ଓଡ଼ିଶା ଯୁବବର୍ଗଙ୍କୁ ଉଦ୍ୟୋଗ ଜଗତ ଲାଗି ପ୍ରସ୍ତୁତ କରିବା ପାଇଁ ଟାଟା ପାୱାର ପକ୍ଷରୁ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ସହ ସହଯୋଗିତା


– ରାଜ୍ୟ ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅନୁସାରେ ସହଯୋଗିତା
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହିତ ଯୌଥ ଉଦ୍ୟୋଗ ସ୍ଥାପନ କରି ଚାରିଟି ଡିସକମର ପରିଚାଳନା କରୁଥିବା ଟାଟା ପାୱାର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଥିବାରୁ ହଜାର ହଜାର ଓଡ଼ିଆ ଯୁବକଯୁବତୀ ଶକ୍ତି କ୍ଷେତ୍ରପାଇଁ ନିଯୁକ୍ତି ଓ ପ୍ରାସଙ୍ଗିକ ଦକ୍ଷତା ହାସଲ କରିପାରିବେ । ଓଡ଼ିଶା ସରକାରଙ୍କ “ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି । ଏଥିରେ ବିଭିନ୍ନ କ୍ଷେତ୍ରରେ ସ୍ଥାନୀୟ ଯୁବକଯୁବତୀଙ୍କ ନିଯୁକ୍ତି ଓ ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି ।
ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌), ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଜିଆଇଟି, ସରାଙ୍ଗ), ସିଲିକନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଏସ୍‌ଆଇଟି), ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ୍ ଇଞ୍ଜିନିୟରିଂ (ବୋଷ୍‌), ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର) ଏବଂ ୱାର୍ଲଡ ସ୍କିଲ୍ ସେଂଟର (ଡବ୍ଲ୍ୟୁଏସ୍‌ସି) ରହିଛି । ଏହି କାର୍ଯ୍ୟକ୍ରମକୁ ସାରା ରାଜ୍ୟର ଆଇଟିଆଇରେ ବିସ୍ତାର କରିବା ପାଇଁ କମ୍ପାନି ମୋ କଲେଜ ସହ ମଧ୍ୟ କଥାବାର୍ତା କରୁଛି ।
ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ବୈଦ୍ୟୁତିକ ଏବଂ ଯାନ୍ତ୍ରିକଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଲଘୁ ଦକ୍ଷତା ପର୍ଯ୍ୟନ୍ତ ବିଭିନ୍ନ ବିଷୟକୁ ଅନ୍ତର୍ଭୁକ୍ତ କରି ବ୍ୟାପକ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଏବଂ ପାଠ୍ୟକ୍ରମ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମଗୁଡିକ ସର୍ବୋଚ୍ଚ ଶିଳ୍ପ ମାନଦଣ୍ଡକୁ ଅନୁସରଣ କରି ଜାତୀୟ ଦକ୍ଷତା ଯୋଗ୍ୟତା ଢାଂଚା (ଏନ୍‌ଏସ୍‌କ୍ୟୁଏଫ୍‌) ଅନୁଯାୟୀ ଉଭୟ ବର୍ତମାନ ଏବଂ ଭବିଷ୍ୟତର ଶିଳ୍ପ ଆବଶ୍ୟକତାକୁ ପୂରଣ କରିବା ପାଇଁ ସୁଚିନ୍ତିତ ଭାବେ ଗଠନ କରାଯାଇଛି ।
ଟାଟା ପାୱାରର ସଭାପତି- ଟିଆଣ୍ଡ୍‌ଡି ସଞ୍ଜୟ ବାଙ୍ଗା କହିଛନ୍ତି ଯେ, ‘ସ୍ଥାନୀୟ ଯୁବକମାନଙ୍କୁ ସେମାନଙ୍କ ଆଶା ଓ ଆକାଂକ୍ଷା ପୂରଣ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ସୁଯୋଗ ଯୋଗାଇ ଦେବା ପାଇଁ ଟାଟା ପାୱାର ଏବଂ ଏହାର ଓଡ଼ିଶା ଡିସକମ୍‌ଗୁଡ଼ିକ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଶକ୍ତି କ୍ଷେତ୍ରରେ ଯୁବପିଢ଼ିଙ୍କ ଉନ୍ନତି ଓ ଉତ୍କର୍ଷ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରି ମେକ୍ ଇନ୍ ଓଡ଼ିଶା ଲକ୍ଷ୍ୟକୁ ସମର୍ଥନ ପ୍ରଦାନ କରିବାରେ ଆମର ଭୂମିକାକୁ ନେଇ ଆମେ ଗର୍ବ ଅନୁଭବ କରୁଛୁ । ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ ଓଡ଼ିଶା’ ଅଭିଯାନକୁ ସମର୍ଥନ କରି ଶିଳ୍ପ ପାଇଁ ପ୍ରସ୍ତୁତ କର୍ମଚାରୀଙ୍କ ଏକ ବିଶାଳ ସଂଖ୍ୟା ବିକଶିତ କରିବା ପାଇଁ ଆମେ ଏହି ସହଯୋଗିତାକୁ ପ୍ରୋତ୍ସାହିତ କରୁଛୁ ।’’



ଶ୍ରେଣୀ ଗୃହ ଶିକ୍ଷା ଏବଂ ବାସ୍ତବ ଦୁନିଆର ପ୍ରୟୋଗ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଏହି ପଦକ୍ଷେପଗୁଡ଼ିକ ଯୁବକଯୁବତୀମାନଙ୍କୁ ଶିଳ୍ପ ବିଶେଷଜ୍ଞ ଏବଂ ପରାମର୍ଶଦାତାଙ୍କ ସହିତ ଯୋଡ଼ିବ । ଏହି ଅଭିଜ୍ଞ ପେସାଦାରମାନେ ଅମୂଲ୍ୟ ମାର୍ଗଦର୍ଶନ, ଶିଳ୍ପର ସର୍ବୋତମ ଅଭ୍ୟାସ ଏବଂ ଶକ୍ତି କ୍ଷେତ୍ରର ଅତ୍ୟାଧୁନିକ ଜ୍ଞାନକୌଶଳ ବିଷୟରେ ସୂଚନା ପ୍ରଦାନ କରିବେ । ଟାଟା ପାୱାରର ଏହାର ‘ଟ୍ରେନ୍ ଟୁ ହାୟାର’ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ସଫଳ ପ୍ରଶିକ୍ଷଣର୍ଥୀମାନଙ୍କ ପାଇଁ ସାର୍ଟିଫିକେସନ ଏବଂ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରୁଛି । ଏହି କାର୍ଯ୍ୟକ୍ରମର ଛାତ୍ରଛାତ୍ରୀମାନେ ଯୋଗ୍ୟତାର ମାନଦଣ୍ଡକୁ ପୂରଣ କରି ଟାଟା ପାୱାର ଓଡ଼ିଶା ଡିସକମଗୁଡ଼ିକରେ ନିଜର କ୍ୟାରିୟର ଆରମ୍ଭ କରିପାରିବେ କିମ୍ବା ଉଦ୍ୟମିତା ଯାତ୍ରା ଆରମ୍ଭ କରିପାରିବେ ଯାହା ଦ୍ୱାରା ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ବୃଦ୍ଧି ପାଇବ ।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍‌ଗୁଡ଼ିକ ବର୍ତମାନ ଓଡ଼ିଶାରେ ଥିବା ଏହାର ୪ଟି ଡିସକମ- ଟିପି ସେଂଟ୍ରାଲ୍‌, ଟିପି ସଦର୍ନ, ଟିପି ନର୍ଦନ ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡରେ ସିଧାସଳଖ ୧୪,୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛି । ରାଜ୍ୟର ତୃତୀୟ ପକ୍ଷ ଠିକାଦାରଙ୍କ ଜରିଆରେ ରକ୍ଷଣାବେକ୍ଷଣ ଓ ପରିଚାଳନା କାର୍ଯ୍ୟ ପାଇଁ ଗ୍ରାଉଣ୍ଡ ଷ୍ଟାଫ୍ ଭାବେ ନିୟୋଜିତ ହୋଇଥିବା ୫୦,୦୦୦ରୁ ଅଧିକ ସ୍ଥାନୀୟ ଲୋକଙ୍କୁ ବ୍ୟାପକ ବୈଷୟିକ ଓ ନିରପତା ପ୍ରଶିକ୍ଷଣ ପ୍ରଦାନ କରିବା ଦିଗରେ ଏହି ଡିସକମଗୁଡ଼ିକ କାର୍ଯ୍ୟ କରୁଛନ୍ତି ।


Share It

Comments are closed.