ସୌର ଶକ୍ତି ଯାନ୍ତ୍ରିକୀକରଣ ସୃଷ୍ଟି କରିଛି କୃଷିରେ ନବଜାଗରଣ

Share It

ଭୁବନେଶ୍ୱର: କୃଷି ହେଉଛି ଭାରତର ଅର୍ଥନୀତିର ମୂଳଦୁଆ । ଭାରତୀୟ ଅର୍ଥନୀତି ସମୀକ୍ଷା ଆକଳନ କରିଛି ଯେ ଆର୍ôଥକ ବର୍ଷ ୨୦୨୩-୨୪ରେ ଭାରତର ଜିଭିଏରେ କୃଷିର ଅଂଶ ୧୮ ପ୍ରତିଶତ ହେବ । ଆର୍ôଥକ ବର୍ଷ ୨୦୧୪-୧୫ରୁ ୨୦୨୨-୨୩ ମଧ୍ୟରେ ଏହି କ୍ଷେତ୍ର ହାରାହାରି ବାର୍ଷିକ ୩.୭ ପ୍ରତିଶତ ହାରରେ ବୃଦ୍ଧି ପାଇଥିବା ବେଳେ ଏହାର ସମ୍ଭାବନା ଏବେ ବି ବିପୁଳ ରହିଛି । ଭାରତ ବିଶ୍ୱସ୍ତରରେ ଦୁଗ୍ଧ, ଡାଲି ଏବଂ ମସଲା ଉତ୍ପାଦନରେ ସର୍ବବୃହତ୍ ଏବଂ ଫଳ, ପନିପରିବା, ଚା, ମତ୍ସ୍ୟଚାଷ, ଆଖୁ, ଗହମ, ଚାଉଳ, କପା ଏବଂ ଚିନି ଉତ୍ପାଦନରେ ଦ୍ୱିତୀୟ ବୃହତମ ଉତ୍ପାଦନକାରୀ ଦେଶ । ବିଗତ ବର୍ଷଗୁଡ଼ିକରେ କୃଷି ରପ୍ତାନି ବୃଦ୍ଧି ପାଇ ଆର୍ôଥକ ବର୍ଷ ୨୦୨୨-୨୩ରେ ୪.୨ ଲକ୍ଷ କୋଟି ଟଙ୍କାରେ ପହଂଚିଛି । ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ଭିତିଭୂମିର ଅଭାବ ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହୋଇଥିବା ବେଳେ କମ୍ ଉତ୍ପାଦକତା କୃଷି କ୍ଷେତ୍ରକୁ ପଛକୁ ଟାଣୁଛି ।
ଉତ୍ପାଦକତା ବୃଦ୍ଧି ପାଇଁ ସରକାର ଡିଜିଟାଲ ଅନ୍ତର୍ଭୁକ୍ତୀକରଣ ଏବଂ ଯାନ୍ତ୍ରିକୀକରଣକୁ ସକ୍ରିୟ ଭାବରେ ପ୍ରୋତ୍ସାହିତ କରୁଛନ୍ତି । ଡିଜିଟାଲ ପ୍ଲାଟଫର୍ମ ଇ-ନାମ (ଜାତୀୟ କୃଷି ବଜାର)ର ଶୁଭାରମ୍ଭ, ଡ୍ରୋନ ଟେକ୍ନୋଲୋଜିକୁ କୃଷକମାନଙ୍କ ପାଇଁ ସୁଲଭ କରିବା, ଋଣ ବିତରଣରେ ଉନ୍ନତି ଆଣିବା ପାଇଁ ଗୋଟିଏ ଜାତୀୟ ସଫ୍ଟୱେର ନେଟୱାର୍କ ମାଧ୍ୟମରେ ନାବାର୍ଡ ସହିତ ୬୨,୩୧୮ ପ୍ରାଥମିକ କୃଷି ଋଣ ସମିତିକୁ ସଂଯୋଗ କରିବା ଏବ ଂ ଯୋଜନା, ତଦାରଖ, ନୀତି ନିର୍ଦ୍ଧାରଣ, ରଣନୀତି ପ୍ରସ୍ତୁତି ଓ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ପାଇଁ ‘ଆଗ୍ରୀଷ୍ଟାକ୍‌’ ସୃଷ୍ଟି କରିବା । ତେବେ ବିବିଧ ଓ ପୁଷ୍ଟିକର ଖାଦ୍ୟର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ ନିରନ୍ତର ଉଦ୍ଭାବନ ଏବଂ ପ୍ରଯୁକ୍ତି ବିଦ୍ୟା ଗ୍ରହଣ କରିବା ନିହାତି ଜରୁରୀ ।
ଏହି କ୍ଷେତ୍ରରେ ହିଁ ଘରୋଇ କ୍ଷେତ୍ର ଉଲ୍ଲେଖନୀୟ ଅଗ୍ରଗତି କରୁଛି । ଏହାର ଏକ ଉଦାହରଣ ହେଉଛି ଆଇଆଇଟି ଖଡ଼ଗପୁରର ତିନି ଜଣ ପୂର୍ବତନ ଛାତ୍ରଙ୍କ ଦ୍ୱାରା ପରିକଳ୍ପନା କରାଯାଇଥିବା ଷ୍ଟାର୍ଟଅପ୍ ଇକୋଜେନ୍ ଯାହା ଏହାର ଅତ୍ୟାଧୁନିକ ଜଳବାୟୁ-ସ୍ମାର୍ଟ ଜ୍ଞାନକୌଶଳ ଦ୍ୱାରା କୃଷି କ୍ଷେତ୍ରରେ ବିପ୍ଳବ ଆଣିଛି । ଇକୋଜେନ୍ ପଛରେ ଥିବା ତିନି ଜଣ ଯୁବକ ହେଉଛନ୍ତି ଦେବେନ୍ଦ୍ର, ପ୍ରତୀକ ଏବଂ ବିବେକ । ଭାରତୀୟ କୃଷି କ୍ଷେତ୍ରରେ ସ୍ଥାୟୀ ବୈଷୟିକ ସମାଧାନ ସହିତ କୃଷକମାନଙ୍କୁ ସଶକ୍ତ କରିବାର ସ୍ୱପ୍ନକୁ ସାକାର କରିବା ପାଇଁ ବିଦେଶରେ ଲୋଭନୀୟ ଚାକିରି ଅଫରକୁ ପ୍ରତ୍ୟାଖ୍ୟାନ କରି ସେମାନେ ଏହି ସଂସ୍ଥା ପାଇଁ କାମ କରୁଛନ୍ତି ।
ଇକୋଜେନ୍ ଏହାର ପ୍ରଥମ ଉତ୍ପାଦ ଇକୋଟ୍ରୋନ୍ ସୌର ଜଳସେଚନ ପମ୍ପ କଂଟ୍ରୋଲର ଶୁଭାରମ୍ଭ କରିଥିଲା ଯାହା ଅକ୍ଷୟ ଶକ୍ତିକୁ ବ୍ୟବହାର କରୁଛି । ଏହି ପମ୍ପ ଦ୍ରୁତ ଗତିରେ କୃଷି ଦକ୍ଷତାରେ ନୂତନ ମାନଦଣ୍ଡ ସ୍ଥାପିତ କରିବା ଜଳସେଚନ ପଦ୍ଧତିରେ ବୈପ୍ଳବିକ ପରିବର୍ତନା ଏବଂ କୃଷକମାନଙ୍କୁ ଗ୍ରିଡରୁ ବିଦ୍ୟୁତ ଯୋଗାଣ ଉପରେ ନିର୍ଭରଶୀଳ ହେବାରୁ ମୁକ୍ତ ହେବା ସାହାର୍ଯ୍ୟ କରିଛି ତଥା ପମ୍ପ ଚଳାଇବା ପାଇଁ ଜେନେରେଟର ପାଇଁ ଇନ୍ଧନ ଖର୍ଚ୍ଚ ସଂଚୟ କରିପାରିଛି । କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ୧.୬ ଲକ୍ଷରୁ ଅଧିକ ୟୁନିଟ୍ ବ୍ୟବହାର କରାଯାଇଛି ଯାହା କୃଷି ଉତ୍ପାଦନ ବଢ଼ାଇବା ସହ କୃଷିକ୍ଷେତ୍ରରେ ଅକ୍ଷୟ ଶକ୍ତିର ସମ୍ଭାବନା ଉପରେ ଆଲୋକପାତ କରୁଛି ।
ତେବେ ଇକୋଜେନ୍‌ର ଅଭିଳାଷ ଜଳସେଚନ ସମାଧାନରେ ସୀମିତ ରହିନାହିଁ । ମୁଖ୍ୟତଃ ସଂରକ୍ଷଣ ଏବଂ ପ୍ରକ୍ରିୟାକରଣ ଭିତିଭୂମିର ଅଭାବ ଯୋଗୁଁ ଭାରତର ପ୍ରାୟ ୩୦% ଖାଦ୍ୟ ବର୍ଜ୍ୟବସ୍ତୁ ଯାହା ମୁଖ୍ୟତଃ ଅମଳ ପରବର୍ତୀ କ୍ଷତି ଯୋଗୁଁ ସୃଷ୍ଟି ହେଉଛି, ସେହି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ମୁକାବିଲା କରିବାକୁ ସେମାନେ ନିଷ୍ପତିି ନେଇଛନ୍ତି । ଇକୋଫ୍ରଷ୍ଟ ସୌର ଚାଳିତ କୋଲ୍ଡ ରୁମ୍ ବିକାଶ ବେଶ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି । ପୋର୍ଟେବଲ ଶୀତଳ ଭଣ୍ଡାର କୋଠରୀଗୁଡ଼ିକ ନଷ୍ଟ ହେଉଥିବା ଜିନିଷକୁ ସଂରକ୍ଷଣ କରିବାରେ ସାହାଯ୍ୟ କରୁଥିବା ବେଳେ ଖାଦ୍ୟ ଅପଚୟକୁ ହ୍ରାସ କରିଛି ଏବଂ କୃଷକମାନଙ୍କ ଆୟ ବୃଦ୍ଧି କରୁଛି । ବର୍ତମାନ ସୁଦ୍ଧା ୧୦ରୁ ଅଧିକ ଦେଶରେ ୯୦୦ରୁ ଅଧିକ ଇକୋଫ୍ରଷ୍ଟ କୋଲ୍‌ଡ ରୁମ୍ ମୁତୟନ କରାଯାଇଛି । ଏହା ଦ୍ୱାରା ୨୦,୦୦୦ ଟନ୍‌ରୁ ଅଧିକ ଖାଦ୍ୟ ନଷ୍ଟ ହେବାରୁ ରକ୍ଷା କରାଯାଇପାରିବ ।
ଇକୋଜେନ୍‌ର ସୌରଶକ୍ତି ଚାଳିତ କୋଲ୍‌ଡ ରୁମ୍‌କୁ ଗ୍ରହଣ କରିବାରେ ଓଡ଼ିଶା ଅଗ୍ରଣୀ ସ୍ଥାନରେ ରହିଛି । ରାଜ୍ୟ ସରକାର କୃଷକମାନଙ୍କୁ ପାରମ୍ପରିକ ଧାନ ଉତ୍ପାଦନରୁ ଉଚ୍ଚ ମୂଲ୍ୟର ଉଦ୍ୟାନ କୃଷି ଫସଲକୁ ପରିବର୍ତନ କରିବାକୁ ଉତ୍ସାହିତ କରୁଥିବା ବେଳେ ଫସଲ ନଷ୍ଟ ଆହ୍ୱାନର ସମାଧାନ ଚାହୁଁଥିଲେ । ଏହା ୫-ଟି ରୂପାନ୍ତରଣ ପଦକ୍ଷେପର ଏକ ଅଂଶ ଭାବେ ସୌର ଚାଳିତ କୋଳ୍‌ଡ ରୁମ୍ ଆରମ୍ଭ କରିଛନ୍ତି ଏବଂ ଇକୋଜେନ୍ ପକ୍ଷରୁ ସମଗ୍ର ରାଜ୍ୟରେ ୟୁନିଟ୍ ସ୍ଥାପନ କରାଯାଇଛି ।
ଏହି ଶୀତଳ ଭଣ୍ଡାର ଶୃଙ୍ଖଳା କୃଷି ଭିତିଭୂମିକୁ ଯଥେଷ୍ଟ ଉନ୍ନତ କରିଛି । ଇକୋଜେନ୍ ମଧ୍ୟ ଅମଳ ପରବର୍ତୀ ଫସଲ ପରିଚାଳନା ପ୍ରଶିକ୍ଷଣ ପ୍ରଦାନ କରୁଛି ଏବଂ କୃଷକମାନେ ସେମାନଙ୍କ ଅମଳକୁ ଦକ୍ଷତାର ସହ ପରିଚାଳନା କରିବା ପାଇଁ ଇକୋଫ୍ରଷ୍ଟ ମୋବାଇଲ୍ ଆପ୍ ବ୍ୟବହାର କରୁଛନ୍ତି ।
କେନ୍ଦୁଝରର ବିଜୟ କୁମାର ଦାସଙ୍କ କାହାଣୀରେ ଇକୋଜେନ୍‌ର ଟେକ୍ନୋଲୋଜିର ପ୍ରଭାବ ସ୍ପଷ୍ଟ ଭାବେ ଦର୍ଶାଯାଇଛି । ଧାନରୁ ପନିପରିବା ଚାଷକୁ ପରିବର୍ତନ କରି ଏବଂ ଇକୋଫ୍ରଷ୍ଟ ୟୁନିଟ୍ ବ୍ୟବହାର କରି ଶ୍ରୀ ଦାଶ ତାଙ୍କ ରୋଜଗାରକୁ ବହୁଗୁଣିତ କରିଛନ୍ତି । ଏହା ସ୍ଥାୟୀ ଏବଂ ଲାଭଦାୟକ ଚାଷ ପଦ୍ଧତି ଓ ଅମଳ ସଂରକ୍ଷଣ ପାଇଁ ଏକଅନୁଶୀଳନ ଯୋଗ୍ୟ ମଡେଲ ଭାବରେ ଇକୋଜେନ୍‌ର ଏହି ଉଦ୍ୟମ ପରିବର୍ତନଶୀଳ ସମ୍ଭାବନାକୁ ପ୍ରଦର୍ଶିତ କରୁଛି ।


Share It

Comments are closed.