ପାଟ୍‌ନାରେ ନିଜର ପ୍ରଥମ ଫ୍ଲାଗ୍‌ସିପ୍ ଷ୍ଟୋର୍ ଉନ୍ମୋଚନ କରିଛି ତସଭା


ଭୁବନେଶ୍ୱର: ଆଦିତ୍ୟ ବିର୍‌ଲା ଫ୍ୟାଶନ ଆଣ୍ଡ ରିଟେଲ୍ ଲିମିଟେଡ୍‌, ଲୋକପ୍ରିୟ ଡିଜାଇନର୍ ତରୁଣ ତାହିଲିଆନିଙ୍କ ସହ ସହଭାଗିତାରେ ଐତିହାସିକ ସହର ପାଟ୍‌ନାଠାରେ ନିଜର ମେନ୍‌ସ ଇଣ୍ଡିଆନ୍ ୱେୟାର ବ୍ରାଣ୍ଡ, ତସଭାର ଶୁଭାରମ୍ଭ ଘୋଷଣା କରିଛି । ଏହି ଷ୍ଟୋର୍‌କୁ ପ୍ରଖ୍ୟାତ ଡିଜାଇନର୍ ତରୁଣ ତାହିଲିଆନିଙ୍କ ଉପସ୍ଥିତିରେ ହର୍ଷବର୍ଦ୍ଧନ ରାଣେ ଉଦ୍‌ଘାଟନ କରିଛନ୍ତି । ପାଟନାର ପ୍ରମୁଖ ସ୍ଥାନ ବୋରିଙ୍ଗ୍ ରୋଡ୍‌ଠାରେ ଅବସ୍ଥିତ ଏହି ଷ୍ଟୋର୍ ଆଧୁନିକ ଭାରତୀୟ ପୁରୁଷମାନଙ୍କ ପାଇଁ ଏଥିନିକ୍ ଓ ୱେଡିଙ୍ଗ ୱେୟାର୍‌ର ଉଲ୍ଲେଖନୀୟ ଶୃଙ୍ଖଳା ପ୍ରଦାନ କରୁଛି । ୭୫୦୦ ବର୍ଗଫୁଟ୍ ଅଂଚଳରେ ପରିବ୍ୟାପ୍ତ ଏହି ତସଭା ଷ୍ଟୋର୍‌ରେ ଏକ ଗ୍ରାଣ୍ଡ ଫାକାଡ୍‌, ଚମତ୍କାର ଇଂଟେରିୟର ଏବଂ ନୂଆ ଏଡବ୍ଲ୍ୟୁ୨୩ କଲେକ୍ସନ ସମେତ ବିଳାସପୂର୍ଣ୍ଣ ଡିଜାଇନର ୱେଡିଙ୍ଗ ୱେୟାର୍‌ର ଏକ ବିବିଧ ସଂଗ୍ରହ ଉପଲବ୍ଧ ରହିଛି । ଏହି କଲେକ୍ସନ ତରୁଣ ତାହିଲିଆନିଙ୍କ ସିଗ୍ନେଚର ଷ୍ଟାଇଲ୍‌କୁ ଧାରଣ କରିଛି, ବାଧାମୁକ୍ତ ଭାବେ କଂଟେମ୍ପରାରି ଡିଜାଇନ୍‌କୁ ପାରମ୍ପରିକ ସୌନ୍ଦର୍ଯ୍ୟତା ସହ ସମ୍ମିଶ୍ରଣ କରିଛି । ଏହି କଲେକ୍ସନ ଲକ୍‌ଜୁରିଅସ୍ ସିଲ୍କ ବ୍ଲେଣ୍ଡରୁ ନିର୍ମିତ ଆରାମଦାୟକ ପୋଷାକ, ତ୍ୱଚା-ଅନୁକୂଳ କଟନ-ଭିସ୍‌କୋସ୍ ଓ ୱଭେନ ଜାକ୍ୱାର୍ଡ ଆଦି ପ୍ରଦାନ କରୁଛି ଯାହା ଗତିଶୀଳତାର ସ୍ୱାଧୀନତାକୁ ଅନୁମତି ଦେଉଛି । ଏହାର ବିବାହ ଓ ପାର୍ବଣ ପୋଷାକ ଶୃଙ୍ଖଳା ବ୍ୟାପକ ଅଟେ ଯେଉଁଥିରେ ସୁନ୍ଦର କୂର୍ତା ସେଟ୍‌, ସୁନ୍ଦର ସେର୍‌ୱାନି ଓ ଅଚ୍‌କନ, ବହୁମୂଖୀ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକ ଆଦି ସାମିଲ ଅଛି । ଏହି ପୋଷାକଗୁଡିକୁ ସାଫା, ସାର୍‌ପିଚେ, ବ୍ରୁଚ୍‌, ପକେଟ୍ ସ୍କୋୟାର, ବଟନ, ସେହରା, ଷ୍ଟୋଲ୍‌, ସଲ୍ ଓ ଫୁଟ୍‌ୱେୟାର ସମେତ ଏକ ବିସ୍ତୃତ ରେଞ୍ଜର ଆକ୍‌ସେସରିଗୁଡିକ ପରିପୂର୍ଣ୍ଣ କରୁଛନ୍ତି ।

ଏହି ଅବସରରେ ହର୍ଷବର୍ଦ୍ଧନ ରାଣେ ନିଜର ମତବ୍ୟକ୍ତ କରି କହିଛନ୍ତି, “ଏହି ସହର ମୋ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଧାରଣ କରିଛି । ଆଜି ପାଟ୍‌ନାରେ ପାରମ୍ପରିକ ଉତ୍କର୍ଷତା ଏବଂ କଂଟେମ୍ପରାରି ଷ୍ଟାଇଲ୍‌ର ମିଶ୍ରଣକୁ ପରିଲକ୍ଷିତ କରିବା ଓ ଏହାର ସାକ୍ଷୀ ହେବା ଏକ ସୌଭାଗ୍ୟର ବିଷୟ ଅଟେ । ବିବାହ କରୁଥିବା ପୁରୁଷଙ୍କ ଫ୍ୟାଶନ ଅନୁଭୂତିକୁ ପୁନଃପରିଭାଷିତ କରିବା ପାଇଁ ତସଭାର ପ୍ରତିବଦ୍ଧତା ପ୍ରଶଂସନୀୟ ଅଟେ ଏବଂ ମୁଁ ସେମାନଙ୍କ ସହ ଏହି ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ପାଳନ କରିବା ପାଇଁ ଉତ୍ସାହିତ ରହିଛି ।” ପାଟ୍‌ନା ଷ୍ଟୋର୍‌ର ଶୁଭାରମ୍ଭ ସମ୍ପର୍କରେ ତସଭାର ଚିଫ୍ ଡିଜାଇନ୍ ଅଫିସର ତରୁଣ ତାହିଲିଆନି କହିଛନ୍ତି, “ପାଟ୍‌ନାର ବୋରିଙ୍ଗ ରୋଡ୍‌ରେ ଆମ ଷ୍ଟୋର୍‌ର ବିଶାଳ ଉନ୍ମୋଚନ ସହିତ ଆମର ଲକ୍ଷ୍ୟକୁ ଜୀବନ୍ତ କରିବା ଏକ ସମ୍ମାନର ବିଷୟ ଅଟେ । ତସଭା ଏଠାରେ ବିବାହ କରୁଥିବା ପୁରୁଷଙ୍କ ଫ୍ୟାଶନକୁ ପୁନଃବ୍ୟାଖ୍ୟା କରିବା ଏବଂ ପାଟ୍‌ନାର ବିକଶିତ କାହାଣୀର ଏକ ଅଂଶ ହେବା ପାଇଁ ଉପସ୍ଥିତ ରହିଛି ।” ତସଭାର ବ୍ରାଣ୍ଡ ହେଡ୍ ଆଶିଷ ମୁକୁଲ କହିଛନ୍ତି, “ତସଭାରେ ଆମେ ରଣନୈତିକ ଭାବେ ଆମର ରିଟେଲ୍ ଉପସ୍ଥିତିକୁ ବିସ୍ତାର କରିଛୁ ଏବଂ ପାଟ୍‌ନାର ବୋରିଂ ରୋଡ୍‌ଠାରେ ଆମର ଫ୍ଲାଗ୍‌ସିପ୍ ଷ୍ଟୋର୍‌ର ବିଶାଳ ଉନ୍ମୋଚନ ଉକ୍ତ ଦିଗରେ ଏକ ବଡ ସଫଳତା ଅଟେ । ପାଟ୍‌ନା ଆମର ବିକାଶ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି, କାରଣ ଏକ ଶକ୍ତିଶାଳୀ ସାଂସ୍କୃତିକ ଐତିହ୍ୟ ଓ ଆଧୁନିକ ପୁରୁଷଙ୍କ ପାଇଁ ଏକ ବିକଶିତ ପସନ୍ଦ ସହିତ ଏକ ସମୃଦ୍ଧ ବଜାର ଭାବେ ଏହାର ମହତ୍ୱକୁ ଆମେ ସ୍ୱୀକୃତି ଦେଉଛୁ । ଏହି ୭୫୦୦ ବର୍ଗଫୁଟ୍‌ର ସ୍ଥାନ କେବଳ ଏକ ଷ୍ଟୋର୍‌ରୁ ଅଧିକ କିଛି ଅଟେ, ଏହା ଆମର ଚତୁର ଗ୍ରାହକଙ୍କ ପାଇଁ ସପିଙ୍ଗ ଅନୁଭୂତିକୁ ପୁନଃବ୍ୟାଖ୍ୟା କରିବା ପ୍ରତି ଆମର ପ୍ରତିବଦ୍ଧତାର ଏକ ପ୍ରମାଣ ଅଟେ ।\”

 


Share It

Comments are closed.