ସୁଲଭ କାର୍ ସୁଗନ୍ଧ ସମାଧାନ ‘ଗୋଦରେଜ୍ ଏଇର୍ ଓ’ ଉନ୍ମୋଚିତ


ଭୁବନେଶ୍ୱର: ଗୃହ ଓ କାର୍ ସୁଗନ୍ଧ କ୍ଷେତ୍ରର ଅଗ୍ରଣୀ ସଂସ୍ଥା ‘ଗୋଦରେଜ୍ ଏଇର୍ ଓ’ ପକ୍ଷରୁ ଜେଲ୍ ଭିତିକ ଝୁଲନ୍ତା କାର୍ ଫ୍ରେସନର୍‌କୁ ଉନ୍ମୋଚନ କରାଯାଇଛି । ‘ଏଇର୍ ଓ’ ଉତ୍ପାଦକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ଯାହା କାର୍ ସୁଗନ୍ଧରେ ବୈପ୍ଳବିକ ପରିବର୍ତନ ଆଣିବ । ଏହାର ସୁଗନ୍ଧ ଆପଣଙ୍କ କାର୍‌କୁ ଏକ ନୂଆ ଗାଡ଼ି ଭଳି ଅନୁଭବ ପ୍ରଦାନ କରିବ । ଏହା ହେଉଛି ଭାରତର ପ୍ରଥମ ବ୍ରାଣ୍ଡେଡ୍ ଝୁଲନ୍ତା କାର୍ ସୁଗନ୍ଧ ଏବଂ ଏହାର ମୂଲ୍ୟ ୯୯ ଟଙ୍କା ରଖାଯାଇଛି ।
ଦେଶରେ କାର୍ ମାଲିକାନା ବାର୍ଷିକ ୯ ପ୍ରତିଶତ ହାରରେ ଆଗକୁ ବଢ଼ୁଥିବା ବେଳେ ସୁଲଭ କାର୍ ଭାଗ ୫୫-୬୦ ପ୍ରତିଶତ ରହିଛି । ଏହି ବର୍ଗରେ ଥିବା ବିପୁଳ ସମ୍ଭାବନାକୁ ଗୋଦରେଜ୍ ଏଇର୍ ଚିହ୍ନଟ କରିଛି । ବଜାରରେ ୩୦ ପ୍ରତିଶତ ଲୋକ କାର୍ ଫ୍ରେସନର୍ ବ୍ୟବହାର କରୁଥିବା ବେଳେ ଏହି ବର୍ଗ ଆହୁରି ଆଗକୁ ବଢ଼ିବାର ସମ୍ଭାବନା ରହିଛି କାର୍ ୭୦ ପ୍ରତିଶତ ଲୋକ ଏବେବି କୌଣସି କାର୍ ଫ୍ରେସନର୍ ବ୍ୟବହାର କରୁନାହାନ୍ତି ।
ଅଭିନବ ଜେଲ୍ ମେମ୍ବ୍ରାନ୍‌ସ ପ୍ରଯୁକ୍ତି ଜରିଆରେ ଗୋଦରେଜ୍ ଏଇର୍ ଓ କାର୍ ଫ୍ରେସନର୍‌କୁ ପ୍ରସ୍ତୁତ କରାଯାଇଛି ଯାହା ନିୟମିତ ସୁଗନ୍ଧ ବିଚ୍ଛୁରିତ କରୁଛି । ଏହି ଅତ୍ୟାଧୁନିକ ପ୍ରଯୁକ୍ତି ସହିତ ଝୁଲନ୍ତା ଡିଜାଇନ୍ ୩୦ ଦିନ ପର୍ଯ୍ୟନ୍ତ ନିରନ୍ତର ସୁଗନ୍ଧ ପ୍ରଦାନ କରିବ । ଏହାକୁ ଏଭଳି ଭାବେ ପ୍ରସ୍ତୁତ କରାଯାଇଛି ଯେ ସୁଗନ୍ଧ ଶେଷ ହେଲେ ତାହା ଜଣାପଡ଼ିଯିବ । ଗୋଦରେଜ୍ ଏଇର୍ ଓ ମସ୍କ ଆଫ୍ଟର ସ୍ମୋକ୍‌, ରୋଜ୍ ବ୍ଲୁଜମ୍ ଓ କୁଲ୍ ଆକ୍ୱା ଭଳି ତିନିଟି ଭାରିଆଂଟ୍‌ରେ ଆସୁଛି ।
ଗୋଦରେଜ୍ କଂଜ୍ୟୁମର ପ୍ରଡକ୍ଟସ୍ ଲିମିଟେଡ୍ (ଜିସିପିଏଲ୍‌)ର କାଟେଗୋରି ଲିଡ୍‌-ଏୟାରକେୟାର ଓ ହାଇଜିନ୍ ଶିବମ୍ ସିଂଘଲ କହିଛନ୍ତି ଯେ, “ଗ୍ରାହକ ଅନୁଭୂତିରେ ପରିବର୍ତନ ଆଣିବା ଲାଗି ଆମ ଯାତ୍ରାରେ ଗୋଦରେଜ୍ ‘ଏଇର୍ ଓ’ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । କାର୍ ମାଲିକାନା ଦୃଶ୍ୟପଟ୍ଟରେ ଅଭ୍ୟୁଦୟ ଜାରି ରହିଥିବା ବେଳେ ଏକ ସୁଲଭ ତଥା ଉଲ୍ଲେଖନୀୟ କାର୍ ସୁଗନ୍ଧ ସମାଧାନର ଆବଶ୍ୟକତାକୁ ଆମେ ବୁଝିଛୁ । ‘ଗୋଦରେଜ୍ ଏଇର୍ ଓ’ ସହିତ ଆମେ ଗମନାଗମନ ଅନୁଭୂତିରେ ଉନ୍ନତି ଆଣିବୁ ଏବଂ କାର୍ ସୁଗନ୍ଧ ବର୍ଗରେ ସୁଲଭତାର ଏକ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବୁ । ‘ଗୋଦରେଜ୍ ଏଇର୍ ଓ’ ହେଉଛି ସେଭଳି ଏକ ସମାଧାନ ଯାହା ଗ୍ରାହକଙ୍କ କାର୍ ଚାଳନା ଅନୁଭୂତିରେ ଉନ୍ନତି ଆଣିବ ଏବଂ ବର୍ଗର ଗ୍ରହଣୀୟତାକୁ ସୁଦୃଢ଼ କରିବ ।’’
ଗୋଦରେଜ କଞ୍ଜ୍ୟୁମର ପ୍ରଡକ୍ଟସ ଲିମିଟେଡ (ଜିସିପିଏଲ୍‌)ର କ୍ୟାଟେଗୋରି ଡାଇରେକସନ୍ ଆଣ୍ଡ ଡେଭଲପମେଂଟ୍ ଏୟାର କେୟାରର ଗ୍ଲୋବାଲ ହେଡ୍ କର୍ଣ୍ଣ ବାୱାରି କହିଛନ୍ତି ଯେ, “ବିଶ୍ୱସ୍ତରରେ କାର୍ ଏୟାର ଫ୍ରେସନର୍ (ସୁଗନ୍ଧ) କ୍ଷେତ୍ରରେ ସର୍ବାଧିକ ବିକ୍ରି ହେଉଛି ଝୁଲନ୍ତା ଉତ୍ପାଦ ଯାହା ଭାରତରେ ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହା ଉଲ୍ଲେଖନୀୟ ଯେ ଏହି ସ୍ଥାନରେ ମୁଖ୍ୟତଃ ଅଣ ବ୍ରାଣ୍ଡେଡ୍ ବିକଳ୍ପର ପ୍ରାଧାନ୍ୟ ରହିଛି ଯାହା ସଠିକ୍ ସ୍ତରର ସୁଗନ୍ଧ ଦେଇନଥାଏ କିମ୍ବା ବିଜ୍ଞାପନ ପର୍ଯ୍ୟନ୍ତ ସୀମିତ ରହିଥାଏ । ଗୋଦରେଜ ଏଇର ଓ ସହିତ ଆମେ ଉତ୍ପାଦ ବିତରଣ ଏବଂ ସୁଲଭତାକୁ ଦୂର କରି ଗ୍ରାହକମାନଙ୍କୁ ଏକ ସୁଲଭ ସମାଧାନ ପ୍ରଦାନ କରୁଛୁ ଯାହା ସୁନ୍ଦର ହୋଇଥିବା ସହ ଆକର୍ଷଣୀୟ ଅଟେ ।’’


Share It

Comments are closed.