କାଶ୍ମୀର ଉପରେ ମତଦେଇ ବିବାଦରେ ସୋଏବ


କାଶ୍ମୀରକୁ ନେଇ ପାକ କ୍ରିକେଟର ସାହିଦ ଆଫ୍ରିଦି ବିବାଦିୟ ମନ୍ତବ୍ୟ ଦେବା ପରେ ସୋଏବ ଅଖତର ପୁଣି ଶନିବାର କାଶ୍ମୀର ସ୍ୱାଧୀନତା ପ୍ରସଂଙ୍ଗରେ ମତରଖି ବିବାଦ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ଜୀବନକାଳ ମଧ୍ୟରେ ସେ ସ୍ୱାଧୀନ କାଶ୍ମୀର ଦେଖିବାକୁ ଚାହୁଁଛନ୍ତି, କେବଳ କାଶ୍ମୀର ନୁହେଁ ଏହା ସହ ପାଲେଷ୍ଟାଇନ, ୟେମେନ, ଆଫଗାନିସ୍ଥାନ ଓ ବିଶ୍ୱରେ ଥିବା ସମସ୍ତ ସମସ୍ୟା ବହୁଳ ଅଞ୍ଚଳ ମୁକ୍ତ ହେବା ଦରକାର । ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଯାହା ଫଳରେ ସେ ଟ୍ୱିଟକୁ ଡିଲିଟ କରିଦେଇଥିଲେ । ତା’ପରେ ପରେ ଅନ୍ୟ ଏକ ଟ୍ୱିଟ କରି ଭାରତ ଓ ପାକିସ୍ତାନ ଯୁବ ବର୍ଗ ଜାଗ୍ରତ ହେଲେ ଦୁଇ ଦେଶ ମଧ୍ୟରେ ଥିବା ସମସ୍ୟାର ସମାଧାନ ହୋଇପାରିବ ବୋଲି ନିବେଦନ କହିଥିଲେ ।


Share It

Comments are closed.