୭୭ ବର୍ଷ ବୟସରେ ଟାଟା ଷ୍ଟିଲର ଯୋଡା ରନ୍-ଏ-ଥନ୍ ରେ ଦୌଡ଼ିବେ ଦେବରାଜ


ଯୋଡା: ପାଣିପାଗ ସ୍ଥିତି ଯାହା ହେଉ ନା କାହିଁକି, ପ୍ରତିଦିନ ସକାଳେ ସେ ବ୍ୟାୟାମ ପାଇଁ ଟ୍ରାକକୁ ଆସନ୍ତି । ନିଜର ଶାରୀରିକ ଫିଟନେସ ବଜାୟ ରଖିବା କିଛି ବର୍ଷ ଧରି ନିୟମିତ ସେ ଏହି କାର୍ଯ୍ୟ ଜାରି ରଖିଛନ୍ତି ।

ଓଡ଼ିଶାର ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲା ଯୋଡା ସହରର ବାସିନ୍ଦା ଦେବରାଜ ସାମନ୍ତ ଙ୍କ ବୟସ ୭୭ ବର୍ଷ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେ ଦୌଡ଼ିବାର ଉତ୍ସାହ ଛାଡ଼ି ନାହାନ୍ତି ।

ଟାଟା ଷ୍ଟିଲର ଏହି ପୂର୍ବତନ କର୍ମଚାରୀ ନିଜ ଫିଟନେସ ପ୍ରତି ଏତେ ଆଗ୍ରହୀ ଯେ, ସେ ଏବେ ବି ଦେଶର ସମସ୍ତ ଦୌଡ଼ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆଗଭର ରହିଛନ୍ତି ।

“ଯେହେତୁ ଟାଟା ଷ୍ଟିଲ ଯୋଡା ରନ୍‌-ଏ-ଥନ୍ ମୋ ନିଜ ସହରରେ ଆୟୋଜନ କରାଯାଉଛି, ତେଣୁ ଏହି ତୀବ୍ର ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଦୌଡ଼ରେ ଅଂଶଗ୍ରହଣ କରିବା ମୋପାଇଁ ସବୁଠାରୁ ବଡ଼ ଆନନ୍ଦର ବିଷୟ ହେବ । ମୋର ୧୦ କିମି ଦୌଡ଼ ନିଶ୍ଚିତ ଭାବେ ସମାଜକୁ ‘ସବୁଜ ଭବିଷ୍ୟତ’ ପାଇଁ ବାର୍ତା ଦେବ ବୋଲି ଉତ୍ସାହିତ ଥିବା ଦେବରାଜ ସାମନ୍ତ କହିଛନ୍ତି ।

କୋଲକାତାର ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପରେ ବ୍ରୋଞ୍ଜ ପଦକ ଜିତିଥିବା ସାମନ୍ତ ମଧ୍ୟ ଜଣେ ପ୍ରକୃତିପ୍ରେମୀ ଏବଂ ଚାରା ରୋପଣ କରିବାକୁ ପସନ୍ଦ କରନ୍ତି । ସେ ଏଥର ନିଜ ସହରରେ ନିଜର ଦୌଡରେ ଥିବା ରେକର୍ଡକୁ ଉନ୍ନତ କରିବା ପାଇଁ ବେଶ୍ ଆଶାବାଦୀ ଅଛନ୍ତି ।

ଫିଟ୍ ରହିବାର ଇଚ୍ଛା ପାଇଁ ଏଭଳି ଅନେକ କାର୍ଯ୍ୟକ୍ରମରେ ସ୍ୱୀକୃତି ପାଇଥିବା ସେ କହିଛନ୍ତି, “ମୁଁ ନିଶ୍ଚିତ ଯେ ମୋର ମର୍ଣ୍ଣିଂ ୱାକର ବନ୍ଧୁ, ପଡ଼ୋଶୀ, ବନ୍ଧୁ ଏବଂ ଶୁଭେଚ୍ଛୁମାନେ ୧୦ କିମି ଦୌଡ଼ରେ ମୋର ପୂର୍ବ ରେକର୍ଡ ଭାଙ୍ଗିବାକୁ ଉତ୍ସାହିତ କରିବେ ।”

ଦୌଡ଼ିବା ପାଇଁ ତାଙ୍କୁ ମିଳିଥିବା ପ୍ରେରଣା ବିଷୟରେ ଦେବରାଜ କହିଛନ୍ତି ଯେ, “ମୁଁ ଆତ୍ମ-ପ୍ରେରିତ ଏବଂ ଆତ୍ମ ପ୍ରୋତ୍ସାହିତ ।”

ଟାଟା ଷ୍ଟିଲ ପକ୍ଷରୁ ନଭେମ୍ବର ୨୬ ତାରିଖରେ ଯୋଡ଼ାଠାରେ “ରନ୍‌-ଏ-ଥନ୍‌’ ର ପ୍ରଥମ ସଂସ୍କରଣ ‘ସବୁଜ ଆସନ୍ତାକାଲି ପାଇଁ ଦୌଡ଼’ ଶୀର୍ଷକରେ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ସାରାଦେଶ ରୁ ପାଖାପାଖି ୫୦୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

ରବିବାରର ଏହି କାର୍ଯ୍ୟକ୍ରମ ସହିତ କେନ୍ଦୁଝର ଜିଲ୍ଲାରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ମାନର ପେସାଦାର ଦୌଡ଼ ଆରମ୍ଭ ହେବାକୁ ଯାଉଛି ।


Share It

Comments are closed.