ଏଂଟରପ୍ରାଇଜ୍ ଓଡ଼ିଶା ପକ୍ଷରୁ ନୂଆ ବ୍ୟବସାୟ ସୁଯୋଗ ସୃଷ୍ଟି ସହ ବୃହତ ଶିଳ୍ପ ସହିତ ଏମଏସଏମଇ ସମ୍ପର୍କ ସ୍ଥାପନ


ଝାରସୁଗୁଡ଼ା/ ଭୁବନେଶ୍ୱର, ୨୧ ଜାନୁଆରି ୨୦୨୪: ଭାରତୀୟ ଶିଳ୍ପ ସଂଘ (ସିଆଇଆଇ) ପକ୍ଷରୁ ଓଡ଼ିଶା ସରକାରଙ୍କ ସହଯୋଗରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଝାରସୁଗୁଡ଼ାଠାରେ ଏଂଟରପ୍ରାଇଜ୍ ଓଡ଼ିଶାର ୨୪ତମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଷ୍ଟାର୍ଟଅପ୍ ଓ ମହିଳା ଉଦ୍ୟୋଗୀଙ୍କ ପାଇଁ ଏଂଟରପ୍ରାଇଜ୍ ଓଡ଼ିଶାରେ ତିନି ଦିନିଆ ପ୍ରଦର୍ଶନୀ, ସମ୍ମିଳନୀ, ଜି୨ବି ଓ ବି୨ବି ବୈଠକ, କର୍ମଶାଳା ଓ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶା ସରକାରଙ୍କ ସହଭାଗିତାରେ ସିଆଇଆଇର ଏହା ଏକ ପ୍ରମୁଖ ପଦକ୍ଷେପ ଏବଂ ରାଜ୍ୟରେ ଏକ ସୁଦୃଢ଼ ଶିଳ୍ପ ବ୍ୟବସ୍ଥା ସୃଷ୍ଟି କରିବା ସହ ଦେଶର ଏକ ଉତ୍ପାଦନ କେନ୍ଦ୍ର ଭାବରେ ଏହାର ଶକ୍ତି ପ୍ରଦର୍ଶନ କରିବାରେ ଏହା ସହାୟକ ହୋଇଛି । ଏହି ପ୍ରଦର୍ଶନୀରେ ଚାକିରି କାର୍ଯ୍ୟ, ଚୁକ୍ତିଭିତିକ ଉତ୍ପାଦନ, କଂଚାମାଲ ଯୋଗାଣ, ପ୍ୟାକେଜିଂ ଏବଂ ଲଜିଷ୍ଟିକ୍ସ ଇତ୍ୟାଦି ସମ୍ବନ୍ଧୀୟ ଆବଶ୍ୟକତା ପାଇଁ ସମ୍ଭାବ୍ୟ ବିକ୍ରେତ. ଯୋଗାଣ ଶୃଙ୍ଖଳ ସଂସ୍ଥା, ଆନୁଷଙ୍ଗିକ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ସେମାନଙ୍କର ସୁଯୋଗ ପ୍ରଦର୍ଶନ କରୁଥିବା ବୃହତ ଏବଂ ମଧ୍ୟମ ଧରଣର ଅନୁଷ୍ଠାନ ଗୁଡିକ ସାମିଲ ହୋଇଥିଲେ । ଏହି ପ୍ରଦର୍ଶନୀରେ ପ୍ରଯୁକ୍ତିବିଦ୍ୟା, ସ୍ଥାୟୀତା, ଭିତିଭୂମି, ଲଜିଷ୍ଟିକ୍ ଏବଂ ଅକ୍ଷୟ ଶକ୍ତି, ଇ-କମର୍ସ ପ୍ଲାଟଫର୍ମ, ବ୍ୟାଙ୍କ ଏବଂ ଏନବିଏଫସି, ମାଇକ୍ରୋଫାଇନାନ୍ସ ଅନୁଷ୍ଠାନ, ଋଣ ପ୍ରଦାନକାରୀ ଏଜେନ୍ସି, ପ୍ରମୁଖ ଦେଶଗୁଡ଼ିକର ବାଣିଜ୍ୟ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗ କ୍ଷେତ୍ରରେ ଉତ୍ପାଦ ଏବଂ ସେବା ପ୍ରଦାନକାରୀମାନେ ଅଂଶଗ୍ରହଣ କରିଥିଲେ ।
ଏହି ଅବସରରେ ସିଆଇଆଇ ପୂର୍ବାଚଂଳ ଅଧ୍ୟକ୍ଷ ଶିବ ସିଦ୍ଧାନ୍ତ ନାରାୟଣ କୌଲ କହିଛନ୍ତି ଯେ, “ସାରା ବିଶ୍ୱରେ ଓଡ଼ିଶାର ବିକାଶର କଥା ଆଲୋଚନା ହେଉଛି । ଓଡ଼ିଶା ସରକାର ପୁଞ୍ଜିନିବେଶ ଓ ଉଦ୍ୟୋଗ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିଛନ୍ତି । ଓଡ଼ିଶାରେ ଅନେକ ଶିଳ୍ପ କେନ୍ଦ୍ର ରହିଛି, କିନ୍ତୁ ଝାରସୁଗୁଡ଼ା ସେଥିମଧ୍ୟରୁ ଅନ୍ୟତମ । ଝାରସୁଗୁଡ଼ାରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ମାର୍ଗଦର୍ଶନ କରିଥିବାରୁ ଆମେ ଓଡ଼ିଶା ସରକାରଙ୍କୁ କୃତଜ୍ଞତା ଜଣାଉଛୁ । ବୃହତ୍ ଶିଳ୍ପ ୟୁନିଟ୍ ଏବଂ ଏମ୍‌ଏସ୍‌ଏମ୍‌ଇ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ରାଜ୍ୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଆମର ଲକ୍ଷ୍ୟ । ଏମଏସଏମଇ ଯୋଗାଣକାରୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗକୁ ବଡ଼ କଂପାନିଗୁଡ଼ିକ ଅଣଦେଖା କରିପାରିବେ ନାହିଁ । ମୁଁ କହିବି ଯେ ଏଂଟରପ୍ରାଇଜ୍ ଏହାର ୨୪ତମ ସଂସ୍କରଣରେ ଏହି ସଂଯୋଗ ହାସଲ କରିବାରେ ଅଗ୍ରଗତି ହାସଲ କରିକ୍ତି ।’’
ସିଆଇଆଇର ଏହି ପ୍ରମୁଖ ପଦକ୍ଷେପର ୨୪ତମ ସଂସ୍କରଣରେ ପ୍ରାୟ ୧୦୦୦ରୁ ଅଧିକ ଅଂଶଗ୍ରହଣକାରୀ, ୧୫୦ ପ୍ରଦର୍ଶକ ଏବଂ ୫୪ ଶିଳ୍ପ ଅଂଶୀଦାର ଏବଂ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସଂଘ ଉପସ୍ଥିତ ଥିଲେ । ଏଥିରେ ଅଷ୍ଟ୍ରେଲିଆ, ବାଂଲାଦେଶ, ନେପାଳ ଓ ମିଆଁମାରର ପ୍ରତିନିଧି ଦଳ ଓ କୂଟନୀତିଜ୍ଞଙ୍କ ସମେତ ଓଡ଼ିଶା ତଥା ଦେଶର ଶିଳ୍ପ ପତିଙ୍କ ସମେତ ଓଡ଼ିଶା ବାହାରୁ ୫୮ଟି କମ୍ପାନି ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ \”ଏମଏସଏମଇ ପାଇଁ ସୁଯୋଗ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
ସିଆଇଆଇ ପୂର୍ବାଚଂଳ ଉପାଧ୍ୟକ୍ଷ ଶୁଭେନ୍ଦ୍ର କୁମାର ବେହେରା କହିଥିଲେ ଯେ, “ବ୍ୟବସାୟ, ଷ୍ଟାର୍ଟଅପ୍‌, ପର୍ଯ୍ୟଟନ, ଶିକ୍ଷା, ଭିତିଭୂମି ଆଦି ପ୍ରାୟ ସବୁ କ୍ଷେତ୍ରରେ ଓଡ଼ିଶା ବ୍ୟାପକ ଭାବେ ପରିବର୍ତନ କରୁଛି । ସେ କହିଥିଲେ ଯେ ସିଆଇଆଇ ସର୍ବଦା ଓଡ଼ିଶା ସରକାରଙ୍କ ସହ ମିଶି ବ୍ୟବାସୟ ପରିବେଶ ନିର୍ମାଣ କରିବାକୁ ଚାହୁଁଛି । ନେତା, ଦୂରଦର୍ଶୀ ଓ ଅଂଶୀଦାରଙ୍କ ସମାବେଶ ଅଧିକ ପୁଞ୍ଜିନିବେଶ ଏବଂ ଜୀବିକା ସୃଷ୍ଟି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଂଚ ସୃଷ୍ଟି କରିଛି ବୋଲି ସେ ବହୁତ ଆଶାବାଦୀ ରହିଛନ୍ତି ।’’
୨ ଦିନ ମଧ୍ୟରେ ୧୫୦ରୁ ଅଧିକ ବି୨ବି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଛୋଟ ୟୁନିଟ୍ ଗୁଡ଼ିକ ସମ୍ଭାବ୍ୟ ବ୍ୟବସାୟ ଅପେକ୍ଷା ବଡ଼ ୟୁନିଟ୍ ସହିତ ଯୋଡ଼ି ହୋଇଥିଲେ । ସେଠାରେ ୨୦୦୦ରୁ ଅଧିକ ପଞ୍ଜୀକୃତ ପ୍ରତିନିଧି ଥିଲେ । ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବା ପାଇଁ ଉଭୟ ସରକାରୀ ଏବଂ ବେସରକାରୀ ବୃହତ୍ ୟୁନିଟ୍ର ପାଖାପାଖି ୫୦ ଜଣ କ୍ରୟ ପରିଚାଳକଙ୍କ ସହ ବୈଠକ ଏମଏସଏମଇ ସହିତ ଆୟୋଜନ କରାଯାଇଥିଲା

Share It

Comments are closed.