ସାରା ରାଜ୍ୟରେ ଅସହ୍ୟ ଗରମ; ୪୬ ଛୁଇଁଲା ସମ୍ବଲପୁର

Share It

ସାରା ରାଜ୍ୟରେ ଅସହ୍ୟ ଗରମ ଓ ଗୁଳୁଗୁଳି ଲାଗି ରହିଛି। ୪୫ ଡିଗ୍ରୀ ଉପରେ ରାଜ୍ୟର ୫ ସହର ରହିଥିବାବେଳେ ସମ୍ବଲପୁର ତାପମାତ୍ରା ୪୬ ଡିଗ୍ରୀ ଛୁଇଁଛି। ସେହିପରି ସୋନପୁର ୪୫.୮, ବୌଦ୍ଧ ଓ ହୀରାକୁଦ ୪୫.୫ ଡିଗ୍ରୀ। ଭୁବନେଶ୍ୱର ୪୧.୬, କଟକ ତାପମାତ୍ରା ୪୦.୨ ଡିଗ୍ରୀ ରେକର୍ଡ କରାଯାଇଛି। ଉପାନ୍ତରୁ ଉପକୂଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ୩ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର। ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ। ଦିନ ୧୧ରୁ ଅପରାହ୍ନ ୩ଟା ଯାଏଁ ପିକ୍ ଆୱାର ଘୋଷଣା କରାଯାଇଛି। ଉତ୍ତର ପଶ୍ଚମି ଦିଗରୁ ବହୁଥିବା ଗରମ ଶୁଷ୍କ ପବନ ପ୍ରବାହରେ ତାତି ବୃଦ୍ଧି ପାଇଛି। ଆସନ୍ତା ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ବର୍ଷା ହେବ ନେଇ ଅନୁମାନ କରାଯାଉଛି। ଯାହାକି ମୌସୁମୀ ବର୍ଷାକୁ ବାଟ କଡେଇ ନେବ। ବାତ୍ୟା ବିପର୍ଯ୍ୟୟ ଯୋଗୁଁ ମୌସୁମୀ ବିଳମ୍ବ ହୋଇଛି ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି।


Share It

Comments are closed.