ହାଇ ୱାଟେଜ୍ ବ୍ୟାଟେନ୍‌ର ଶୁଭାରମ୍ଭ କରିଛି ସୂର୍‌ୟା ରୋସ୍‌ନି


ଭୁବନେଶ୍ୱର : ଲାଇଟିଙ୍ଗ୍‌, ଫ୍ୟାନ୍‌, ହୋମ୍ ଆପ୍ଲାଏନ୍ସ, ଷ୍ଟିଲ୍ ପାଇପ୍ ଓ ପିଭିସି ପାଇପ୍‌ଗୁଡିକ ପାଇଁ ଭାରତର ଅନ୍ୟତମ ବିଶ୍ୱସନୀୟ ଓ ପ୍ରତିଷ୍ଠିତ ବ୍ରାଣ୍ଡ ସୂର୍‌ୟା ରୋସ୍‌ନି ଏହାର ଉପଭୋକ୍ତାଙ୍କ ଜୀବନକୁ ସରଳ ଓ ସ୍ୱାସ୍ଥ୍ୟକର କରିବା ପାଇଁ ନିଜର ଅଭିଜ୍ଞତା, ଟେକ୍ନୋଲୋଜି ଓ ଉଦ୍ଭାବନକୁ ବ୍ୟବହାର କରିଆସୁଛି । ନିକଟରେ ବ୍ରାଣ୍ଡ ପକ୍ଷରୁ ସମାଜର ପ୍ରମୁଖ ବର୍ଗର ଲୋକମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ବୁଝିବା ପାଇଁ ଏକ ପ୍ରୟାସ କରାଯାଇଥିଲା । କମ୍ପାନୀ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣ ସମସ୍ତ ବୟସ ବର୍ଗର ଲୋକଙ୍କଠାରେ ‘ଉଜ୍ଜ୍ୱଳ ଓ ଅଧିକ ଆଲୋକ’ର ଆବଶ୍ୟକତାକୁ ଆଲୋକିତ କରିଥିଲା ଯେଉଁମାନେ ପଢିବା କିମ୍ବା ନିଜର ଦୈନନ୍ଦିନ କାର୍ଯ୍ୟ କରିବା ପାଇଁ ଉଚ୍ଚମାନର ଓ ପର୍ଯ୍ୟାପ୍ତ କାର୍ଯ୍ୟକ୍ଷମ ଆଲୋକର ଆବଶ୍ୟକ କରୁଛନ୍ତି । ସୂର୍‌ୟା ରୋସ୍‌ନି ଏହି ଆବଶ୍ୟକତାକୁ ଚିହ୍ନଟ କରିବା ସହ ଏହାକୁ ପୂରଣ କରିବାକୁ ପ୍ରୟାସ କରିଛି । କମ୍ପାନୀ ନିକଟରେ ‘ମେଟାଲିକା ସିରିଜ୍‌’ ସହିତ ଏହାର ବିସ୍ତୃତ ଶୃଙ୍ଖଳାର ହାଇ ୱାଟେଜ୍ ବ୍ୟାଟେନ୍‌ଗୁଡିକର ଶୁଭାରମ୍ଭ କରିଛି । ଏହି ଉତ୍ପାଦର ରେଞ୍ଜ ୨୦ରୁ ୬୦ ୱାଟ୍ ମଧ୍ୟରେ ରହିଛି । ଏହାକୁ ଉଭୟ ଘରୋଇ ଓ ବାଣିଜ୍ୟିକ ସାଜସଜ୍ଜା ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ସୌନ୍ଦର୍ଯ୍ୟ ଓ ଆଖିର ସୁରକ୍ଷାକୁ ଦୃଷ୍ଟିରେ ରଖି ଡିଜାଇନ୍ କରାଯାଇଛି ଯାହା ସମସ୍ତ ବୟସ ବର୍ଗର ଲୋକଙ୍କ ବିଭିନ୍ନ ବ୍ୟବହାର ପାଇଁ ସଠିକ୍ ଉଜ୍ଜ୍ୱଳତା ସ୍ତର ପ୍ରଦାନ କରୁଛି ।

ଏସମ୍ପର୍କରେ ସୂର୍‌ୟା ରୋସ୍‌ନିର ଲାଇଟିଙ୍ଗ ଓ କଞ୍ଜ୍ୟୁମର ଡ୍ୟୁରାବୁଲ୍ସ ବିଭାଗର ସିଇଓ ଜିତେନ୍ଦ୍ର ଅଗ୍ରୱାଲ କହିଛନ୍ତି, ‘ସୂର୍‌ୟାରେ ଆମେ ଏକ ପ୍ରଗତିଶୀଳ ଓ ସୁସ୍ଥ ସମାଜ ପାଇଁ ନିରନ୍ତର ପ୍ରୟାସ କରିଆସୁଛୁ । ଏକ ପରିବେଶ ଅନୁକୂଳ ସ୍ଥାୟୀ ଉପାୟରେ ଗୁଣବତା ଓ ଉଦ୍ଭାବନ ସହିତ ଆମର ଉପଭୋକ୍ତାଙ୍କ ଦୈନନ୍ଦିନ ଜୀବନର ଆବଶ୍ୟକତାକୁ ପୂରଣ କରିବା ଉପରେ ସର୍ବଦା ଗୁରୁତ୍ୱ ଦେଇଥାଉ । ଆମର ସଦ୍ୟତମ ଅନୁସନ୍ଧାନ ଅନୁଯାୟୀ ସମସ୍ତ ବୟସର ଲୋକମାନେ ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ଉଜ୍ଜ୍ୱଳ ଓ ଅଧିକ ଆଲୋକର ଆବଶ୍ୟକ କରୁଥିବାରୁ ସୂର୍‌ୟା ହାଇ ୱାଟେଜ୍ ଏଲ୍‌ଇଡି ବ୍ୟାଟେନ୍‌ଗୁଡିକୁ ଶୁଭାରମ୍ଭ କରି ଅତ୍ୟଧିକ ଖୁସି ଅନୁଭବ କରୁଛି । ଏହି ବ୍ୟାଟେନଗୁଡିକ ଅଧିକ ଆଲୋକ ପ୍ରଦାନ କରିବା ସହ ଶକ୍ତି ଦକ୍ଷ ଓ ଦେଖିବାକୁ ଆକର୍ଷଣୀୟ ମଧ୍ୟ ଅଟେ ।’ ସୂଚନାଯୋଗ୍ୟ ଯେ, ସୂର୍‌ୟା ବ୍ରାଣ୍ଡ ଓ ‘ପ୍ରକାଶ ସୂର୍‌ୟା’ର ଭାରତରେ ୪ ଦଶନ୍ଧିରୁ ଅଧିକ ସମୟ ହେବ ଏକ ମଜଭୁତ ଉପସ୍ଥିତି ରହିଛି । ଏହା ନିଜର ଷ୍ଟିଲ୍ ପାଇପ୍ ଓ ଷ୍ଟ୍ରାଇପ୍ ଏବଂ ଲାଇଟ୍‌ିଂ ଓ କଞ୍ଜ୍ୟୁମର ଡ୍ୟୁରାବୁଲ ବ୍ୟବସାୟରେ ଏକ ବିସ୍ତୃତ ଡିଲର ନେଟ୍‌ୱର୍କ ସହ ସର୍ବଭାରତୀୟ ସ୍ତରରେ ଉପସ୍ଥିତିକୁ ଉପଭୋଗ କରୁଛି ।


Share It

Comments are closed.