ଦୋସ୍ତାନା ୨ ପରେ ଏବେ ଶାହାରୁଖ ଖାନଙ୍କ ରେଡ ଚିଲିଜରୁ ଅଲଗା ହେଲେ କାର୍ତ୍ତିକ ଆର୍ୟନ


ବଲିଉଡ ଅଭିନେତା କାର୍ତିକ ଆର୍ୟନଙ୍କ ବେଳକାଳ ଆଜିକାଲି କିଛି ଭଲନାହିଁ । ପୂର୍ବରୁ କରନ ଜୋହର କାର୍ତ୍ତିକଙ୍କୁ ତାଙ୍କ ପ୍ରଡକ୍ସନ୍ ଫିଲ୍ମ ‘ଦୋସ୍ତାନା ୨’ ରୁ ବାହାର କରିଦେଇଥିଲେ। ବର୍ତ୍ତମାନ ବଲିଉଡ କିଙ୍ଗ ଖାନ ଅର୍ଥାତ୍ ଶାହରୁକ ଖାନଙ୍କ ଫିଲ୍ମ ବ୍ୟାନର ‘ରେଡ୍ ଚିଲିଜ’ରୁ ମଧ୍ୟ କାର୍ତ୍ତିକ ବାହାରିଯାଇଛନ୍ତି । ଏହା ପଛର କାରଣ କ୍ରିଏଟିଭ୍ ସମସ୍ୟା ଏବଂ ସ୍କ୍ରିପ୍ଟ ପସନ୍ଦ ନଆସିବା କୁହାଯାଉଛି ।

ସୂଚନା ଅନୁଯାୟୀ, ‘ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ’ ଏବଂ କାର୍ତ୍ତିକ ଆରୟାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହୋଇଥିଲା। ଯାହା ପରେ ପାରସ୍ପରିକ ସମ୍ମତି ସହିତ କମ୍ପାନୀ କାର୍ତ୍ତିକଙ୍କୁ ଏହି ପ୍ରଜେକ୍ଟରୁ ଅଲଗା ହେବାର ଅନୁମୋତି ଦେଇଥିଲା । କୁହାଯାଉଛି ଯେ କାର୍ତ୍ତିକ ମଧ୍ୟ ତାଙ୍କ ସାଇନିଙ୍ଗ୍ ଏମାଉଣ୍ଟ କମ୍ପାନୀକୁ ଫେରସ୍ତ କରିଛନ୍ତି। କାର୍ତ୍ତିକ ଫିଲ୍ମର ସ୍କ୍ରିପ୍ଟକୁ ପସନ୍ଦ ନକରିବା ଏବଂ କ୍ରିଏଟିଭ୍ ସମସ୍ୟା ଯୋଗୁଁ ଫିଲ୍ମରୁ ବାଦ୍ ପଡିଛନ୍ତି।

କାର୍ତ୍ତିକ କ୍ରିଏଟିଭ୍ ଭିନ୍ନତା ହେତୁ ଗତ ୧୫ ଦିନ ଧରି ଡାଇରେକ୍ଟର ଅଜୟ ବହଲଙ୍କ ଫିଲ୍ମର ସ୍କ୍ରିପ୍ଟରେ ଖୁସି ନଥିଲେ। କୁହାଯାଉଛି ଯେ ଏହା ଏକ ଲଭ୍ ଷ୍ଟୋରୀ ଫିଲ୍ମ ଯେଉଁଥିରେ କାର୍ତ୍ତିକଙ୍କ ସହ କ୍ୟାଟ୍ରିନା କୈଫଙ୍କୁ ରିଜ ରୋଲରେ କାଷ୍ଟ କରାଯାଇଥିଲା। କାର୍ତ୍ତିକ ଅନୁଭବ କରିଥିଲେ ଯେ ଫିଲ୍ମରେ କ୍ୟାଟ୍ରିନା ତାଙ୍କଠାରୁ ବଡ ଦେଖାଯିବେ। ଯେଉଁଥିପାଇଁ ଅଭିନେତା ଫିଲ୍ମ କରିବାକୁ ମନା କରିଦେଇଥିଲେ। ବର୍ତ୍ତମାନ ସୁଦ୍ଧା ପ୍ରଡକ୍ସନ୍ ହାଇସରୁ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ କିମ୍ବା କାର୍ତ୍ତିକ ଏ ବିଷୟରେ କିଛି କହିନାହାଁନ୍ତି ।

ଏଥି ସହିତ କାର୍ତ୍ତିକ ଏହି ଫିଲ୍ମରୁ ବାହାରିବା ପରେ କରନ ଜୋହର ଏହା ପଛର କାରଣ କି ବୋଲି ପ୍ରଶ୍ନ ଉଠୁଛି। ସମସ୍ତେ ଜାଣିଛନ୍ତି ଯେ କାର୍ତ୍ତିକ କରନ ଜୋହରଙ୍କ ଦୋସ୍ତାନା ୨ ରେ ନଜର ଆସିଥାନ୍ତେ । ଫିଲ୍ମର ସୁଟିଂ ମଧ୍ୟ ଆରମ୍ଭ ହୋଇଥିଲା କିନ୍ତୁ ପରେ କାର୍ତ୍ତିକଙ୍କ ଫିଲ୍ମର ଅଂଶ ନହେବା ଖବର ସାମ୍ନାକୁ ଆସିଥିଲା। ଏଥି ସହିତ କରନ ଏବଂ ଶାହରୁକ ଖାନ ବହୁତ ଭଲ ବନ୍ଧୁ, ତେଣୁ କରନ ଏହା ପଛର କାରଣ ବୋଲି ଅନୁମାନ କରାଯାଉଛି ।


Share It

Comments are closed.