ଏନ୍‌ଏସ୍‌ଇ ଇମର୍ଜ ପ୍ଲାଟଫର୍ମରେ ତାଲିକାଭୁକ୍ତ ଏସ୍‌ଏମ୍‌ଇ କମ୍ପାନିଗୁଡିକର ବଜାର ପୁଞ୍ଜି ୧,୦୦,୦୦୦ କୋଟି ଟଙ୍କା ଅତିକ୍ରମ


ଭୁବନେଶ୍ୱର: ଦେଶର ଅଗ୍ରଣୀ ଷ୍ଟକ ଏକ୍ସଚେଞ୍ଜ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ପ୍ରଥମ ଥର ପାଇଁ ଏନ୍‌ଏସ୍‌ଇ ଇମର୍ଜ ପ୍ଲାଟଫର୍ମରେ ଏକ ଲକ୍ଷ କୋଟି ବଜାର ପୁଞ୍ଜି ହାସଲ କରିଛି । ୨୦୧୨ରେ ଏହାର ପ୍ରତିଷ୍ଠା ପରଠାରୁ, ଏନ୍‌ଏସ୍‌ଇ ଏସଏମଇ ପ୍ଲାଟଫର୍ମ ଆମ ଦେଶର କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକର ବିକାଶ ପାଇଁ ଏକ ଉପଯୋଗୀ ଏବଂ ସ୍ଥାୟୀ ସୁଯୋଗ ପ୍ରଦାନ କରୁଛି । ବର୍ତମାନ ସୁଦ୍ଧା ୩୯୭ଟି କଂପାନି ୭,୮୦୦ କୋଟିରୁ ଅଧିକ ପାଣ୍ଠି ସଂଗ୍ରହ କରି ଏନଏସଇ ଇମର୍ଜରେ ତାଲିକାଭୁକ୍ତ ହୋଇଛନ୍ତି । ୨୦୧୭ ମସିହାରେ ଆରମ୍ଭ ହୋଇଥିବା ନିଫ୍ଟି ଏସଏମଇ ଇମର୍ଜ ଇଣ୍ଡେକ୍ସ, ଯେଉଁଥିରେ ବର୍ତମାନ ୧୯ଟି କ୍ଷେତ୍ରର ୧୬୬ଟି କମ୍ପାନି ସାମିଲ ରହିଛନ୍ତି । ନଭେମ୍ବର ୨୦୨୩ ସୁଦ୍ଧା ବାର୍ଷିକ ୩୯.୭୮% ହାରରେ ସେମାନେ ଆଗକୁ ବଢ଼ିଛନ୍ତି ଯାହା ଏକ ଉଲ୍ଲେଖନୀୟ ରେକର୍ଡ ଏବଂ ଆମ ଦେଶର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିରେ ଏସ୍‌ଏମ୍‌ଇ କ୍ଷେତ୍ରର ବର୍ଦ୍ଧିତ ଅବଦାନକୁ ସୂଚିତ କରୁଛି ।
ଚଳିତ ବର୍ଷ ପ୍ରାରମ୍ଭରେ ଏନଏସଇ ଏହାର ମେନ୍ ବୋର୍ଡ ପ୍ଲାଟଫର୍ମରେ ଏସଏମଇ ତାଲିକାଭୁକ୍ତ କମ୍ପାନିଗୁଡିକର ସ୍ଥାନାନ୍ତର ଉପରେ ଏହାର ଏନଏସଇ ଇମର୍ଜ ମାନଦଣ୍ଡକୁ ସୁଦୃଢ଼ କରିଥିଲା । ତାହା ନିୟାମକ ଅନୁପାଳନକୁ ବ୍ୟାପକ କରିବା ସହିତ ଉଚ୍ଚ ଗୁଣବତା କମ୍ପାନୀଗୁଡିକୁ ପ୍ରୋତ୍ସାହିତ କରିଥିଲା । ବର୍ତମାନ ୧୩୮ଟି କମ୍ପାନି ଏନ୍‌ଏସ୍‌ଇ ମେନ୍ ବୋର୍ଡ ପ୍ଲାଟଫର୍ମକୁ ସ୍ଥାନାନ୍ତରିତ ହୋଇଛନ୍ତି ।
ଏନଏସଇର ମୁଖ୍ୟ ବ୍ୟବସାୟ ବିକାଶ ଅଧିକାରୀ ଶ୍ରୀରାମ କ୍ରିଷ୍ଣନ କହିଛନ୍ତି ଯେ, “ଏନ୍‌ଏସ୍‌ଇ ଇମର୍ଜ ତାଲିକାଭୁକ୍ତ କମ୍ପାନୀଗୁଡିକ ଏକ ଲକ୍ଷ କୋଟି ବଜାର ପୁଞ୍ଜି ଅତିକ୍ରମ କରିବା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଏହା ଆମ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏମଏସଏମଇଗୁଡ଼ିକର ଲୁକ୍କାୟିତ ସମ୍ଭାବନାକୁ ଦର୍ଶାଉଛି । ଏନଏସଇରେ ଆମେ ପରର୍ବତୀ ଅନୁଷ୍ଠାନଗୁଡିକ ପାଇଁ ସେମାନଙ୍କ ଅଭିବୃଦ୍ଧି କାହାଣୀ ରଚନା କରିବା ଏବଂ ପୁଞ୍ଜି ବଜାରକୁ ଅଧିକ ସୁଲଭରେ ପାଣ୍ଠି ସଂଗ୍ରହ ସୁଯୋଗକୁ ସୁଗମ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଆମେ ଭାରତୀୟ ଏମଏସଏମଇଗୁଡ଼ିକୁ ଅନୁରୋଧ କରୁଛୁ ଯେ ସେମାନେ ଏନଏସଇ ଇମର୍ଜ ମାଧ୍ୟମରେ ପୁଞ୍ଜି ସଂଗ୍ରହର ବିକଳ୍ପ ଉତ୍ସ ଅନୁସନ୍ଧାନ କରନ୍ତୁ ।’’


Share It

Comments are closed.