ଶନିବାର ଦିନ କରନ୍ତୁ କେବଳ ଏହି ୫ଟି କାମ, ଦୂର ହେବ ଶନିଦଶା


ଶନିଦେବଙ୍କୁ ପୂଜା କରିବା ପାଇଁ ଶନିବାର ସବୁଠୁ ଭଲ ଦିନ ବୋଲି ଗଣାଯାଇଥାଏ । ଶନିଦେବଙ୍କୁ(lord shani) ନ୍ୟାୟର ଦେବତା ବୋଲି କୁହାଯାଏ। ସୂର୍ଯ୍ୟଙ୍କ ପୁଅ ଶନି କର୍ମ ଅନୁସାରେ,ମଣିଷକୁ ତାର ଭଲ ଓ ଖରାପ ଫଳ ପ୍ରଦାନ କରନ୍ତି । ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ଶନି ଚଳନ କରନ୍ତି । ତେବେ, ସେହି ବ୍ୟକ୍ତିଙ୍କୁ ବହୁ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । ସଫଳତା ପାଇବାତ ଦୂରର କଥା ,ହେବାକୁ ଥିବା କାମ ମଧ୍ୟ ବିଗିଡି ଯାଇଥାଏ । ସେଥିପାଇଁ କିଛି ସରଳ ଉପାୟ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ । ଏହି ସରଳ ଉପାୟ ଅବଲମ୍ବନ କରିବା ଦ୍ବାରା ଶନି ଆପଣଙ୍କ ରାଶିରେ ରହିଲେ ମଧ୍ୟ କୌଣସି ପ୍ରକାର ସମସ୍ୟା ହେବ ନାହିଁ (shani upay easy remedies)। ବରଂ ଶନିଦେବଙ୍କ ଆର୍ଶିବାଦ ଆପଣଙ୍କୁ ପ୍ରାପ୍ତ ହେବ।

ହନୁମାନ ଚାଲିସା ପାଠ କରନ୍ତୁ : ଶନିଙ୍କ (lord shani) କୋପରୁ ରକ୍ଷା ପାଇବା ପାଇଁ ଆପଣ ଖାସ୍ କରି ଶନିବାର ଦିନ ହନୁମାନ ଚାଳିସା ପାଠ କରନ୍ତୁ । ଯଦି ଆପଣଙ୍କ ରାଶିରେ ସାଢେ ଶନି ଅଛନ୍ତି ଅର୍ଥାତ୍ ଆପଣଙ୍କ ଉପରେ ଶନିଙ୍କ କୋପ ରହିଛି । ତେବେ,ପ୍ରତ୍ୟକ ଶନିବାର ପ୍ରାତଃ ସମୟରେ ହନୁମାନ ଚାଳିସା ପାଠ କଲେ ଶନିଙ୍କ କୋପ ଆପଣଙ୍କ ଉପରୁ ଦୂର ହୋଇଯିବ । ଶନି ମନ୍ତ୍ର ଜପ କରନ୍ତୁ : ଓଁ ପ୍ରାଂ ପ୍ରିଂ ପ୍ରୌଂ ସଃ ଶନୀଶ୍ଚରାୟ ନମଃ । ଏହି ମନ୍ତ୍ର ଖାସ୍ କରି ଶନିବାର ଦିନ ସ୍ନାନ କରି ଠାକୁର ପୂଜା ପରେ ଏହି ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ବାରା ଶନିଦଶା ଦୂର ବା ଶନିଙ୍କ (shani)କୋପ ଆପଣଙ୍କ ଉପରୁ ଦୂର ହୋଇଯିବ।

ତେଲ ଏବଂ ରାଶି ଦାନ କରନ୍ତୁ: ସେହିପରି ଶନିବାର ଦିନ, ଶନିଦେବଙ୍କ ମନ୍ଦିରରେ ଆପଣ ତେଲ ବା ରାଶି ଚଢାନ୍ତୁ । ଶନିଦେବଙ୍କର ଅତିପ୍ରିୟ ହେଉଛି ରାଶି । ବିଶ୍ୱାସ କରାଯାଏ ଯେ, ଏହି ଜିନିଷଗୁଡିକ ଦାନ କରିବା ଦ୍ୱାରା ଶନିଗ୍ରହ ଶାନ୍ତ ହୋଇଥାନ୍ତି। ଏବଂ ଜଣେ ଶନି ଦେବଙ୍କ ଆଶୀର୍ବାଦ ପାଇଥାଏ । ଶାସ୍ତ୍ର ଅନୁଯାୟୀ,ଶନିବାର ଦିନ,ଦାନ କରିବା ଦ୍ବାରା ଜଣେ ବ୍ୟକ୍ତିର ବିଭିନ୍ନ ସମସ୍ୟା ଦୂର ହୋଇଥାଏ

ଦୁଦୁରା ଗଛର ଚେର ଧାରଣ କରନ୍ତୁ: ଶନିଙ୍କ ଆର୍ଶିବାଦ ପାଇବା ପାଇଁ ଆପଣ, ଦୁଦୁରା ଗଛର ମୂଳ ଚେରକୁ ଆଣି ହସ୍ତରେ ଧାରଣ କରିପାରିବେ। ଶନିବାର ଦିନ ସ୍ନାନ ପରେ , ସକାଳୁ ଦୁଦୁରା ଗଛର ଚେରର ମୂଳକୁ ବେକ କିମ୍ବା ବାମ ହାତରେ ଧାରଣ କରିପାରିବେ। ଶନିବାର ସକାଳ ସମୟ କିମ୍ବା ଶନି ନକ୍ଷତ୍ରରେ ଏହି ଗଛର ମୂଳ ପିନ୍ଧିବା ଶୁଭ ବୋଲି ବିବେଚନା କରାଯାଏ।


Share It

Comments are closed.