ଅପର୍ଣ୍ଣା ଏଟଂରପ୍ରାଇଜେସ୍ ପକ୍ଷରୁ ୨୦୨୩-୨୪ ସୁଦ୍ଧା ୨୦ ନୂଆ ଆଉଟଲେଟ୍ ଖୋଲିବା ଯୋଜନା


ଭୁବନେଶ୍ୱର: କୋଠା ଉପକରଣ ଶିଳ୍ପର ଅଗ୍ରଣୀ ସଂସ୍ଥା ଅପର୍ଣ୍ଣା ଏଟଂରପ୍ରାଇଜେସ୍ ବି୨ସି ବ୍ୟବସାୟ କ୍ଷେତ୍ରରେ ପ୍ରବେଶ କରିବାକୁ ଘୋଷଣା କରିଥିବା ବେଳେ ଏହାର ପ୍ରଥମ କଂପାନି ମାଲିକାନା ଆଉଟ୍‌ଲେଟ୍‌କୁ ତାମିଲନାଡୁର ଚେନ୍ନାଇରେ ଖୋଲିଛି । ଚଳିତ ଆର୍ଥିକ ବର୍ଷରେ ପାଂଚଟି ରାଜ୍ୟରେ ଆଉ ୨୦ଟି ଷ୍ଟୋର୍ ଖୋଲିବା ଲାଗି କଂପାନି ୧୦ କୋଟିରୁ ଅଧିକ ଟଙ୍କା ନିବେଶ କରିବ । କଂପାନି ମାଲିକାନା ଆଉଟ୍‌ଲେଟ୍‌ରେ ଟାଇଲ୍‌, ୟୁପିଭିସି ଓ ଆଲୁମିନିୟମ୍ କବାଟ ଓ ଝରକାର ବିସ୍ତୃତ ବର୍ଗମାଳାକୁ ପ୍ରଦର୍ଶିତ କରାଯିବ । ଅଧିକ ଗ୍ରାହକଙ୍କ ପାଖରେ ପହଂଚିବା ଲାଗି କଂପାନି ଫ୍ରାଚାଂଇଜି ମଡେଲ୍ ଓ ମଲ୍‌ଟି-ବ୍ରାଣ୍ଡ୍ ବି୨ସି ଆଉଟ୍‌ଲେଟ୍ ଖୋଲିବ ।
ଏହି ଅବସରରେ ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଶ୍ରୀ ଅଶ୍ୱିନୀ ରେଡ୍ଡି କହିଛନ୍ତି ଯେ,“ଗତ ୨୭ ବର୍ଷରୁ ଅଧିକ ସମୟଭିତରେ କୋଠା ଉପକରଣ ବ୍ୟବସାୟର ବି୨ବି କ୍ଷେତ୍ରରେ ଅପର୍ଣ୍ଣା ଏଟଂରପ୍ରାଇଜେସ୍ ବେଶ ସମୃଦ୍ଧ ହୋଇଛି ଏବଂ ଆମର ନୂଆ ସୋ’ରୁମ୍‌ର ଶୁଭାରମ୍ଭ ସହିତ ବି୨ସି ବର୍ଗକୁ ସମ୍ପ୍ରସାରଣ ଲାଗି ଏହା ସଠିକ୍ ସମୟ ବୋଲି ଆମେ ଭାବୁଛୁ । ଭାରତୀୟ ଗ୍ରାହକମାନେ ବେଶ ଗବେଷଣା କରୁଛନ୍ତି ଏବଂ ଶ୍ରେଷ୍ଠ ମନପସନ୍ଦ ଆଡ଼କୁ ଢ଼ଳିରହିଛନ୍ତି । ଆମର ଲକ୍ଷ୍ୟ ହେଉଛି ଟାଇଲ୍‌, ୟୁପିଭିସି ଓ ଆଲୁମିନିୟମ୍ କବାଟ ଓ ଝରକା ବର୍ଗରେ ଶ୍ରେଷ୍ଠ ମାନର ଆଧୁନିକ ସମାଧାନକୁ ଆମ ଗ୍ରାହକଙ୍କ ନିକଟତର କରାଇବ । ଆମେ ଆଶା କରୁଛୁ ଯେ କଂପାନି ମାଲିକାନାର ଆଉଟ୍‌ଲେଟ୍ ଭିଟେରୋ ଓ ଭେଷ୍ଟର ନେତୃତ୍ୱରେ ଆଗାମୀ ୫ ବର୍ଷରେ ଆମ ରାଜସ୍ୱ ପ୍ରତି ପାଖାପାଖି ୧୦ ପ୍ରତିଶତ ଯୋଗଦାନ ପ୍ରଦାନ କରିବ । ଏକ ବ୍ୟବସାୟ ଭାବେ ଗତ ୪ ବର୍ଷରେ ଆମେ ୧୫ ପ୍ରତିଶତର ଚକ୍ରବୃଦ୍ଧି ହାରରେ ଆଗକୁ ବଢ଼ୁଛୁ ଏବଂ ଚଳିତ ଆର୍ଥିକ ବର୍ଷରେ ୨୦୦୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଆମେ ଲକ୍ଷ୍ୟ ରଖିଛୁ । ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା କଂପାନି ମାଲିକାନା ଷ୍ଟୋର ସଂଖ୍ୟାକୁ ୫୦ରେ ପହଂଚାଇବାକୁ ଆମେ ଲକ୍ଷ୍ୟ ରଖିଛୁ ।’’
ଆମେ ଧ୍ୟାନ ଦେଉଥିବା ବଜାରଗୁଡ଼ିକ ହେଉଛି କୋଚି, ମୁମ୍ବାଇ, ପୁନେ, ଦିଲ୍ଲୀ, ଯାଜପୁର, ଓଡ଼ିଶା ଓ କୋଲକାତା । ବହୁ ବର୍ଷ ଧରି ଗୋଦରେଜ୍‌, ପ୍ରେଷ୍ଟିଜ୍‌, ମହିନ୍ଦ୍ରା ଲାଇଫ୍ ସ୍ପେସ୍‌, ଏଲ୍‌ଆଣ୍ଡଟି କନଷ୍ଟ୍ରକ୍ସନ, ସାପୁରଜୀ ପାଲୋଞ୍ଜି, ବ୍ରିଗେଡ୍‌, ମାଇଁ ହୋମ୍ ଓ ଏନ୍‌ସିସିକୁ ଅପର୍ଣ୍ଣ ଏଟଂରପ୍ରାଇଜେସ୍ ଟାଇଲ୍‌, କବାଟ ଓ ଝରକା ଯୋଗାଉଛି । ବି୨ସି ବ୍ୟବସାୟରେ ମଧ୍ୟ କଂପାନି ଏହି ସଫଳତାକୁ ଦୋହରାଇବାକୁ ଚାହୁଛି ।
ଅପର୍ଣ୍ଣା ଏଟଂରପ୍ରାଇଜେସ୍ ପକ୍ଷରୁ ଅପର୍ଣ୍ଣା ଆର୍‌ଏମ୍‌ସି, ଭିଟେରୋ ଟାଇଲ୍‌ସ, ଅପର୍ଣ୍ଣା ଭେନଷ୍ଟର ୟୁପିଭିସିର ଝରକା ଓ କବାଟ, ଓକୋଟେକ୍ ୟୁପିଭିସି ପ୍ରୋଭାଇଲ୍‌, ଅପର୍ଣ୍ଣା କ୍ରାଫ୍ଟ, ଆଲ୍‌ଟେଜା ବାଏ ଅପର୍ଣ୍ଣା କ୍ରାଫ୍ଟ ଓ ଅପର୍ଣ୍ଣା ୟୁନିସ୍ପେସ୍ ବ୍ରାଣ୍ଡ୍ ନାମରେ ଏହାର ଉତ୍ପାଦକୁ ନିର୍ମାଣ କରି ବଜାରରେ ବିକ୍ରି କରାଯାଉଛି ।


Share It

Comments are closed.