ସୋନି ପକ୍ଷରୁ ନୂଆ ବ୍ରାଭିଆ ଏକ୍ସ୯୦ଏଲ୍ ସିରିଜ୍ ଉନ୍ମୋଚିତ

Share It

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ପରବର୍ତୀ ପିଢ଼ିର କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ଥିବା ନୂଆ ବ୍ରାଭିଆ ଏକ୍ସଆର୍ ଏକ୍ସ୯୦ଏଲ୍ ସିରିଜ୍‌କୁ ଉନ୍ମୋଚନ କରାଯାଇଛି । ନୂତନ ଭାବେ ଉନ୍ମୋଚନ ହୋଇଥିବା ଏହି ସିରିଜ୍ ମଣିଷର ମସ୍ତିଷ୍କ ଭଳି ଭାବନା ଶକ୍ତି ଥିବା ଦୃଶ୍ୟ ଓ ସ୍ୱର ପ୍ରଦାନ କରୁଛି । ଶ୍ରେଷ୍ଠ ମାନର ବାସ୍ତବ ଭଳି ମନେ ହେଉଥିବା ଗୁଣାତ୍ମକ ଛବି, ଜୀବନ୍ତ କଂଟ୍ରାଷ୍ଟ, କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍‌କୁ ନେଇ ଏହା ଅତୁଲ୍ୟ ସ୍ୱର ଓ ଛବିରୁ ବାସ୍ତବ ସ୍ୱର ଆସୁଥିବା ଭଳି ଅନୁଭୂତି ପ୍ରଦାନ କରୁଛି ।
ପ୍ରଥମ ଥର ପାଇଁ ସୋନି ପକ୍ଷରୁ ପିଏସ୍‌୫ ଗେମିଂ କନ୍‌ସୋଲ ସହିତ ବ୍ରାଭିଆ ଟିଭିର କମ୍ବୋ ଉପସ୍ଥାପନ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷ ଏକ୍ସଆର୍ ବର୍ଗମାଳାର ଯେକୌଣସି ବ୍ରାଭିଆ ଟିଭି ସହିତ ଗ୍ରାହକମାନେ ପିଏସ୍‌୫ କିଣିଲେ ୨୪,୦୦୦ ଟଙ୍କାର ସ୍ୱତନ୍ତ୍ର ରିହାତି ପାଇପାରିବେ । ଏହି ଆକର୍ଷଣୀୟ ଡିଲ୍ ୨୦୨୩ ଜୁଲାଇ ୧ରୁ ଆରମ୍ଭ ହେବ ଏବଂ ଷ୍ଟକ ଶେଷ ହେବା ପର୍ଯ୍ୟନ୍ତ ଜାରି ରହିବ ।
ନୂଆ ଏକ୍ସ୯୦ଏଲ୍ ସିରିଜ୍ ୧୮୯ ସେମି (୭୫ ଇଂଚ), ୧୬୫ ସେମି (୬୫ ଇଂଚ) ଓ ୧୫୦ ସେମି (୫୫ ଇଂଚ) ସ୍କ୍ରିନ୍ ଆକାରରେ ଉପଲବ୍ଧ ହେଉଛି । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ହେଉଛି ଏକ୍ସ୯୦ଏଲ୍‌ଟିଭିର ମସ୍ତିଷ୍କ ଭଳି କାମ କରିବ ଯାହା ପାରମ୍ପରିକ ଏଆଇଠାରୁ ବେଶ ଉନ୍ନତ । ଏହା ମଣିଷ ଭଳି ଭାବିପାରୁଛି ଓ ମଣିଷ କିଭଳି ଦେଖୁଛି ଓ ଶୁଣୁଛି ତାହାକୁ ବୁଝିପାରୁଛି । ଯେତେବେଳେ ଆମକୁ ପସନ୍ଦ ଆସୁଥିବା କୌଣସି ବିଷୟକୁ ଆମେ ଦେଖୁଛେ ଅଜାଣତରେ ଏକ ନିର୍ଦିଷ୍ଟ ବିଷୟ ଉପରେ ଆମର ନଜର ରହୁଛି । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ସେହି ନିର୍ଦିଷ୍ଟ ବିଷୟକୁ ଜାଣିପାରୁଛି ।
ବ୍ରାଭିଆ ଏକ୍ସ୯୦ଏଲ୍ ସିରିଜ୍‌ରେ ଏଲ୍‌ଇଡିର ବିଭିନ୍ନ ଜୋନ୍ ରହିଛି ତାହା ସ୍ୱୟଂକ୍ରିୟ ଭାବେ ପ୍ରଜ୍ଜ୍ୱଳିତ ହୋଇ କଂଟ୍ରାଷ୍ଟକୁ ଆଡ୍‌ଜଷ୍ଟ୍ କରୁଛି । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର ସହିତ ସମ୍ପୂର୍ଣ୍ଣ ଏଲ୍‌ଇଡି ପ୍ୟାନେଲ୍ ଜୀବନ୍ତ ସଦୃଶ ଛବି ଉପସ୍ଥାପନ କରୁଛି । ଏକ୍ସଆର୍ ଟ୍ରିଲୁମିନସ ପ୍ରୋ ଜରିଆରେ ପ୍ରତିଟି ବିବରଣୀ ପ୍ରାକୃତିକ ଭାବେ ଫୁଟି ଉଠୁଛି ।
ବ୍ରାଭିଆ ଏକ୍ସ୯୦ଏଲ୍ ସିରିଜ୍‌ରେ ତିନିଟି ମଡେଲ୍ ରହିଛି । ଏକ୍ସଆର୍‌-୫୫ଏକ୍ସ୯୦ଏଲ୍‌ର ଦାମ୍ ୧,୩୯,୯୯୦ ଟଙ୍କା ରହିଥିବା ବେଳେ ଏକ୍ସଆର୍‌-୬୫ଏକ୍ସ୯୦ଏଲ୍‌ର ଦାମ୍ ୧,୭୯,୯୯୦ ଟଙ୍କା ରହିଛି । ଉଭୟ ମଡେଲ୍ ୨୦୨୩ ଜୁନ୍ ୨୬ରୁ ଉପଲବ୍ଧ ହେବ । ଏକ୍ସଆର୍‌-୭୫ଏକ୍ସ୯୦ଏଲ୍ ମଡେଲ୍ ବିଷୟରେ ଖୁବ୍‌ଶୀଘ୍ର ଘୋଷଣା କରାଯିବ । ଏହି ମଡେଲ୍‌ଗୁଡ଼ିକ ସମସ୍ତ ସୋନି ସେଂଟର, ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଇ-କମର୍ସ ପୋର୍ଟାଲ୍‌ଗୁଡ଼ିକରେ ଉପଲବ୍ଧ ହେବ ।


Share It

Comments are closed.