ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଡୁବୁରି ବାସିନ୍ଦାଙ୍କୁ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ


ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ଘଡାଇଙ୍କ ଦ୍ୱାରା ଉଦ୍‌ଘାଟିତ

ଯୋଗ ଅଧିବେଶନ ଆୟୋଜିତ ହେବ

ଡୁବୁରି: ସମ୍ପ୍ରଦାୟର ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗୁରୁବାର ଦିନ ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ ଡୁବୁରି ବାସିନ୍ଦାଙ୍କୁ ଏକ ନୂତନ ‘କମ୍ୟୁନିଟି ୱେଲନେସ୍ ପାର୍କ’ ଉତ୍ସର୍ଗ କରିଛି ।

ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତିରଞ୍ଜନ ଘଡାଇ, ସୁକିନ୍ଦା ବ୍ଲକର ଅଧକ୍ଷ ଦିବ୍ୟରଞ୍ଜନ ବରାଳ, ସୁକିନ୍ଦା ବ୍ଲକର ଉପାଧକ୍ଷ୍ୟା ଭାଗ୍ୟଲକ୍ଷ୍ମୀ ରାଉତ, ଜୋନ ୩୮ର ଜିଲ୍ଲା ପରିଷଦ ସାଧୁ ଚରଣ ତିଊ, ଡୁବୁରି ଗ୍ରାମ ପଞ୍ଚାୟତର ସରପଞ୍ଚ ନିରୂପମା ଦାସ, ଡୁବୁରିର ବିଶିଷ୍ଠ ସମାଜସେବୀ ବିଶ୍ୱଜିତ ଦାସ, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ କଳିଙ୍ଗନଗରର ୟୁନିଟ୍ ହେଡ୍ ଆଲେନ୍ ଜୋସେଫ୍ ଏବଂ ସମ୍ପ୍ରଦାୟର ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରିଥିଲେ ।

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ନିର୍ମିତ ଏହି ପାର୍କରେ ଅକ୍ୟୁପ୍ରେସର ଚାଲିବା ଟ୍ରାକ୍‌, ଖୋଲା ଜିମ୍‌, ଯୋଗ ପାଇଁ ଉତ୍ସର୍ଗୀକୃତ ସ୍ଥାନ ଏବଂ ପରିଦର୍ଶକମାନଙ୍କ ପାଇଁ ବସିବାର ବ୍ୟବସ୍ଥା କରାଯାଇିଥିବା ବେଳେ ପାର୍କର ସୁରକ୍ଷା ପାଇଁ ସୀମା ପ୍ରାଚୀର ମଧ୍ୟ ନିର୍ମାଣ କରାଯାଇଛି । ଚାଲିବା ଟ୍ରାକ୍ ପେଭର ବ୍ଲକ୍ ସହିତ ଅକ୍ୟୁପ୍ରେସର ସୁବିଧା ସହ ନିର୍ମିତ ଯାହା ରକ୍ତ ସଞ୍ଚାଳନରେ ଉନ୍ନତି, ଶରୀରର ଯନ୍ତ୍ରଣା ହ୍ରାସ ଓ ରକ୍ତଚାପ ନିୟନ୍ତ୍ରଣ ଇତ୍ୟାଦିରେ ସାହାଯ୍ୟ କରିବ । ଦୁଇଟି ସୋଲାର ଚାଳିତ ହାଇ ମାଷ୍ଟ ଲାଇଟ୍ ଲଗାଯାଇଛି ଯାହା ଏହି ପାର୍କକୁ ରାତିରେ ଆଲୋକିତ କରିବ ।
ଞଝୠ ଦ୍ ୟରଙ୍ଖରକ୍ଷକ୍ଟକ୍ଟ୍ରରୟ ।ରା ବିକଶିତ ଏହି ପାର୍କରେ ଆକ୍ୟୁପ୍ରେସର ଚାଲିବା ଟ୍ରାକ୍‌, ଖୋଲା ଜିମ୍‌, ଯୋଗ ପାଇଁ ଉତ୍ସର୍ଗୀକୃତ ସ୍ଥାନ ଏବଂ ପରିଦର୍ଶକମାନଙ୍କ ପାଇଁ ବସିବାର ବ୍ୟବସ୍ଥା ଅନ୍ତର୍ଭୁକ୍ତ । ଥିଲା ।

ଜିମ୍ ଉପକରଣ ପରିଦର୍ଶନକାରୀଙ୍କୁ ଶକ୍ତି, ନମନୀୟତା ଏବଂ ହୃଦ୍‌ରୋଗ ଆଦି ରୋଗରୁ ଉନ୍ନତି ଆଣିବାରେ ସାହାଯ୍ୟ କରିବ । ଏହି ପାର୍କରେ ପିଲାମାନଙ୍କ ପାଇଁ ମଧ୍ୟ ଉପକରଣ ଅଛି ।

ଏହା ବ୍ୟତୀତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ବାସିନ୍ଦାଙ୍କ ମଧ୍ୟରେ ଯୋଗ ଅଭ୍ୟାସକୁ ପ୍ରତିପାଦନ କରିବା ପାଇଁ ଆସନ୍ତା ୨୦ଦିନଧରି ପ୍ରତିଦିନ ସକାଳେ ପାର୍କରେ ଯୋଗ ଅଧିବେଶନ ଆରମ୍ଭ କରିବାକୁ ଯୋଜନା କରିଛି । ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ନିର୍ମିତ ଏହି ପାର୍କକୁ ସମ୍ପ୍ରଦାୟ ଗୋଷ୍ଠୀ ଦ୍ୱାରା ରକ୍ଷଣାବେକ୍ଷଣ କରାଯିବ ।

ଏଠାରେ ଉଲ୍ଲେଖନୀୟ ଯେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଦ୍ୱାରା ଏହି ପ୍ରକାରର ଏକ ନବୀକରଣ ‘କମ୍ୟୁନିଟି ୱେଲନେସ୍ ପାର୍କ’ ବୁଧବାର ଦିନ ଦାନଗଦି ବ୍ଲକ ଅନ୍ତର୍ଗତ ତ୍ରିଜଙ୍ଗାଠାରେ ଉଦ୍‌ଘାଟନ କରାଯାଇଥିଲା ।

କଳିଙ୍ଗନଗର ଏବଂ ଆଖପାଖରେ ରହୁଥିବା ଲୋକଙ୍କ ସାମଗ୍ରିକ ବିକାଶକୁ ଲକ୍ଷ୍ୟ କରି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଏହି ଅଞ୍ଚଳର ଭିତିଭୂମି ବିକାଶରେ ସକ୍ରିୟ ଭାବରେ ଜଡିତ ରହିଛି ।


Share It

Comments are closed.