ଶାହାରୁଖ ଖାନଙ୍କ ଏହି କଫି ମଗର ଦାମ ଉଡାଇଦେବ ଆପଣଙ୍କ ହୋସ : ଜାଣନ୍ତୁ କଣ ଏହାର ବିଶେଷତ୍ଵ?


କିଙ୍ଗ୍ ଖାନ୍ ନାମରେ ପରିଚିତ ଶାହରୁଖ ଖାନଙ୍କର ସମଗ୍ର ବିଶ୍ୱରେ ପ୍ରଶଂସକ ଅଛନ୍ତି। ନିଜ ଫିଲ୍ମ, ଘର, କାର୍ କଲେକ୍ସନ ବ୍ୟତୀତ ଦୈନନ୍ଦିନ ବ୍ୟବହୃତ ଜିନିଷ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି ଏହି ଅଭିନେତା । ଆଜି ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ତାଙ୍କର ର ଏକ ଆକ୍ସେସରିଜ୍ ବିଷୟରେ କହିବାକୁ ଯାଉଛୁ ଯାହାକୁ ସେ ପ୍ରାୟତଃ ନିଜ ସହିତ ନେଇ ଯାଆନ୍ତି । ବାସ୍ତବରେ ଏକ ଭିଡିଓରେ କିଙ୍ଗ୍ ଖାନଙ୍କ ହାତରେ କଫି ମଗ ଧରିଥିବାର ଦେଖିବାକୁ ମିଳିଛି। ଏହାପରେ ଏହି ଫଟୋ ଏତେ ଭାଇରାଲ ହୋଇଥିଲା ଯେ ସମସ୍ତେ ଏହା ବିଷୟରେ ଜାଣିବାକୁ ଚାହୁଁଛନ୍ତି । ଆମେ ଆପଣଙ୍କୁ ଏହି ମଗର ମୂଲ୍ୟ ଏବଂ ବିଶେଷତା ବିଷୟରେ କହୁଛୁ । ଏହା ସହ ଆପଣ ଏହାକୁ କେଉଁଠି ଅର୍ଡର କରିପାରିବେ ତାହା ମଧ୍ୟ କହିବୁ ।

ଏହାର ଦାମ୍ ଏତେ ଅଧିକ

କିଙ୍ଗ୍ ଖାନ୍ ଙ୍କ କଫି ମଗ୍ ର ମୂଲ୍ୟ ପାଖାପାଖି ୩୫,୦୦୦ ଟଙ୍କା ରହିଛି। ଏଭଳି ସ୍ଥିତିରେ ଏକ ବଡ଼ କମ୍ପାନୀର ୩୫୦୦ କର୍ମଚାରୀ ଥରେ ଆରାମରେ ଚା’ ପିଇପାରିବେ। ଏହି ମଗର ନାମ ହେଉଛି Ember Temperature Control Travel Mug 2 । ଆପଣ ଏହାକୁ ଇ-କମର୍ସ ୱେବସାଇଟ୍ ଆମାଜନରୁ ଅର୍ଡର କରିପାରିବେ । ଏହି ମଗ୍ ଗୋଟିଏ ଚାର୍ଜରେ ୩ ଘଣ୍ଟା ଆରାମରେ ଚାଲିପାରିବ ଏବଂ ଆପଣ ଏହାକୁ ଫୋନ୍ ସାହାଯ୍ୟରେ ଅପରେଟ୍ କରିପାରିବେ।

ଏହି ମଗରେ ଟଚ୍ ନିୟନ୍ତ୍ରଣ ଉପଲବ୍ଧ ଅଛି। ଆମ୍ବର ଲୋଗୋରେ କ୍ଲିକ୍ କରିବା ମାତ୍ରେ ମଗ୍ ସହ ଜଡ଼ିତ ଅନ୍ୟାନ୍ୟ ତଥ୍ୟ ଯଥା ତାପମାତ୍ରା, ବ୍ୟାଟେରି ପ୍ରତିଶତ ଇତ୍ୟାଦି ଦେଖିବାକୁ ମିଳିଥାଏ। ଏହି ମଗ ସ୍ୱତଃସ୍ପୃତ ଭାବରେ ଅନ ଏବଂ ସ୍ଲିପ୍ ମୋଡ୍ ରେ ଯାଏ । ଏହାକୁ ଚାର୍ଜ କରିବା ପାଇଁ ମଗ ସହିତ ଏକ କୋଷ୍ଟର ମିଳେ। ମଗର ଆଭ୍ୟନ୍ତରୀଣ ଅଂଶ ଇସ୍ପାତରେ ନିର୍ମିତ ଯାହା ପାଣି କିମ୍ବା ଅନ୍ୟ ତରଳ ପଦାର୍ଥକୁ ଗରମ ରଖିଥାଏ ।

ସମସ୍ତେ ଯବାନକୁ ଅପେକ୍ଷା କରିଛନ୍ତି।

ସେପଟେ କିଙ୍ଗଖାନଙ୍କ ଆଗାମୀ ଫିଲ୍ମ ଜବାନକୁ ସମସ୍ତେ ଅପେକ୍ଷା କରିଛନ୍ତି । ଫିଲ୍ମଟି ଆସନ୍ତା ମାସ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମରେ ଶାହାରୁଖ ଖାନଙ୍କ ବ୍ୟତୀତ ବିଜୟ ସେତୁପତି, ନୟନତାରା, ସାନ୍ୟା ମଲହୋତ୍ରା ଏବଂ ପ୍ରିୟମଣି ମଧ୍ୟ ନଜର ଆସିବେ । ଏହି ସିନେମାରେ କିଙ୍ଗ୍ ଖାନ୍ ସମାଜରେ ଘଟୁଥିବା ଭୁଲ କଥାକୁ ସୁଧାରି ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି। ଏହା ପୂର୍ବରୁ ଶାହାରୁଖ ଖାନଙ୍କ ଫିଲ୍ମ ପଠାନ ବଡ ପରଦାରେ ହିଟ ହୋଇଥିଲା ଏବଂ ଫିଲ୍ମ କୋଟି କୋଟି ଆୟ କରିଛି ।


Share It

Comments are closed.