ସୋନି ପକ୍ଷରୁ ନୂଆ ଏମ୍‌ଡିଆର୍‌-ଏମ୍‌ଭି୧ ହେଡ୍‌ଫୋନ୍ ଓ ସି-୮୦ ମାଇକ୍ରୋଫୋନ୍ ଉନ୍ମୋଚିତ


ଭୁବନେଶ୍ୱର: ପ୍ରଫେସନାଲ ସାଉଣ୍ଡ୍ ଇଞ୍ଜିନିୟର ଓ ସଙ୍ଗୀତ ସ୍ରଷ୍ଟାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଥିବା ଏମ୍‌ଡିଆର୍‌-ଏମ୍‌ଭି୧ ରେଫରେନ୍ସ ମନିଟର ହେଡ୍‌ଫୋନ୍‌କୁ ସୋନି ପକ୍ଷରୁ ଉନ୍ମୋଚନ କରାଯାଇଛି । ଏଥିରେ ଉନ୍ନତ ସାଉଣ୍ଡ୍ ସହିତ ଦୀର୍ଘସ୍ଥାୟିତ୍ୱ ଓ ଭରସାର ମିଶ୍ରଣ ରହିଛି । ଏହାର ଓପନ୍ ବ୍ୟାକ୍ ଡିଜାଇନ୍ ତାହାକୁ ୩୬୦ଂ ରିଅଲିଟି ଅଡିଓ, ଷ୍ଟେରିଓ ସାଉଣ୍ଡ୍ ସହିତ ଉଚ୍ଚ ମାନର ରିଜଲ୍ୟୁସନ ଦକ୍ଷତା ଆଦିର ମିଶ୍ରଣ କରିବାରେ ସହାୟକ ହେବ । ସୋନି ପକ୍ଷରୁ ସି-୮୦ ମାଇକ୍ରୋଫୋନ୍ ବିଷୟରେ ମଧ୍ୟ ଘୋଷଣା କରାଯାଇଛି ଯାହା ଷ୍ଟୁଡିଓ ରେକର୍ଡିଂ ପାଇଁ ବେଶ ଉପଯୁକ୍ତ । ଭ୍ଲଗିଂ, ୱେବକାଷ୍ଟିଂ ଓ ପଡ୍‌କାଷ୍ଟିଂରେ ତାହାକୁ ବ୍ୟବହାର କରିହେବ । ଏଥିରେ ସୋନିର ସି-୮୦୦ଜି ଓ ଲୋକପ୍ରିୟ ସି-୧୦୦ ମାଇକ୍ରୋଫୋନ୍‌ର ଗୁଣ ରହିଛି ।
ସୋନି ଇଣ୍ଡିଆର ଅଡିଓ ବିଜନେସ୍ ମୁଖ୍ୟ ସୋହେଇ ଟୋୟୋଡା କହିଛନ୍ତି ଯେ, “ଜାଗତିକ ସ୍ୱର ଓ ଉଚ୍ଚ ମାନର ଷ୍ଟ୍ରିମିଂ ସଙ୍ଗୀତ ସେବାରେ ବୃଦ୍ଧି ହେବା ସହ ହେଡ୍‌ଫୋନ୍ ଚାହିଦାରେ ବୃଦ୍ଧି ହୋଇଥିବା ଆମେ ଦେଖଇପାରୁଛୁ ଯାହା ଏହି ଆବଶ୍ୟକତାଗୁଡ଼ିକୁପୂରଣ କରିପାରିବ । ଗୃହ ଓ ଷ୍ଟୁଡିଓ ବ୍ୟବହାର ପାଇଁ ଏକ ନମନୀୟ ଓ ଷ୍ଟାଇଲିସ୍ ନୂଆ ବିକଳ୍ପ ଏମ୍‌ଡିଆର୍‌-ଏମ୍‌ଭି୧ର ଶୁଭାରମ୍ଭରେ ଅଡିଓ କ୍ଷେତ୍ରରେ ସୋନିର ରହିଥିବା ବିଶେଷତା ପ୍ରତିଫଳିତ ହୋଇଛି । ଏହି ହେଡ୍‌ଫୋନ୍ ଆରାମକୁ ଅଗ୍ରାଧିକାର ହେଉଛି ଯାହା ସୋନିର କାରିଗରୀ ଓ ଦୀର୍ଘସ୍ଥାୟୀତ୍ୱକୁ ପ୍ରତିଫଳିତ କରୁଥିବା ବେଳେ ବ୍ୟବହାରକାରୀମାନଙ୍କୁ ପ୍ରକୃତ ସ୍ୱର ସୃୃଷ୍ଟି କରିବାର ଦକ୍ଷତା ପ୍ରଦାନ କରୁଛି ଯାହାକୁ ଗ୍ରାହକମାନେ ଶୁଣିବାକୁ ଚାହୁଛନ୍ତି ।’’
ଏମ୍‌ଡିଆର୍‌-ଏମ୍‌ଭି୧ ବିଭିନ୍ନ ସ୍ଥିତିରେ ଅବିକଳ, ଅସଲି ଓ ପ୍ରାକୃତିକ ସ୍ୱରକୁ ହାସଲ କରିହେବ । ସ୍ୱର ପ୍ରକ୍ରିୟାକରଣ କରିବାରେ ମଧ୍ୟ ପ୍ରଫେସନାଲଙ୍କ ପାଇଁ ଏହା ସହାୟକ ହୋଇପାରିବ । ଏଥିରେ ରହିଛି ହାଲୁକା, କୋମଳ ଓ କାନକୁ ଠିକ୍ ଭାବେ ସୁହାଉଥିବା ଇୟରପ୍ୟାଡ୍ ଯେଉଁଥିପାଇଁ ଏହାକୁ ଦୀର୍ଘ ସମୟ ବ୍ୟବହାର କରିବା ପରେ ମଧ୍ୟ କାନକୁ କଷ୍ଟ ଲାଗିବ ନାହିଁ । ଏଥିରେ ଏକ ଉଚ୍ଚ ମାନର ବାହାର କରିହେଉଥିବା ତାର ରହିଛି ଓ ତା’ ସହିତ ଏକ ଆଲୁମିନିୟମ୍ କନେକ୍ଟର ଓ ମିନି-ଜ୍ୟାକ୍ ଆଡାପ୍ଟର ମଧ୍ୟ ରହିଛି । ସେହିପରି ସି-୮୦ ମାଇକ୍ରୋଫୋନ୍‌ରେ କୋଳାହଳ ସମସ୍ୟା ଦୂର କରିବାର ବ୍ୟବସ୍ଥା ରହିଛି ଯାହା ଫଳରେ ସେଥିରେ ସ୍ପଷ୍ଟ ସ୍ୱର ସୃଷ୍ଟି କରାଯାଇପାରିବ ।
ଏମ୍‌ଡିଆର୍‌-ଏମ୍‌ଭି୧ ହେଡ୍‌ଫୋନ୍‌ର ଦାମ୍ ୩୯,୯୯୦ ଟଙ୍କା ରହିଥିବା ବେଳେ ସି-୮୦ ମାଇକ୍ରୋଫୋନ୍‌ର ଦାମ୍ ୪୯,୯୯୦ ଟଙ୍କା ରହିଛି । ଉଭୟ ଉତ୍ପାଦ ୨୦୨୩ ଜୁଲାଇ ୩ରୁ ସୋନି ରିଟେଲ୍ ଷ୍ଟୋର, ସପ୍‌ଆଟ୍‌ଏସ୍‌ସି ଡଟ୍ କମ୍‌, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଅନ୍ୟାନ୍ୟ ଇ-କମର୍ସ ସାଇଟ୍‌ରେ ବିକ୍ରି ଲାଗି ଉପଲବ୍ଧ ହେବ ।


Share It

Comments are closed.