେତ ଯୁବକଯୁବତୀମାନଙ୍କ ପାଇଁ ବିଭିନ୍ନ ସୃଜନଶୀଳ କାର୍ଯ୍ୟକଳା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଆକର୍ଷଣୀୟ ଆରମ୍ଭ ସାଂସ୍କୃତିକ ମହତ୍ୱ ଏବଂ ଭବିଷ୍ୟତ ଦୃଷ୍ଟିକୋଣରେ ପରିପୂର୍ଣ୍ଣ ଏକ ଦିନର ଶୁଭାରମ୍ଭ କରିଥିଲା ।
ସାଧବାଣୀଙ୍କ ପ୍ରତୀକାତ୍ମକ ଡଙ୍ଗା ପୂଜା ବେଶ ଆକର୍ଷଣୀୟ ଥିଲା ଯାହା ପ୍ରାଚୀନ ଇତିହାସରୁ ପ୍ରେରିତ ଅର୍ଥନୈତିକ ସମୃଦ୍ଧିର ଅନୁସନ୍ଧାନକୁ ପ୍ରତିଫଳିତ କରୁଛି । ବାଣିଜ୍ୟ ଭିତିକ ସମୃଦ୍ଧି ସହିତ ସାଂସ୍କୃତିକ ମୂଲ୍ୟବୋଧକୁ ଯୋଡ଼ି ଏସଏଚଜି ସଦସ୍ୟ, ମତ୍ସ୍ୟଜୀବୀ, କିଶୋରକିଶୋରୀ ଓ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୨୦୦ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରମକୁ ଦେଖିଥିଲେ ।
ଏହି ଉତ୍ସବ ଏକ ପୁରସ୍କାର ବିତରଣ ସମାରୋହ ସହିତ ଶେଷ ହୋଇଥିଲା । ଏହି ଅବସରରେ \”ଚିତ୍ରାଙ୍କନ ଏବଂ ସ୍ଲୋଗାନ\” ପ୍ରତିଯୋଗିତାର ବିଜେତାମାନଙ୍କୁ ସେମାନଙ୍କର ସୃଜନଶୀଳତା ପାଇଁ ପୁରସ୍କୃତ କରାଯାଇଥିଲା ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ଏହି ପଦକ୍ଷେପ କେବଳ ବ୍ୟକ୍ତିଗତ ସଫଳତାକୁ ପ୍ରଶଂସା କରିନଥିଲା ବରଂ ସମ୍ପ୍ରଦାୟ ମଧ୍ୟରେ ଅଂଶଗ୍ରହଣ କରିବା ଏବଂ କଳାତ୍ମକ ଅଭିବ୍ୟକ୍ତିର ଭାବନାକୁ ମଧ୍ୟ ଉତ୍ସାହିତ କରିଥିଲା ।
ବୋଇତ ବନ୍ଦାଣ ଉତ୍ସବକୁ ସ୍ମରଣୀୟ ଓ ସାଂସ୍କୃତିକ ସମୃଦ୍ଧ ଅନୁଭୂତିରେ ପରିଣତ କରିଥିବାରୁ ଟିଏସ୍‌ଏଫ୍ ପକ୍ଷରୁ ବାଲେଶ୍ୱର ବାସନ୍ତୀ ମାତା ପୂଜା କମିଟି, ଚୌମୁଖ ଏବଂ ସମସ୍ତ ଅଂଶଗ୍ରହଣକାରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।


Share It

Comments are closed.