ଫାନପେ ଓ ସିଙ୍ଗାପୁର ଟୁରିଜିମ ବୋର୍ଡ ମଧ୍ୟରେ ସହଭାଗିତା


ଭୁବନେଶ୍ୱର : ସିଙ୍ଗାପୁର ଟୁରିଜିମ ବୋର୍ଡ (ଏସଟିବି) ଓ ଫୋନପେ ମଧ୍ୟରେ ଦୁଇ ବର୍ଷ ପାଇଁ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଗତ ଏପ୍ରିଲ ୩ ତାରିଖରେ ଆୟୋଜିତ ଏକ ସମାରୋହରେ ଏସ୍‌ଟିବିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମେଲିସା ଓଡବ୍ଲ୍ୟୁ ଏବଂ ଫୋନ୍‌ପେର ଇଂଟରନ୍ୟାଶନାଲ ପେମେଂଟସ ବିଜନେସର ସିଇଓ ରିତେଶ ପାଇ ଔପଚାରିକ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ସହଭାଗିତା ଭାରତ ଓ ସିଙ୍ଗାପୁର ମଧ୍ୟରେ ବିଦ୍ୟମାନ ୟୁନିଫାଏଡ ପେମେଂଟସ ଇଂଟରଫେସ (ୟୁପିଆଇ) ଲିଙ୍କେଜ୍ ଉପରେ ନିର୍ମିତ ହୋଇଛି, ଯାହା ଗ୍ରାହକଙ୍କୁ ନିଜର ଭାରତୀୟ ବ୍ୟାଙ୍କ ଆକାଉଂଟ୍‌ରୁ ସିଧାସଳଖ ଭାବେ ଦୁଇ ଦେଶ ମଧ୍ୟରେ ତତ୍କାଳ କ୍ରସ୍ ବର୍ଡର ଟ୍ରାଞ୍ଜାକ୍ସନ କରିବାକୁ ଅନୁମତି ଦେଉଛି । ଏହି ସହଭାଗିତାର ଅଂଶ ଭାବେ ଏସଟିବି ଓ ଫୋନପେ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକରେ ଏହି ସ୍ଥାନର ବିଭିନ୍ନ ଆକର୍ଷଣୀୟ ଉତ୍ପାଦ ଓ ବାଧାମୁକ୍ତ ୟୁପିଆଇ ଅନୁଭୂତିକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ଓ ସିଙ୍ଗାପୁର ମଧ୍ୟରେ ଯୁଗ ବ୍ୟବସାୟିକ ପ୍ରୟାସଗୁଡିକରେ ନିବେଶ କରିବେ । ଏକ ଗନ୍ତବ୍ୟସ୍ଥଳୀ ଓ ଏକ ୟୁପିଆଇ ପେମେଂଟ୍‌ସ ପ୍ଲାଟ୍‌ଫର୍ମ ମଧ୍ୟରେ ଏହା ଏକ ପ୍ରଥମ ଧରଣର ସହଭାଗିତା ଅଟେ । ଏହି ପଦକ୍ଷେପ ସିଙ୍ଗାପୁରର ବିବିଧ ଆକର୍ଷଣ ଓ ଉତ୍ପାଦଗୁଡିକର ବାଧାହୀନ ଅନ୍ୱେଷଣକୁ ଉନ୍ମୋଚନ କରିବ ଯାହା ଭାରତୀୟ ଭ୍ରମଣକାରୀଙ୍କୁ ଆକର୍ଷିତ କରିଥାଏ ।

ଏହି ସହଭାଗିତା ସମ୍ପର୍କରେ ଏସଟିବିର ସିଇଓ ମେଲିସା ଓଡବ୍ଲ୍ୟୁ କହିଛନ୍ତି, “ଆମେ ଭାରତର ଏକ ଅଗ୍ରଣୀ ଫିନ୍‌ଟେକ ସଂସ୍ଥା ଫୋନପେ ସହ ସହଭାଗିତା ଘୋଷଣା କରି ଉତ୍ସାହିତ । ଏହି ସହଭାଗିତା ଉପଭୋକ୍ତାଙ୍କ ପାଇଁ ସିଙ୍ଗାପୁର ପରିଦର୍ଶନ ଅନୁଭୂତିକୁ ଉନ୍ନତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ଆମର ଲକ୍ଷ୍ୟ ହେଉଛି ପର୍ଯ୍ୟଟକମାନଙ୍କ ପାଇଁ ପେମେଂଟ୍‌ଗୁଡିକୁ ଶୃଙ୍ଖଳିତ କରିବା ଏବଂ ବିଭିନ୍ନ ସ୍ଥାନଠାରୁ ଆରମ୍ଭ କରି ରିଟେଲ, ଡାଇନିଂ ଓ ନାଇଟ୍‌ଲାଇଫ୍ ପର୍ଯ୍ୟନ୍ତ ସୁବ୍ୟବସ୍ଥିତ ଡିଲ୍‌ଗୁଡିକୁ ପ୍ରୋତ୍ସାହିତ କରିବା ।” ସେହିପରି ଫୋନପେ ପ୍ରାଇଭେଟ ଲିମିଟେଡର ଆନ୍ତର୍ଜାତୀୟ ବ୍ୟବସାୟ ବିଭାଗର ସିଇଓ ରିତେଶ ପାଇ କହିଛନ୍ତି, “ସିଙ୍ଗାପୁର ହେଉଛି ନିଜର ସ୍ୱତନ୍ତ୍ର ଅଫରିଂ ସହିତ ଏକ ଗତିଶୀଳ ଗନ୍ତବ୍ୟସ୍ଥଳୀ ଯାହା ଭାରତୀୟ ପର୍ଯ୍ୟଟକଙ୍କ ମଧ୍ୟରେ ସୁପ୍ରଶସିଂତ ଅଟେ । ଏସଟିବି ସହିତ ସହଭାଗିତା ଫୋନ୍‌ପେ ଉପଭୋକ୍ତାଙ୍କ ପାଇଁ ଟ୍ରାଞ୍ଜାକ୍ସନକୁ ସୁଗମ କରିବ ଯେଉଁମାନେ ଏବେ ସିଙ୍ଗାପୁର ପରିଦର୍ଶନ କରିବା ସମୟରେ କେବଳ ଏକ କ୍ୟୁଆର କୋଡ୍ ସ୍କାନ କରି ନିଜର ବ୍ୟାଙ୍କ ଆକାଉଂଟ୍‌ରୁ ସିଧାସଳଖ ପେମେଂଟ କରିପାରିବେ ।”

 


Share It

Comments are closed.