ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ବ୍ରାହ୍ମଣୀପାଳ ଅଂଚଳର ଜନ ସାଧାରଣଙ୍କୁ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ ଉତ୍ସର୍ଗ


– ୧୨ ଟି ଗାଁର ୨୦,୦୦୦ ରୁ ଅଧିକ ଲୋକ ଉପକୃତ ହେବେ
ବ୍ରାହ୍ମଣୀପାଳ: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ବ୍ରାହ୍ମଣୀପାଳ ପକ୍ଷରୁ ଟାଟା ଷ୍ଟିଲ୍‌ର ଫେରୋ ଆଲୋଏଜ୍ ପ୍ଲାଂଟ ଆଖପାଖରେ ରହୁଥିବା ଜନ ସାଧାରଣଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗୁରୁବାର ଦିନ ଏକ ଭ୍ରାମ୍ୟମାଣ ଜନସ୍ୱାସ୍ଥ୍ୟ ୟୁନିଟ୍ (ଏମପିଏଚୟୁ )ର ଶୁଭାରମ୍ଭ କରାଯାଇଛି ।
ଟାଟା ଷ୍ଟିଲ୍ ଓଡିଶାର ସିଏସ୍‌ଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ, ଏବଂ ବ୍ରାହ୍ମଣୀପାଳ ସ୍ଥିତ ଟାଟା ଷ୍ଟିଲ୍ ଫେରୋ ଆଲୋଏଜ୍ ପ୍ଲାଂଟର ମୁଖ୍ୟ ଲଭ୍‌ଲିନ ସ୍ୱାଇଁଙ୍କ ଦ୍ୱାରା ଏହାର ଶୁଭାରମ୍ଭ କରାଯାଇଥିଲା ।
ଟିଏସ୍‌ଏଫ୍ ବ୍ରାହ୍ମଣୀପାଳର ୟୁନିଟ୍ ମୁଖ୍ୟ ଡ଼ ଜୟନ୍ତ କୁମାର ତ୍ରିପାଠୀ, ରସୋଲ ଗ୍ରାମ ପଂଚାୟତର ସରପଂଚ ବାସନ୍ତୀ ମୁର୍ମୁ, ରାଧିକାଦେଇପୁର ଗ୍ରାମ ପଂଚାୟତର ସରପଂଚ ପ୍ରତୀମା ଜେନା , ଟାଙ୍ଗରିପାଲ ଗ୍ରାମ ପଂଚାୟତର ସରପଂଚ ଘନଶ୍ୟାମ ବରୀ, ଦେଉଳକନ ଗ୍ରାମ ପଂଚାୟତର ସରପଂଚ ବିଜୟ କୁମାର ଜେନା, ଟିଏସ୍‌ଏଫ୍‌ର ଜନ ସ୍ୱାସ୍ଥ୍ୟ ପ୍ରବନ୍ଧକ ଅକ୍ଷୟ ନାୟକ, ସମାଜ ସେବୀ ହୃଷୀକେଶ ସାହୁ ଏବଂ ସୁବାଶ ଚନ୍ଦ୍ର ବାରିକ, ୱାକହାର୍ଡ ଫାଉଣ୍ଡେସନ୍‌ର ପ୍ରତିନିଧୀ ଗୁଲଜାରିଲାଲ ବିଶ୍ୱାସ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
ରସୋଲ, ଟାଙ୍ଗରିପାଲ, ରାଧିକାଦେଇପୁର, କିଆଜର ଏବଂ ଦେଓଲକାନ ଗ୍ରାମ ପଂଚାୟତ ସମେତ ନିକଟସ୍ଥ ପାଂଚ ଗ୍ରାମ ପଂଚାୟତର ୧୨ ଟି ଗାଁରେ ରହୁଥିବା ୨୦,୦୦୦ ରୁ ଅଧିକ ଲୋକ ନିଜ ଘରେ ରହି ଏମ୍‌ପିଏଚ୍‌ୟୁ ଦ୍ୱାରା ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇପାରିବେ । କାର୍ଯ୍ୟସୂଚୀ ଅନୁଯାୟୀ ଏହା ଦିନକୁ ଦୁଇଥର ବିଭିନ୍ନ ଗ୍ରାମକୁ ଯିବ । ଜଣେ ଡାକ୍ତରଙ୍କ ସହ ୬ଜଣ ପାରାମେଡିକ୍ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ଏକ ଟିମ୍ ଦ୍ୱାରା ମାଗଣା ପରାମର୍ଶ, ଅନୁସନ୍ଧାନ ଏବଂ ଔଷଧ ପ୍ରଦାନ କରାଯିବ ।
ଏହି ପଦକ୍ଷେପ ସହିତ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ସ୍ଥାନୀୟ ଅଂଚଳର ଜନସାଧାରଣଙ୍କୁ ପ୍ରତିଷେଧକ, ପ୍ରୋତ୍ସାହନମୂଳକ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛ ।
ଏହା ସହିତ ସେମାନଙ୍କ ଆଚରଣ ପରିବର୍ତନ, ସ୍ୱାସ୍ଥ୍ୟ ଆଚରଣରେ ଉନ୍ନତି ଆଣିବା, ଅଣ ସଂକ୍ରାମକ ରୋଗର ଚିହ୍ନଟ ଓ ଋତୁକାଳୀନ ରୋଗ ଉପରେ ସଚେତନତା ଏବଂ ଏହାର ପ୍ରତିଷେଧକ ଉପରେ ପଦକ୍ଷେପ ନେବାକୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଲକ୍ଷ ରଖିଛି ।


Share It

Comments are closed.