ସୋନି ଇଣ୍ଡିଆ ପକ୍ଷରୁ ଏକ୍ସଆର୍ ପ୍ରୋସେସର ସହିତ ୪କେ ଏଚ୍‌ଡିଆର୍ ପ୍ରଫେସନାଲ୍ ବ୍ରାଭିଆ ଡିସ୍‌ପ୍ଲେର ବିଜେଡ୍‌୫୦ଏଲ୍ ସିରିଜ୍ ଉନ୍ମୋଚିତ


ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ନୂଆ ବ୍ରାଭିଆ ୪କେ ଏଚ୍‌ଡିଆର୍ ଡିସ୍‌ପ୍ଲେର ନୂଆ ସିରିଜ୍ ବିଜେଡ୍‌୫୦ଏଲ୍‌ର ଶୁଭାରମ୍ଭ କରାଯାଇଛି ଯାହା ଭରସାଯୋଗ୍ୟତା, ଛବିର ଗୁଣାତ୍ମକ ମାନ ଓ ବ୍ୟାପକ ଭାବେ କମ୍ପାଟିବିଲିଟି ଦରକାର କରୁଥିବା ବାଣିଜ୍ୟିକ ପରିବେଶରେ ଉନ୍ନତି ଆଣିବ । ଏହାର ଚମତ୍କାର ଡିସ୍‌ପ୍ଲେ ପ୍ରାୟ ସବୁ ପ୍ରକାର ଆବଶ୍ୟକତା ପୂରଣ କରିବ ଏବଂ ଏଥିରେ ରହିଛି ପ୍ରୋ ବ୍ରାଭିଆ ବ୍ୟବହାରକାରୀମାନଙ୍କ ସୁବିଧା ଯଥା ଅତୁଳନୀୟ ଛବି ମାନ, ବ୍ୟାପକ କୋଣରୁ ଦେଖିବା ସୁବିଧା, ଚିନ୍ତାଶୀଳ ପ୍ରଫେସନାଲ୍ ସୁବିଧାସୁଯୋଗ ଏବଂ ଏକ ସ୍ମାର୍ଟ ସିଷ୍ଟମ୍ ଅନ୍ ଏ ଚିପ୍‌(ଏସ୍‌ଓସି) ପ୍ଲାଟଫର୍ମ ।
ସୋନି ଇଣ୍ଡିଆର ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ନାକାସିମା ଟୋମୋହିରୋ କହିଛନ୍ତି ଯେ, “ଆମେ ଆମ ପ୍ରଫେସନାଲ୍ ବ୍ରାଭିଆ ଡିସ୍‌ପ୍ଲେରେ ଉନ୍ନତି ଆଣିବା ବେଳେ ଗ୍ରାହକମାନଙ୍କ ସଦ୍ୟତମ ଅଭିଳାଷ ଓ ଆବଶ୍ୟକତାକୁ ପୂରଣ କରିବା ଉପରେ ଧ୍ୟାନ ଦେବା ସହ ଦୀର୍ଘସ୍ଥ୍ରାୟିତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲୁ । ନୂଆ ମଡେଲ୍ ସମ୍ପ୍ରସାରଣ କରିବା ଏବଂ ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ନୂଆ ପ୍ରଯୁକ୍ତି ବ୍ୟବହାର କରିବା ଜରିଆରେ ଆମେ ତାହା ହାସଲ କରିଛୁ । ଏହାର ଛବିର ମାନ, ନମନୀୟତା, ବିଭିନ୍ନ ଆକାର ଓ ସହଜରେ ବ୍ୟବହାର କରିହେବା ଭଳି ସୁବିଧା ସହିତ ପ୍ରୋ ଏଭି ବ୍ୟବହାରକାରୀମାନେ ସୋନିର ପ୍ରଫେସନାଲ୍ ଡିସ୍‌ପ୍ଲେକୁ ବିଶ୍ୱାସ କରିପାରିବେ ଏବଂ ଆଜିର ବାଣିଜ୍ୟିକ ଦୃଶ୍ୟପଟ୍ଟ ହେଉଥିବା ପରିବର୍ତନକୁ ପୂରଣ କରିବା ଲାଗି ରହିଥିବା ସୁବିଧା ଅନୁସାରେ ନୂଆ ସିରିଜ୍‌କୁ ପସନ୍ଦ କରିବେ ।’’
ଅନ୍ୟ ପକ୍ଷରେ ୯୮ ଇଂଚ୍ ବିଜେଡ୍‌୫୦ଏଲ୍‌ର ଅନ୍ୟତମ ଆକର୍ଷଣ ହେଉଛି ସୋନିର ପ୍ରଫେସନାଲ୍ ବ୍ରାଭିଆ ବିଜେଡ୍‌୪୦ଜେ ସିରିଜ୍ ତୁଳନାରେ ଏଥିରେ ୨୨ ପ୍ରତିଶତ ହାଲୁକା ଏବଂ ଏଥିରେ ୨୮% ପତଳା ବେଜେଲ୍ ବ୍ୟବହାର କରାଯାଇଛି । ସହଜରେ ନେବାଆଣିବା କରିବା, ଇନଷ୍ଟଲେସନକୁ ସୁବିଧା ଜନକ କରିବାରେ ସହାୟକ ହେବା ଲାଗି ଏଥିରେ ଏର୍ଗୋନୋମିକ୍ ହରାଇଜଂଟାଲ୍ ହାଣ୍ଡେଲ ରହିଛି ଯାହା ଡିସ୍‌ପ୍ଲେର ତଳ ଭାଗରେ ରଖାଯାଇଛି । ଉପର ଭାଗରେ ଭର୍ଟିକାଲ୍ ହାଣ୍ଡେଲ୍ ବି ରହିଛି ।
ଦୀର୍ଘସ୍ଥାୟିତ୍ୱକୁ ଦୃଷ୍ଟିରେ ରଖି ନୂଆ ମଡେଲ୍‌ରେ ସୋର୍‌ପ୍ଲାସ୍ ରିସ।।ଇକଲ୍ ହୋଇଥିବା ପ୍ଲାଷ୍ଟିକ୍ ବ୍ୟବହାର କରାଯାଇଛି ଏବଂ କାର୍ଟୁନ୍ ଓ ଇସିଓ ଡ୍ୟାସ୍‌ବୋର୍ଡରେ କମ୍ କାଳି ମଧ୍ୟ ବ୍ୟବହାର ହୋଇଛି । ଏଥିରେ ୩୨ ଜିବିର ଇଟଂରନାଲ୍ ଷ୍ଟୋରେଜ୍ ରହିଛି ଯାହା ଅଧିକ ନମନୀୟ ଓ ବ୍ୟବହାରଯୋଗ୍ୟ । ସବୁ ମଡେଲ୍‌ରେ ଏକ ସେଂଟର ଆଲାଇନ୍‌ମେଂଟ୍ ରେଲ୍ କିଟ୍ ରହିଛି ଯାହା ଜରିଆରେ ତାହାକୁ ସହଜରେ ମାଉଟିଂ କରାଯାଇପାରିବ । କର୍ପୋରେଟ୍‌, ଶିକ୍ଷା, ପରିବହନ ଓ ରିଟେଲ୍ କାରବାରରେ ଏହାକୁ ବ୍ୟବହାର କରାଯାଇପାରିବ । ଏହାର ଏଫ୍‌ଡବ୍ଲୁ-୯୮ବିଜେଡ୍‌୫୦ଏଲ୍‌ର ମୂଲ୍ୟ ୨୦,୦୦,୦୦୦ ଟଙ୍କା ରହିଛି ଏବଂ ତାହା ୨୦୨୩ ଜୁଲାଇ ୨୮ରୁ ଉପଲବ୍ଧ ହେବ ।


Share It

Comments are closed.