ଟାଟା ପାୱାର ଡିସ୍‌କମ୍‌ଗୁଡ଼ିକୁ ୨୦୨୨-୨୩ ଆର୍ଥିକ ବର୍ଷର୍ରେ ଉଚ୍ଚତର ଗ୍ରାହକ ସେବା ରେଟିଂ


ଦେଶର ୬୨ଟି ଡିସକମ୍ ମଧ୍ୟରେ ଏ+ ରେଟିଂ ସହ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ଶ୍ରେଷ୍ଠ ଡିସକମ୍‌ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି
ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସଦ୍ୟତମ ସିଏସ୍‌ଆର୍‌ଡି ରିପୋର୍ଟରେ ଟାଟା ପାୱାର ଓଡ଼ିଶାର ଚାରି ଡିସ୍‌କମ୍‌କୁ ଉଚ୍ଚ ର‌୍ୟାଙ୍କିଂ, ପରିଚାଳନା ଭରସାଯୋଗ୍ୟତାରେ ‘ଏ’ ରେଟିଂ ହାସଲ
ଭୁବନେଶ୍ୱର: ସାରା ଦେଶରେ ୧୩ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିବା ଟାଟା ପାୱାରର ଛଅଟି ଡିସ୍‌କମ୍ ଦେଶର ଶ୍ରେଷ୍ଠ ମାନର ଡିସ୍‌କମ୍‌ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛନ୍ତି ।
ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଡିସ୍‌କମ୍‌ଗୁଡ଼ିକର ଗ୍ରାହକ ସେବା ରେଟିଂ (ସିଏସ୍‌ଆର୍‌ଡି) ରିପୋର୍ଟରେ କମ୍ପାନିର ଦିଲ୍ଲୀ ଓ ଓଡ଼ିଶାର ବିଦ୍ୟୁତ ବଂଟନ କମ୍ପାନିଗୁଡ଼ିକ ଉଚ୍ଚ ରେଟିଂ ହାସଲ କରିଛନ୍ତି । ଏହି ରିପୋର୍ଟରେ ସାରା ଦେଶରେ ଗ୍ରାହକ ସେବାର ସାମ୍ପ୍ରତିକ ସ୍ଥିତିକୁ ଉପସ୍ଥାପନ କରାଯାଇଛି ।
୨୦୨୪ ଜାନୁଆରି ୧୮ ଓ ୧୯ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବିଦ୍ୟୁତ କ୍ଷେତ୍ରର ସମୀକ୍ଷା, ଯୋଜନା ଓ ନିରୀକ୍ଷଣ (ଅରପିଏମ) ବୈଠକ ଅବସରରେ ମାନ୍ୟବର କେନ୍ଦ୍ର ଶକ୍ତି ଓ ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର୍ କେ ସିଂହ ସିଏସ୍‌ଆର୍‌ଡି ରିପୋର୍ଟର ତୃତୀୟ ସଂସ୍କରଣକୁ ଉନ୍ମୋଚନ କରିଥିଲେ ।
ରେଟିଂ ଅନୁସାରେ ସାରା ଦେଶର ୬ଟି ଡିସ୍‌କମ୍ ମଧ୍ୟରୁ ଟାଟା ପାୱାର ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ ଯୌଥ ଉଦ୍ୟୋଗରେ ସ୍ଥାପିତ ଟାଟା ପାୱାର ଦିଲ୍ଲୀ ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡିଡିଏଲ୍‌) ସର୍ବୋଚ୍ଚ ଏ+ ରେଟିଂ ହାସଲ କରି ଶ୍ରେଷ୍ଠ ଡିସକମ୍‌ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ।
ଓଡ଼ିଶାରେ ଥିବା କମ୍ପାନିର ଚାରିଟି ଡିସ୍‌କମ୍ ଯେଉଁଥିରେ ଟାଟା ପାୱାରର ସିଂହଭାଗ ଅଂଶଧନ ରହିଛି ସେମାନଙ୍କ ରେଟିଂରେ ମଧ୍ୟ ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଉନ୍ନତି ଘଟିଛି ।
୨୦୨୨-୨୩ ଆର୍ଥିକ ବର୍ଷରେ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନଓଡିଏଲ୍‌) ଏବଂ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍‌)ର ରେଟିଂ ବି+ କୁ ଉନ୍ନୀତ ହୋଇଛି । ସେହିପରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌)ର ରେଟିଂରେ ମଧ୍ୟ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଉନ୍ନତୀ ହୋଇଛି । ଏହି ଡିସକମ୍‌ଗୁଡ଼ିକ ପରିଚାଳନା ଭରସାଯୋଗ୍ୟତା ମାନଦଣ୍ଡରେ “ଏ’ ରେଟିଂ ହାସଲ କରିଛନ୍ତି ଯାହା ହେଉଛି ସାମଗ୍ରିକ ଗ୍ରେଡ୍ ନିର୍ଧାରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡ ।


ଟାଟା ପାୱାରର ସିଇଓ ତଥା ଏମଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “୨୦୨୩ ଆର୍ôଥକ ବର୍ଷ ପାଇଁ ସିଏସ୍‌ଆରଡି ରିପୋର୍ଟରେ ଆମର ସମସ୍ତ ଡିସକମ ସେମାନଙ୍କ ମାନ୍ୟତାରେ ଉନ୍ନତି ଆଣି ବହୁତ ଭଲ ପ୍ରଦର୍ଶନ କରିଛନ୍ତି । ଦିଲ୍ଲୀ ଡିସକମ ଏକ ଜାତୀୟ ମାନଦଣ୍ଡ ଭାବେ ଉଭା ହୋଇଛି ଏବଂ ସଂସ୍କାର ପ୍ରତି ଆମର ପ୍ରତିବଦ୍ଧତାକୁ ନେଇ ଚାରିଟି ଓଡ଼ିଶା ଡିସକମ୍ ମଧ୍ୟ ଉନ୍ନତ ପରିଚାଳନାଗତ ବିଶ୍ୱସନୀୟତା ଏବଂ ଗ୍ରାହକ ସେବା ସହିତ ସମାନ ସ୍ତରର ଉତ୍କର୍ଷତା ହାସଲ କରିଛନ୍ତି । ବିଦ୍ୟୁତ ବଂଟନ କ୍ଷେତ୍ରର ପରିବର୍ତନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆମେ ଗର୍ବିତ ।’’
ମୁମ୍ବାଇରେ ମଧ୍ୟ ଟାଟା ପାୱାର ଡିସ୍‌କମ୍‌୍ ଏହାର କାର୍ଯ୍ୟକ୍ଷମ ବିଶ୍ୱସନୀୟତା ମାନଦଣ୍ଡରେ ଗତ ବର୍ଷର ରେଟିଂ ଏ+କୁ ବଜାୟ ରଖିଛି ।
ଟାଟା ପାୱାର ନୂଆଦିଲ୍ଲୀ (ଟାଟା ପାୱାର-ଡିଡିଏଲ) ଏବଂ ଓଡ଼ିଶା (ଟିପି ୱେଷ୍ଟର୍ଣ୍ଣ, ଟିପି ସଦର୍ଣ୍ଣ, ଟିପି ସେଂଟ୍ରାଲ ଏବଂ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ଏବଂ ଅଜମେର (ଟିପି ଅଜମେର ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍‌) ବିତରଣ ବ୍ୟବସାୟ ମାଧ୍ୟମରେ ୧୩ ନିୟୁତରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଛନ୍ତି । କମ୍ କାର୍ବନ ଭବିଷ୍ୟତ ପାଇଁ ଏହାର ଅର୍ଥନୀତିକୁ ଅବସ୍ଥାପିତ କରିବା ସହିତ ନିଜ ନାଗରିକଙ୍କ ପାଇଁ ଅଧିକ ଶକ୍ତି ସ୍ଥିରତା ସୁରକ୍ଷିତ କରିବା ପାଇଁ ଭାରତର ଆକାଂକ୍ଷାରେ ଟାଟା ପାୱାର ସବୁଠାରୁ ଆଗରେ ରହିଛି ।
୨୦୨୧ରେ ଆରମ୍ଭ ହୋଇଥିବା ବାର୍ଷିକ ରେଟିଂ ଅଭ୍ୟାସ ସିଏସଆରଡି ରିପୋର୍ଟରେ ଡିସକମ / ଶକ୍ତି ବିଭାଗଗୁଡ଼ିକୁ ଚାରିଟି ବ୍ୟାପକ ମାନଦଣ୍ଡ ଯଥା ପରିଚାଳନାଗତ, ବିଶ୍ୱସନୀୟତା; ସଂଯୋଗ ଏବଂ ଅନ୍ୟାନ୍ୟ ସେବା; ମିଟରିଂ, ବିଲିଂ ଏବଂ ସଂଗ୍ରହ; ଏବଂ ତ୍ରୁଟି ସଂଶୋଧନ ଏବଂ ଅଭିଯୋଗ ସମାଧାନ ଆଧାରରେ କଠୋର ବିଶ୍ଳେଷଣ କରାଯାଉଛି ।


Share It

Comments are closed.