ଭାରତରେ ଡିଜିଟାଲ ଅନ୍ତରକୁ ଦୂର କରୁଛି ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର୍‌


ଭୁବନେଶ୍ୱର : ଦେଶର ନାଗରିକ, ବ୍ୟବସାୟ ଓ ସମୁଦାୟଗୁଡିକର ଅଭିବୃଦ୍ଧି ଓ ବିକାଶ ପାଇଁ ଏକ ବ୍ରଡ୍‌ବ୍ୟାଣ୍ଡ କନେକ୍ସନ ଗୁରୁତ୍ୱପୂର୍ଣ୍ଣ ଅଟେ । ବ୍ରଡ୍‌ବ୍ୟାଣ୍ଡ ଏକ ଅତ୍ୟାବଶ୍ୟକ ଉପଯୋଗିତାରେ ପରିଣତ ହୋଇଛି ଯାହା ଲୋକମାନଙ୍କୁ ଇଂଟରନେଟ୍ ସହ ସଂଯୋଗ କରୁଛି, ଯୋଗାଯୋଗ, ଶିକ୍ଷା, ସ୍ୱାସ୍ଥ୍ୟସେବା, ବାଣିଜ୍ୟ ଆଦି ସୁବିଧା ପ୍ରଦାନ କରୁଛି । ବ୍ରଡ୍‌ବ୍ୟାଣ୍ଡ ଡିଜିଟାଲ ଅନ୍ତରକୁ ଦୂର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ତେବେ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ହାଇସ୍ପିଡ୍ ଇଂଟରନେଟ୍ ପାଇଁ ପହଂଚ ନାହିଁ, ଯେଉଁ କାରଣରୁ ଡିଜିଟାଲ ଅନ୍ତର ଦେଖାଦେଉଛି । ଏହି ସମସ୍ୟାର ସମାଧାନ ପାଇଁ ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା ଏୟାରଟେଲ୍ ସମଗ୍ର ଦେଶକୁ କନେକ୍ଟ କରିବା ଓ ଡିଜିଟାଲ ଅନ୍ତରକୁ ହ୍ରାସ କରିବାର ଲକ୍ଷ୍ୟ ସହିତ ଦେଶବ୍ୟାପୀ ବ୍ରଡ୍‌ବ୍ୟାଣ୍ଡ ସେବାକୁ ବିସ୍ତାର କରିବା ପାଇଁ ଏକ ନୂଆ ପଦକ୍ଷେପ ଉନ୍ମୋଚନ କରିଛି । ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର ହେଉଛି ଏୟାରଟେଲ୍‌ର ଏକ ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ ସର୍ଭିସ୍ ଯାହା ୧୦ଏମ୍‌ବିପିଏସ୍‌ରୁ ୧ ଜିବିପିଏସ୍ ପର୍ଯ୍ୟନ୍ତ ସ୍ପିଡ୍ ପ୍ରଦାନ କରିଥାଏ ।

ଏୟାରଟେଲ୍ ବ୍ରଡ୍‌ବ୍ୟାଣ୍ଡ ଭିତିଭୂମିକୁ ବିସ୍ତାର କରିବା ଏବଂ ଅଣସଂରକ୍ଷିତ ଅଂଚଳଗୁଡିକରେ ହାଇସ୍ପିଡ ଇଂଟରନେଟ୍ ପାଇଁ ପହଂଚ ପ୍ରଦାନ କରିବା ଲାଗି ପ୍ରତିବଦ୍ଧ ରହିଛି । ଡିସେମ୍ବର ୩୧ ତାରିଖ ୨୦୨୨ ସୁଦ୍ଧା ଏୟାରଟେଲ୍ ଏକ୍ସଟ୍ରିମ୍ ବ୍ରଡ୍‌ବ୍ୟାଣ୍ଡ ସର୍ଭିସ୍ ଦେଶର ୧୧୪୦ଟି ସହରରେ ଉପଲବ୍ଧ ରହିଛି । ନିକଟରେ ଏୟାରଟେଲ୍ ପକ୍ଷରୁ ୧୫୦ଟି ନୂଆ ସହରରେ ଏୟାରଟେଲ୍ ଏକ୍ସଟ୍ରିମ୍ ଫାଇବର ସେବାଗୁଡିକୁ ବିସ୍ତାର କରାଯିବା ସମ୍ପର୍କରେ ଘୋଷଣା କରାଯାଇଛି । ଉପଭୋକ୍ତାମାନେ ମଧ୍ୟ ନିଜ ଅଂଚଳରେ ବ୍ରଡ୍‌ବ୍ୟାଣ୍ଡ ସେବାର ଦ୍ରୁତ ସମ୍ପ୍ରସାରଣ ପାଇଁ ଏୟାରଟେଲ୍ ନିକଟରେ ନିଜର ଆବେଦନ ଦାଖଲ କରିପାରିବେ । ଡିଜିଟାଲ ଅନ୍ତରକୁ ଦୂର କରିବା ପାଇଁ ଅନ୍ୟ ଏକ ପଦକ୍ଷେପ ଭାବେ ଏୟାରଟେଲ୍ ବ୍ରଡ୍‌ବ୍ୟାଣ୍ଡ ଷ୍ଟାଣ୍ଡବାଏ ପ୍ଲାନ୍ ନାମକ ଦୁଇଟି ସୁଲଭ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍ ଶୁଭାରମ୍ଭ କରିଛି । ଏହି ନୂଆ ପ୍ଲାନ୍‌ଗୁଡିକ ବ୍ରଡ୍‌ବ୍ୟାଣ୍ଡ ଭିତିଭୂମିକୁ ଉନ୍ନତ କରିବା ଓ ସୁଲଭ ମୂଲ୍ୟରେ ହାଇସ୍ପିଡ୍ ଇଂଟରନେଟ୍ ସେବାଗୁଡିକର ପହଂଚକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି । ଏହି ଏକ୍ସଟ୍ରିମ୍ ଫାଇବର ଷ୍ଟାଣ୍ଡବାଏ ପ୍ଲାନ୍‌ଗୁଡିକର ମୂଲ୍ୟ ମାସିକ ଯଥାକ୍ରମେ ୧୯୯ ଟଙ୍କା ଓ ୩୯୯ ଟଙ୍କାରୁ ଆରମ୍ଭ ହେଉଛି ଯାହା ଅସୀମିତ ଭଏସ୍ କଲିଙ୍ଗ ଓ ଡାଟା ପ୍ରଦାନ କରୁଛି ଏବଂ ଏହାର ସ୍ପିଡ୍ ୧୦ଏମ୍‌ବିପିଏସ୍ ପର୍ଯ୍ୟନ୍ତ ରହିଛି । ୩୯୯ ଟଙ୍କାର ପ୍ଲାନ୍ ବିଭିନ୍ନ ଓଟିଟି କଂଟେଂଟ୍ ପାଇଁ ପହଂଚ ପ୍ରଦାନ କରିବା ସହ ସାଧାରଣ ଟିଭିକୁ ଏକ ସ୍ମାର୍ଟ ବକ୍ସରେ ପରିଣତ କରୁଛି ।

୧୯୯ ଟଙ୍କାର ଏଂଟ୍ରି-ଲେଭେଲ୍ ୧୦ଏମ୍‌ବିପିଏସ୍ ପ୍ଲାନ୍ ୫ ମାସର ଅବଧି ପାଇଁ ଉପଲବ୍ଧ ହେଉଛି ଏବଂ ଏଥିରେ ଏକ ମାଗଣା ୱାଇଫାଇ ରାଉଟର ରହିଛି । ମୋଟ ପ୍ଲାନ୍‌ର ମୂଲ୍ୟ ୧୬୭୪ ଟଙ୍କା ରହିଛି ଯେଉଁଥିରେ ୫୦୦ ଟଙ୍କାର ୱାନ୍‌ଟାଇମ୍ ଇନ୍‌ଷ୍ଟଲେଶନ ଚାର୍ଜ ଓ ଜିଏସ୍‌ଟି ସାମିଲ ଅଛି । ଏୟାରଟେଲ୍‌ର ଅନ୍ୟ ଏକ ଷ୍ଟାଣ୍ଡବାଏ ବ୍ରଡ୍‌ବ୍ୟାଣ୍ଡ ପ୍ଲାନ୍‌ର ମୂଲ୍ୟ ୩୯୯ ଟଙ୍କା ରହିଥିବା ବେଳେ ଏହା ୧୦ଏମ୍‌ବିପିଏସ୍ ସ୍ପିଡ୍‌ରେ ଅସୀମିତ ଡାଟା ସମେତ ଏକ ମାଗଣା ୱାଇଫାଇ ରାଉଟର, ଏକ୍ସଟ୍ରିମ୍ ବକ୍ସ ଓ ୩୫୦ରୁ ଅଧିକ ଟିଭି ଚ୍ୟାନେଲ ପାଇଁ ଆକ୍‌ସେସ ଦେଉଛି । ଏହାର ମୋଟ ମୂଲ୍ୟ ୫ ମାସ ପାଇଁ ୩୦୦୦ ଟଙ୍କା ରହିଛି ଯେଉଁଥିରେ ୫୦୦ ଟଙ୍କାର ୱାନ୍‌ଟାଇମ୍ ଇନ୍‌ଷ୍ଟଲେଶନ ଚାର୍ଜ ଓ ଜିଏସ୍‌ଟି ସାମିଲ ଅଛି । ଏୟାରଟେଲ ବିଶ୍ୱାସ କରୁଛି ଯେ, ଡିଜିଟାଲ ଅନ୍ତର ଦୂର ହେବା ଦ୍ୱାରା ଏକ ଡିଜିଟାଲ ଦୁନିଆରେ ସମୃଦ୍ଧ ହେବା ପାଇଁ ସମସ୍ତଙ୍କ ପାଇଁ ସମାନ ସୁଯୋଗ ଦିଆଯାଇପାରିବ ।


Share It

Comments are closed.