ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ସାରା ଭାରତରେ ସାଇନ୍ ୧୦୦ ସିସିର ପ୍ରେରଣ ଆରମ୍ଭ


କର୍ଣ୍ଣାଟକ: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ (ଏଚ୍‌ଏମଏସଆଇ) ପକ୍ଷରୁ କର୍ଣ୍ଣାଟକର ନର୍ସାପୁରାଠାରେ ଥିବା ତୃତୀୟ କାରଖାନାରୁ ସାରା ଭାରତରେ ସାଇନ୍ ୧୦୦ ସିସିର ପ୍ରେରଣ ଶୁଭାରମ୍ଭ କରାଯାଇଛି ।
ଏହି ଅବସରରେ ଏକ ସ୍ୱତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା ଯେଉଁଥିରେ କଂପାନିର ସଭାପତି, ସିଇଓ ଓ ପରିଚାଳନା ନିର୍ଦେଶକ ଶ୍ରୀ ସୁସୁମୁ ଓଟାନି, ବରିଷ୍ଠ ନିର୍ଦେଶକ (ମାନବ ସମ୍ବଳ ଓ ପ୍ରଶାସନ) ବିଜୟ ଧିଙ୍ଗରା, ନିର୍ଦେଶକ (ଉତ୍ପାଦନ) ଶ୍ରୀ ନବୀନ ଅୱଲ ଓ ଏଚ୍‌ଏମ୍‌ଏସ୍‌ଆଇର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
୨୦୨୩ ମାର୍ଚ୍ଚରେ କଂପାନି ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୧୦୦ ସିସି ସାଇନ୍‌କୁ ଉନ୍ମୋଚନ କରାଯାଇଥିଲା ଯେଉଁଥିରେ ଇଏସ୍‌ପି ଇଞ୍ଜିନର ଶକ୍ତି ରହିଛି ଏବଂ କଂପାନି ଏଥିରେ ୧୨ ନୂଆ ପେଟେଂଟ୍‌କୁ ବ୍ୟବହାର କରିଛି ଯାହା ଏହାକୁ ଭାରତର ସବୁଠୁ ଭରସାଯୋଗ୍ୟ, ସୁଲଭ ଓ ଇନ୍ଧନ ମିତବ୍ୟୟୀ ମୋଟରସାଇକଲ୍‌ରେ ପରିଣତ କରିଛି ।
ଅନ୍ୟାନ୍ୟ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଓ ପ୍ରଯୁକ୍ତିରେ ପ୍ରସ୍ତୁତ କରାଯାଇଥିବା ସାଇନ୍ ୧୦୦ ସିସି ଅଧିକ ଆରାମ, ସୁବିଧା, ଦୀର୍ଘସ୍ଥାୟିତ୍ୱ ଓ ଗାଡ଼ି ଚଲାଇବା ବେଳେ ଆକର୍ଷଣ ପ୍ରଦାନ କରୁଛି । ଫଳରେ ସବୁ ପ୍ରକାର ରାସ୍ତାରେ ଏହି ଗାଡ଼ିକୁ ଚଲାଇବା ଆନନ୍ଦଦାୟକ ହୋଇପାରିଛି ।
ଏହି ଷ୍ଟାଇଲିସ ସାଇନ୍ ବ୍ଲାକ୍ ସହିତ ରେଡ୍ ଷ୍ଟ୍ରାଇପ୍‌, ବ୍ଲାକ୍ ସହିତ ବ୍ଲୁ ଷ୍ଟ୍ରାଇପ୍‌, ବ୍ଲାକ୍ ସହିତ ଗ୍ରିନ୍ ଷ୍ଟ୍ରାଇପ୍‌, ବ୍ଲାକ୍ ସହିତ ଗୋଲ୍ଡ ଷ୍ଟ୍ରାଇପ୍ ଓ ବ୍ଲାକ୍ ସହିତ ଗ୍ରେ ଷ୍ଟ୍ରାଇପ୍ ଭଳି ପାଂଚଟି ରଙ୍ଗରେ ଉପଲବ୍ଧ ହୋଇଛି । ଏହାର ଏକ୍ସ ସୋ’ରୁମ୍ ମୂଲ୍ୟ (ମହାରାଷ୍ଟ୍ର) ୬୪,୯୦୦ ଟଙ୍କା ରହିଛି ।


Share It

Comments are closed.