ସୋନିର ନୂତନ ୱେୟାର୍‌ଲେସ୍ ନଏଜ୍ କ୍ୟାନ୍ସେଲିଂ ହେଡ୍‌ଫୋନ୍ ଡ଼ବ୍ଲୁଏଚ୍‌-୧୦୦୦ଏକ୍ସଏମ୍‌୪


ଭୁବନେଶ୍ୱର : ସୋନି ଇଣ୍ଡିଆ ଆଜି ଏହାର ପୁରସ୍କାର ପ୍ରାପ୍ତ ୧୦୦୦ଏକ୍ସ ପରିବାରର ବହୁ ପ୍ରତୀକ୍ଷିତ ପରବର୍ତୀ ପିଢ଼ିର ଡ଼ବ୍ଲୁଏଚ୍‌-୧୦୦୦ଏକ୍ସଏମ୍‌୪ ର ଶୁଭାରମ୍ଭ ଘୋଷଣା କରିଛି, ଯାହା ଖୁବ୍ ଲୋକପ୍ରିୟ ଡ଼ବ୍ଲୁଏଚ୍‌-୧୦୦୦ଏକ୍ସଏମ୍‌୪ ରୁ ସୋନିର ନିଜସ୍ୱ ଅଡିଓ ମାନ ପ୍ରଦାନ କରୁଛି । ଏଥି ସହିତ ଉଦ୍ୟୋଗର ପ୍ରଥମ ଇଂଟେଲିଜେଂଟ ଫିଚର୍ସ ରହିଛି ଯାହା ଆପଣଙ୍କ ସଙ୍ଗୀତକୁ ନିଜ ପସନ୍ଦର କରିବାକୁ ଏବଂ ନିୟନ୍ତ୍ରଣ କରିବାକୁ, ନଏଜ୍ କ୍ୟାନ୍‌ସେଲେସନ୍‌କୁ ଉନ୍ନତ କରିବାକୁ ଏବଂ ଏକ ନିରବଚ୍ଛିନ ଏବଂ ଉନ୍ନତ ଅଡିଓ ଅଭିଜ୍ଞତା ପାଇଁ ସ୍ୱ୍ୱୟଂଚାଳିତ ଭାବରେ ପରିବେଶ ଧ୍ୱନି ଆଡଜଷ୍ଟ କରିବାକୁ ଅନୁମତି ଦିଏ । ୩୦ ଘଂଟା ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ୍ ଏବଂ ୫ ଘଂଟାର ପ୍ଲେବ୍ୟାକ୍ ପାଇବା ପାଇଁ ୧୦ମିନିଟ୍‌ର କ୍ୱିକ୍ ଚାର୍ଜ । କଲ୍ ଏବଂ ମ୍ୟୁଜିକ୍ ପାଇଁ ଦୁଇଟି ଡିଭାଇସ୍ ପର୍ଯ୍ୟନ୍ତ ମଲ୍‌ଟି ପଏଂଟଣ୍ଟସଂଯୋଗକୁ ସମର୍ଥନ ଦିଏ ।

ଡ଼ବ୍ଲୁଏଚ୍‌-୧୦୦୦ଏକ୍ସଏମ୍‌୪ ହେଡଫୋନ୍ ଉଚ୍ଚ ଏବଂ ମଧ୍ୟମ ଫ୍ରିକ୍ୱେନ୍ସି ଶବ୍ଦ ହ୍ରାସ କରି ସୋନିର ସର୍ବୋତମ ନଏଜ୍ କ୍ୟାନ୍‌ସେଲେସନ୍ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ । ହେଡଫୋନ୍ ଗୁଡିକରେ ପ୍ରତ୍ୟେକ ଇୟରକପ୍ ରେ ଦୁଇଟି ମାଇକ୍ରୋଫୋନ୍ ରହିଛି, ଯାହା ନଏଜ୍ କ୍ୟାନ୍ସେଲେସନ୍ ପାଇଁ ବ୍ୟବହୃତ ହୁଏ ଡୁଆଲ୍ ନ୍ୟୁଜ୍ ସେନ୍ସର ଟେକ୍ନୋଲୋଜି ପରିବେଶ ଶବ୍ଦକୁ କାବୁ କରିଥାଏ ଏବଂ ତଥ୍ୟକୁ ବିଶ୍ୱସ୍ତ ଏଚ୍‌ଡି ନଏଜ୍ କ୍ୟାନ୍ସେଲେସନ୍ ପ୍ରୋସେସର୍ କ୍ୟୁଏନ୍‌୧କୁ ପଠାଇଥାଏ । ତା\’ପରେ ଏକ ନୂତନ ବ୍ଲୁଟୁଥ୍ ଅଡିଓ ଏସ୍‌ଓସି (ସିଷ୍ଟମ୍ ଅନ୍ ଚିପ୍‌) ଏହାକୁ ବୁଝିପାରେ ଏବଂ ପ୍ରତି ସେକେଣ୍ଡରେ ୭୦୦ ଥର ସଙ୍ଗୀତ ଏବଂ ଶବ୍ଦ ସହିତ ଆଡଜଷ୍ଟ ହୋଇଥାଏ । ଏକ ନୂତନ ଆଲଗୋରିଦମ ବ୍ୟବହାର କରି, ଏଚ୍‌ଡି ନଏଜ୍ କ୍ୟାନ୍ସେଲେସନ୍ ପ୍ରୋସେସର୍ କ୍ୟୁଏନ୍‌୧ ପ୍ରକୃତ ସମୟରେ ନଏଜ୍ କ୍ୟାନ୍ସେଲିଂ ପ୍ରୋସେସିଂ ପ୍ରୟୋଗ କରିଥାଏ । ଏହା ଉପଭୋକ୍ତାଙ୍କୁ ସେମାନେ ପସନ୍ଦ କରୁଥିବା ସଂଗୀତ ଉପରେ ଅଧିକ ଧ୍ୟାନ ଦେବାକୁ ଏବଂ ବାହ୍ୟ ଜଗତର ସମସ୍ତ ହୋହଲ୍ଲା ଦୂର କରିବାକୁ ଦେଇଥାଏ ।

ଡ଼ବ୍ଲୁଏଚ୍‌-୧୦୦୦ଏକ୍ସଏମ୍‌୪ ଓଭର ଇୟର ହେଡ୍‌ଫୋନ୍‌୍ ୧୮ ସେପ୍ଟେମ୍ବର ୨୦୨୦ ପରଠାରୁ ଭାରତରେ ସମସ୍ତ ସୋନି ରିଟେଲ୍ ଷ୍ଟୋର୍ (ସୋନି ସେଂଟର୍ ଏବଂ ସୋନି ଏକ୍ଲୁସିଭ୍‌),www.ShopatSC.com ପୋର୍ଟାଲ୍‌, ବୃହତ୍ ଇଲେକ୍ଟ୍ରୋନିକ୍ ଷ୍ଟୋର୍ ଏବଂ ବିଶେଷ କରି ଆମାଜନ୍ ଇ-କମର୍ସ; ପୋର୍ଟାଲ୍‌ରେ ଉପଲବ୍ଧ ହେବ ।


Share It

Comments are closed.