ରାଜ୍ୟ ଇଲେକ୍ଟ୍ରୋପାଥିକ୍ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଆୟୋଜିତ


ଭୁବନେଶ୍ୱର, ୨୧ ଜାନୁଆରି ୨୦୨୪: ଇଲେକ୍ଟ୍ରୋହୋମିଓପାଥିକ ଚିକିତ୍ସା ବିଜ୍ଞାନର ଜନକ କାଉଂଟ୍ ସିଜର ମେଟିଙ୍କ ୨୧୫ତମ ଜୟନ୍ତି ପାଳନ ଅବସରରେ ରାଜ୍ୟ ଇଲେକ୍ଟ୍ରୋପାଥିକ ଚିକିତ୍ସକ ସଂଘର ୧୯ତମ ବାର୍ଷିକ ସମ୍ମିଳନୀ ଭୂବନେଶ୍ୱରର ସୂଚନା ଭବନ ପରିସରସ୍ଥ ଗୀତଗୋବିନ୍ଦ ସଦନରେ ଆୟୋଜନ କରାଯାଇଛି ।
ଏସଇପିଏ ଓଡ଼ିଶା ଅଧ୍ୟକ୍ଷ ଡା.ସରୋଜ କୁମାର ସାହୁ କହିଛନ୍ତି ଯେ ଇଳେକ୍ଟ୍ରୋ ଶକ୍ତିର ଅର୍ଥ ହେଉଛି ଜୈବ ଶକ୍ତି ଯାହାକୁ ଉଦ୍ଭିଦରୁ ହାସଲ କରାଯାଇଛି । ଏହା ହେଉଛି ଏକ ସ୍ୱତନ୍ତ୍ର ପଦ୍ଧତି । ଏହା କାହାର ନକଲ ନୁହେଁ । ଜୀବନଶୈଳୀରେ ପରିବର୍ତନ ହେଉ ଅଥାବ ଅନ୍ୟ ଯେକୌଣସି କାରଣ ପାଇଁ ଶରୀରର ରସ ରକ୍ତରେ କୌଣସି ସମସ୍ୟା ଘଟିଲେ ତାହାକୁ ଉଦ୍ଭିଦରୁ ଜାତ ଉପାଦାନକୁ ବ୍ୟବହାର କରି ସମାଧାନ କରାଯାଏ । ସେହି ଚିକିତ୍ସା ପଦ୍ଧତି ହେଉଛି ଇଲେକ୍ଟ୍ରୋ ହୋମିଓପାଥି ।ଏହାକୁ ନେଇ ଛତିଶଗଡ଼ ଓ ରାଜସ୍ତାନରେ ବିଧେୟକ ପାରିତ ହୋଇଥିବା ବେଳେ କେନ୍ଦ୍ର ସରକାର ଏକ ମନ୍ତ୍ରୀ ଗୋଷ୍ଠୀ ଗଠନ କରିଛନ୍ତି । ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସକଙ୍କ ଉନ୍ନତି ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଆମେ ସରକାରଙ୍କ ନିକଟରେ ନିବେଦନ କରୁଛୁ ।’’
ବିଶିଷ୍ଟ ରାଜନେତା ତଥା ରାଜ୍ୟର ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି ଯେ, ‘ଅତୀତରେ କବିରାଜ ଓ ବୈଦ୍ୟଙ୍କ ଠାରୁ ଲୋକମାନେ ଔଷଧ ସେବନ କରୁଥିଲେ । ଏବେବି ସେମାନଙ୍କୁ ଦେଖିବାକୁ ମିଳୁଛି । କରୋନା ମହାମାରୀ ସମୟରେ ମଧ୍ୟ ପ୍ରାକୃତିକ ଚିକିତ୍ସା ପଦ୍ଧତି ବେଶ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା । ଇଲେକ୍ଟ୍ରୋ ହୋମିଓପାଥିର ପ୍ରଚାର ଲାଗି ତୃତୀୟ ପକ୍ଷ ପ୍ରଚାର ଜରୁରୀ । କାରଣ ଅନ୍ୟ ଜଣେ ବ୍ୟକ୍ତି ଯଦି କୁହନ୍ତି ଯେ ଏହି ଚିକିତ୍ସା କରିବାରୁ ମୋର ରୋଗ ଭଲ ହେଲା ତେବେ ଅନ୍ୟମାନେ ସେଥିପ୍ରତି ଆକୃଷ୍ଟ ହେବେ ।”
ସିୱାଇଏସ୍ଡି ଭୁବନେଶ୍ୱରର ସହ ପ୍ରତିଷ୍ଠାତା ଜଗଦାନନ୍ଦ କହିଛନ୍ତି ଯେ, “ଆଜି ରୋଗୀ ଚାହୁଁଛି ଯେ ମୋତେ ଏଭଳି ଜଣେ ଡାକ୍ତର ମିଳନ୍ତୁ ଯିଏ ସୁଳଭ ମୂଲ୍ୟରେ ମୋ ରୋଗ ଭଲ କରିଦେବେ । ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସକମାନେ ଆଜିର ଚିକିତ୍ସା ବିଜ୍ଞାନର ଗୋଲକଧନ୍ଦାଠାରୁ ବାହାରେ ରହି କାମ କରୁଛନ୍ତି । ଯେଉଁ ନିଷ୍ଠା ଓ ସଂକଳ୍ପ ସହିତ ଆପଣମାନେ କାମ କରୁଛନ୍ତି ତାହା ନିଶ୍ଚିତ ରୂପେ ପ୍ରେରଣାଦାୟକ । ସେହିଭଳି ଭାବେ କାର୍ଯ୍ୟ ଜାରି ରଖିବା ଲାଗି ମୁଁ ଆପଣମାନଙ୍କୁ ଆହ୍ୱାନ ଦେବାକୁ ଚାହୁଁଛି ।”
ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୁ କହିଛନ୍ତି ଯେ, “ବଡ଼ ବଡ଼ ଡାକ୍ତରଖାନାଠାରୁ ଆରମ୍ଭ କରି ସରକାରୀ କଳ ପର୍ଯ୍ୟନ୍ତ ସବୁ ଆଡ଼େ ଲୋକ ସମ୍ପର୍କକୁ ନେଇ ଏକ ବିଭାଗ ରହିଛି । ସେଭଳି ଏକ ବିଭାଗ ପ୍ରତିଷ୍ଠା କରିବାକୁ ମୁଁ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସକମାନଙ୍କୁ ଆହ୍ୱାନ ଦେଉଛି ।”
ଇଟାଲିରେ ଜନ୍ମ ଗ୍ରହଣ କରିଥିବା କାଉଂଟ୍ ସିଜର ମେଟିଙ୍କ ଚିକିତ୍ସା ବିଜ୍ଞାନ ଉପରେ ବେଶ ରୁଚି ଥିଲା । ସେ ଏଭଳି ଏକ ଚିକିତ୍ସା ପଦ୍ଧତି ବିକାଶ କରିବାକୁ ଚାହୁଥିଲେ ଯେଉଁଥିରେ କୌଣସି ତ୍ର୍ରୁଟି ନଥିବ । ବହୁ ଗବଷେଣା ପରେ ସେ ଇଲେକ୍ଟ୍ରୋ ହୋମିଓପାଥିର ବିକାଶ କରିଥିଲେ ଯାହା ହୋମିଓପାଥି ଚିକିତ୍ସାଠାରୁ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲା ।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ରାଜନୈତିଜ୍ଞ ଶ୍ରୀଯୁକ୍ତ ପଂଚାନନ କାନୁନଗୋ ଯୋଗ ଦେଇ ଇଲେକ୍ଟ୍ରୋପାଥିକ୍ ଚିକିତ୍ସକମାନେ ନିର୍ବାହ କରୁଥିବା ଗୁରୁ୍‌ତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ । କାରଣ ସିଜର ମେଟିଙ୍କ ଜୀବନ ଏବଂ ସମାଜ ପ୍ରତି ତାଙ୍କ ଅବଦାନକୁ ସେ ସ୍ମରଣ କରିଥିଲେ ।
କାର୍ଯ୍ୟକ୍ରମରେ ବିଶିଷ୍ଠ ଅତିଥି ଭାବେ ସମାଜ ବିଜ୍ଞାନୀ ତଥା ସିୱାଇଏସ୍‌ଡିର ସହ ପ୍ରତିଷ୍ଠାତା ଜଗଦାନନ୍ଦ, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ, ସେପା ବୈଷୟିକ କମିଟିର ସଭାପତି ଡା. କମଳାକାନ୍ତ ନାୟକ ବକ୍ତବ୍ୟ ରଖିଥିଲେ ।
ରାଜ୍ୟ ଇଲେକ୍ଟ୍ରୋ ପାଥିକ ଚିକିତ୍ସକ ସଂଘ-ଓଡ଼ିଶାର ସଭାପତି ଡା ସରୋଜ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂଘର ସମ୍ପାଦକ ଡା. ପର୍ଶୁରାମ ଖଟୁଆ ବାର୍ଷିକ ବିବରଣି ପାଠ କରିଥିଲେ । ଡା ପ୍ରଶାନ୍ତ କୁମାର ସାବତ, ଶିକ୍ଷକ ,ଫାର୍ମାସି କଲେଜ, ସୋଆ ବିଶ୍ୱବିଦ୍ୟାଳୟ । ସଂଘର ସହ ସଂମ୍ପାଦକ ରଶ୍ମିରଞ୍ଜନ ମହାରଥା ସ୍ୱାଗତ ଭାଷଣ ଦେଇଥିଲେ ଓ ଉପସଭାପତି ଡା ମନୋଜ କୁମାର ମହଲା ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଡା ସୁନନ୍ଦନ ମିଶ୍ର ,ଡା ମାନସ ରଞ୍ଜନ ବିଶ୍ୱାଳ, ଡା ମନୋଜ କୁମାର ବାଦି, ଡା ରଶ୍ମି ରଞ୍ଜନ ମିଶ୍ର, ଡା ଗୀତା ପ୍ରସାଦ ମାଝି,ଡା ସୂର୍ଯ୍ୟନାରାୟଣ ମହାନ୍ତି, ଡା ସୁନିତା ମହାନ୍ତ, ଡା ସୁକାନ୍ତିଲତା ପରିଡା କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


Share It

Comments are closed.