ଭାରତରେ ଲେକ୍ସସର ଏକ ବର୍ଷ ପୂର୍ତ୍ତି


ଲେକ୍ସସ ଇଣ୍ଡିଆ ପକ୍ଷରୁ ଏକ୍ସପେରିଏନ୍ସ ଆମେଜିଂ ବ୍ରାଣ୍ଡ ପ୍ରତିଶ୍ରୁତିକୁ ପାଳନ କରିବା ସହିତ ଭାରତୀୟମାନଙ୍କୁ ହାଇବ୍ରିଡ ଇଲେକଟ୍ରିକ ଏସୟୁଭି ଏବଂ ଏନଏକ୍ସ ୩୦୦ ଏଚ ପ୍ରଦାନ କରିବା ସହିତ ଭାରତରେ ପ୍ରଥମ ବର୍ଷ ପୂରଣ କରିଛି । ମାର୍ଚ୍ଚ ୨୦୧୭ରେ ବଜାରକୁ ଆସିଥିବା ଉକ୍ତ ବ୍ରାଣ୍ଡ୍ ଭାରତରେ ତାର ଉପସ୍ଥିତିକୁ ସୁଦୃଢ କରିପାରିଛି, ଯେଉଁଥିରେ ନଭେମ୍ବର ୨୦୧୭ରେ ଶୁଭାରମ୍ଭ ହୋଇଥିବା ଏନଏକ୍ସ ୩୦୦ ଏଚର ଅବଦାନ ଏକ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିପାରିଛି ।
ଏହି ପରିପ୍ରେକ୍ଷୀରେ ଲେକ୍ସସ ଇଣ୍ଡିଆର ସଭାପତି, ପି ବି ଭେନୂଗୋପାଲ କହିଛନ୍ତି ଯେ, “ଲେକ୍ସସରେ ଆମ୍ଭମାନଙ୍କର ମାନବ-କୈନ୍ଦ୍ରିକ କାର୍ଯ୍ୟକ୍ରମ, କାରର ପ୍ରସ୍ତୁତି, କାରିଗରିର ବାସ୍ତବ ରୂପ ଏବଂ ମାଲିକାନା ଅନୁଭୂତିର ଏକ ପ୍ରମାଣ ଯାହାକି ଗ୍ରାହକମାନେ ଆମ୍ଭମାନଙ୍କ ସହିତ ଜଡିତ ହେବା ପରେ କିମ୍ବା ଆମ୍ଭମାନଙ୍କର କୌଣସି ଅତିଥି ଅନୁଭୂତି କେନ୍ଦ୍ରକୁ ଆସିବା ପରେ ପ୍ରାରମ୍ଭ ହୋଇଥାଏ । ଯେହେତୁ ଆମ୍ଭେମାନେ ଭାରତରେ ଦ୍ୱିତୀୟ ବର୍ଷରେ ପ୍ରବେଶ କରିବାକୁ ଯାଉଛୁ ସେଥିପାଇଁ ନୂତନ ଉପାୟରେ ଆକର୍ଷଣୀୟ ଅନୁଭୂତିର ପ୍ରତିଶ୍ରୁତି ପ୍ରଦାନ କରିବା ପାଇଁ ସର୍ବଦା ଚେଷ୍ଟିତ ଯାହା ଦ୍ୱାରା ଆମ୍ଭେମାନେ ଅତ୍ୟାଧୁନିକ ସେବା ସୁବିଧା ତଥା ଓମୋଟେନାସି- ଲେକ୍ସସ ବ୍ରାଣ୍ଡର ଆଙ୍କର ଦ୍ୱାରା ଉତ୍ସାହିତ କରିପାରିବୁ ।”
ଏହି ଅବସରରେ ଏନ୍ ରାଜା, ଚେୟାରମାନ୍, ଲେକ୍ସସ୍ ଇଣ୍ଡିଆ କହିଛନ୍ତିି ଯେ, “ଭାରତରେ ମାତ୍ର ଗୋଟିଏ ବର୍ଷ ମଧ୍ୟରେ ଆମେ ଅନେକ କିଛି ପାଇଛୁ ଏବଂ ପାଇଥିବା ପ୍ରତିକ୍ରିୟାଗୁଡ଼ିକ ପାଇଁ ଖୁବ୍ ଅନନ୍ଦିତ । ଲେକ୍ସସ ଆଗାମୀ ବର୍ଷ ଭାରତରେ ବ୍ରାଣ୍ଡ ପ୍ରତି ସଚେତନତା ସୃଷ୍ଟି କରିବା ଓ ହାଇବ୍ରିଡ୍ ଇଲେକ୍ଟ୍ରିକ୍ ଗାଡ଼ି ଉପରେ ପ୍ରାଧାନ୍ୟ ଦେବ । ଭବିଷ୍ୟତକୁ ଦୃଷ୍ଟିରେରଖି ଆମ୍ଭେମାନେ ତିନୋଟି ମୂଖ୍ୟ ମାର୍ଗରେ ଉପସ୍ଥିତ ରହିବାକୁ ଲକ୍ଷ୍ୟ ରଖିଛୁ, ଯଥା- ସଚେତନତା ବୃଦ୍ଧି, ଅଧିକ ଉକ୍ତୃଷ୍ଟ ଉତ୍ପାଦ ଏôବଂ ଲେକ୍ସସ ଡିଜାଇନିଂ ଆୱାର୍ଡ ଇଣ୍ଡିଆ ଭଳି ପଦକ୍ଷେପ ମାଧ୍ୟମରେ ଗୋଷ୍ଠୀକୁ ଆହୁରି ଗଭୀର ପ୍ରତିଶୃତି ପ୍ରଦାନ ପ୍ରଭୁତି ପ୍ରମୁଖ ।”
ସମ୍ପୁର୍ଣ୍ଣ ଦେଶରେ ଏନଏକ୍ସ ୩୦୦ଏଚର ଡ଼େଲିଭରି ଲେକ୍ସସର ସ୍ୱତନ୍ତ୍ର ଷ୍ଟାଇଲରେ କରାଯିବ: ଫ୍ଲାଟ ବେଡରେ ଆସୁଥିବା କାର୍ ଗୁଡିକୁ ମାଲିକମାନଙ୍କୁ ପ୍ରଥମେ ସେମାନଙ୍କ କାର୍ରେ ମାଇଲ ରଖିବା ପାଇଁ କୁହାଯାଇଥାଏ ଯାହା ସେମାନଙ୍କ ପାଖକୁ ଫୁଲ ଟ୍ୟାଙ୍କ ତୈଳ ସହିତ ଆସିଥାଏ । ମହିସୂରରେ ଏକ ଗ୍ରାହକ କେବଳ ନୂତନ ବ୍ରାଣ୍ଡର ଲେକ୍ସସ କାର୍ ପାଇଲେନି ବରଂ ତାଙ୍କର ସମ୍ପୂର୍ଣ୍ଣ ପରିବାର ବ୍ୟକ୍ତିଗତ ଭାବେ ଉପହାର ପାଇଥିଲେ ଯାହା ଦ୍ୱାରା ସେମାନେ ଲେକ୍ସସ ଜୀବନଶୈଳୀର ଏକ ଅଂଶ ହୋଇଥିବାରୁ ଆନନ୍ଦିତ ହୋଇପାରିବେ । ମୁମ୍ବାଇରେ ଏକ ଗ୍ରାହକଭିତ୍ତିକ ଉପହାରକୁ ସମସ୍ଥ କଲେକ୍ଟର ମାନଙ୍କ ପାଇଁ ଡ଼ିଜାଇନ୍ କରାଯାଇଛି ଯାହା ଦ୍ୱାରା ଲେକ୍ସସ ପାଇବା ସମୟରେ ସେ ନିଜ କଲେକ୍ସସରେ ଏହାକୁ ସଂଯୋଗ କରିପାରିବ । ଲେକ୍ସସ ରିଲେସନଶିପ୍ ମ୍ୟାନେଜରମାନେ ମାଲିକଙ୍କୁ ବ୍ୟକ୍ତିଗତ ଭାବେ ଜାଣିବା ସହିତ ସେମାନଙ୍କ ସହ ସମ୍ପର୍କ ପାଇଁ ପ୍ରଶିକ୍ଷଣ ପାଇଛନ୍ତି ଯାହାକି ଅତିଥି ଅନୁଭୂତି କେନ୍ଦ୍ରରେ ପ୍ରାରମ୍ଭ ହୋଇଛି ଏବଂ ଏହା ଉଚ୍ଚ ମାତ୍ରାର ବ୍ୟକ୍ତିଗତ ଅନୁଭୂତି ଏବଂ ସେମାନଙ୍କ ମାଲିକାନା ମଧ୍ୟରେ ଅହରହ ବଜାୟ ରହିବ ।


Share It

Comments are closed.