ରାଜ୍ଯ ଗ୍ରନ୍ଥାଗାରରେ ଦଶମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ


ଭୁବନେଶ୍ୱର, ତା.୧୭.୧୨.୨୦୨୩- ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ଦଶମ ପ୍ରେରଣାଦାୟକ ବକ୍ତୃତାମାଳା ଆୟୋଜିତ ହୋଇଛି । ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ଭାରତୀୟ ବାୟୁସେନା ଅବସରପ୍ରାପ୍ତ ଗ୍ରୁପ କ୍ୟାପଟାନ ଶ୍ରୀ ରଞ୍ଜନ କୁମାର ମଲ୍ଲ ମୁଖ୍ୟ ବକ୍ତାଭାବେ ଯୋଗଦେଇଥିଲେ ।

ପାଠକ ପାଠିକା ମାନେ ବଡ଼ ସ୍ଵପ୍ନ ଦେଖିବା, ସମୟାନୁବର୍ତ୍ତିତା ହେବା, ସଫ୍ଟ ସ୍କିଲ ଡେଭେଲପମେଣ୍ଟ ଓ ସାମରିକ ବାହିନୀର ବିଭିନ୍ନ ପରୀକ୍ଷା ଉପରେ ପାୱାର ପଏଣ୍ଟ ମାଧ୍ୟମରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପାଠକ ପାଠିକା ମାନଙ୍କ ସହ ବାର୍ତ୍ତଳାପ ମାଧ୍ୟମରେ ସେମାନଙ୍କ ପ୍ରସ୍ତୁତିରେ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ । ଓଡିଶା ରାଜ୍ଯ ସଂଗ୍ରହାଳୟ ଅଧୀକ୍ଷକ ଶ୍ରୀମତୀ ଭାଗ୍ୟଲିପି ମଲ୍ଲ ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ଓ ପାଠକ ପାଠିକା ମାନଙ୍କୁ ସଂଗ୍ରହାଳୟରେ ଥିବା ବିଭିନ୍ନ ସାମଗ୍ରୀ ରୁ ଜ୍ଞାନ ଆହରଣ ପାଇଁ ପରାମର୍ଶ ଦେଇଥିଲେ ଳ କାର୍ଯ୍ୟକ୍ରମ କୁ ଯୁଗ୍ମ ଶାସନ ସଚିବ ତଥା ଗ୍ରନ୍ଥାଗାରର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଶ୍ରୀମତୀ ଅତସୀ ଦାସ ସଂଚାଳନ କରିଥିଲେ । ସେ ପାଠକ ପାଠିକା ମାନଙ୍କୁ ସମୟର ସଦୁପଯୋଗ କରି ନିରନ୍ତର ପ୍ରୟାସ କରିବା ପାଇଁ ଉତ୍ସାହିତ କରିଥିଲେ ।

ଶେଷରେ ଗ୍ରନ୍ଥାଗାରର ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଙ୍ଘମିତ୍ରା ସାହୁ ଧନ୍ଯବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ ଗ୍ରନ୍ଥାଧ୍ୟକ୍ଷା ଶ୍ରୀମତୀ ସଳିତା ପାତ୍ର, ଶ୍ରୀମତୀ ମଞ୍ଜୁରାଣୀ ମୁଦୁଲି ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l


Share It

Comments are closed.