ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଆକର୍ଷଣୀୟ ଅଫର ସହିତ ବିବାହ ସମ୍ଭାର ଉନ୍ମୋଚିତ


ଭୁବନେଶ୍ୱର: ଅଗ୍ରଣୀ ଗହଣା ବିକ୍ରେତା ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ଆଗାମୀ ବିବାହ ଋତୁ ପାଇଁ ସୁନ୍ଦର ଏବଂ ଉତ୍କୃଷ୍ଟ ଡିଜାଇନ୍ ହୋଇଥିବା ବିବାହ ଗହଣା ସମ୍ଭାର ଉନ୍ମୋଚନ କରିଛି । ସୁନ୍ଦରୀ କନ୍ୟାମାନଙ୍କ ପାଇଁ ଡିଜାଇନ୍ କରାଯାଇଥିବା ଏହି ସ୍ୱତନ୍ତ୍ର ସମ୍ଭାରରେ ସୁନା, ହୀରା, ପ୍ଲାଟିନମ୍‌, ରୁପା, ଗସିପ୍ ଏବଂ ଜେମଷ୍ଟୋନ୍ ଗହଣା ଉପରେ ଆକର୍ଷଣୀୟ ଅଫର ରହିଛି ।
ପ୍ରସିଦ୍ଧ ଅଭିନେତ୍ରୀ ଏବଂ ବ୍ରାଣ୍ଡ ଆମ୍ବାସାଡର ଜୟା ଅହସାନ ଏବଂ ଇଶା ସାହାଙ୍କ ଦ୍ୱାରା ସଜ୍ଜିତ ରାଜୱାଡା ବିବାହ ସମ୍ଭାରରେ ପାରମ୍ପରିକ ମୋଟିଫ ଏବଂ ସମସାମୟିକ ଡିଜାଇନର ଏକ ଉତ୍କୃଷ୍ଟ ମିଶ୍ରଣ ରହିଛି । ଏହି ସମ୍ଭାରରେ ନେକଲେସ୍‌, ଚୁଡ଼ି, କାନଫୁଲ, ମୁଦି, ପେଣ୍ଡେଂଟ୍ ଭଳି ଅନେକ ସୁକ୍ଷ୍ମ ଭାବରେ ପ୍ରସ୍ତୁତ ଅଳଙ୍କାର ରହିଛି, ଯେଉଁଥିରେ ଭବ୍ୟତା ଏବଂ ଗ୍ଲାମର ପ୍ରଦର୍ଶନ କରାଯାଇଛି ।
ବିବାହ ଋତୁର ଆନନ୍ଦ ବଢ଼ାଇବା ପାଇଁ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ ପକ୍ଷରୁ ସୁନା, ହୀରା, ରୂପା ଏବଂ ପ୍ଲାଟିନମ୍ ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ରିହାତି ସହିତ ହୀରା, ଗସିପ୍ ଏବଂ ଜେମଷ୍ଟୋନ କ୍ରୟ ମୂଲ୍ୟ ଉପରେ ସ୍ୱତନ୍ତ୍ର ଅଫର ପ୍ରଦାନ କରାଯାଉଛି । ଏହି ସ୍ୱତନ୍ତ୍ର ଅଫରଗୁଡିକ ଗହଣା ଚୟନ ଏବଂ ଉପହାର ଦେବାର ଅଭିଜ୍ଞତାକୁ ଆନନ୍ଦର ସ୍ପର୍ଶ ଦେବା ପାଇଁ ଡିଜାଇନ୍ କରାଯାଇଛି ଯାହା ଦ୍ୱାରା ଗ୍ରାହକମାନେ ବ୍ୟାପକ ସମ୍ଭାରରୁ ସେମାନଙ୍କ ପସନ୍ଦର ଗହଣାଗୁଡିକୁ ଚୟନ କରିପାରିବେ ।
ସେନ୍‌କୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍‌ସର ନିର୍ଦ୍ଦେଶକ ତଥା ମାର୍କେଟିଂ ଆଣ୍ଡ ଡିଜାଇନ ମୁଖ୍ୟ ଶ୍ରୀମତୀ ଜୋଇତା ସେନ କହିଛନ୍ତି ଯେ, “ଆଗାମୀ ବିବାହ ଋତୁ ପାଇଁ ଆମର ସମ୍ଭାରକୁ ଅତୁଳନୀୟ ଅଫର ସହିତ ଉପସ୍ଥାପନ କରି ଆମେ ଆନନ୍ଦିତ । ଆମର ସ୍ୱତନ୍ତ୍ର ଡିଜାଇନଗୁଡ଼ିକ ଆମର କୁଶଳୀ କାରିଗରମାନଙ୍କ ଦ୍ୱାରା ସତର୍କତାର ସହ ପ୍ରସ୍ତୁତ କରାଯାଇଛି ଯାହାର ଲକ୍ଷ୍ୟ ହେଉଛି ଆମର ବିଶ୍ୱସ୍ତ ଗ୍ରାହକମାନଙ୍କୁ ଏହି ଭବ୍ୟ ସମ୍ଭାର ଉପରେ ଗୁରୁତ୍ୱପୂର୍ଣ୍ଣ ରିହାତି ସହିତ ଆକର୍ଷିତ କରିବା । ବିବାହ ଋତୁ ହେଉଛି ପରିବାରମାନଙ୍କ ପାଇଁ ଏକାଠି ହେବାର ଏକ ସମୟ ଏବଂ ଆମେ ଏକ ସୁଲଭ ସଂଗ୍ରହ ପ୍ରଦାନ କରି ସେମାନ ଖୁସିରେ ଯୋଗଦାନ କରିବାକୁ ଚାହୁଁଛୁ ଯାହା ପ୍ରତ୍ୟେକ ସ୍ୱାଦକୁ ପୂରଣ କରିବ ।’’
ଏହି ଅବସରରେ ଗ୍ରାହକମାନେ ସୁନା ଗହଣା ଗଢ଼ା ମୂଲ୍ୟ ଉପରେ ୧୫-୩୦% ପର୍ଯ୍ୟନ୍ତ ରିହାତି, ହୀରା ମୂଲ୍ୟ ଉପରେ ୫-୨୫% ପର୍ଯ୍ୟନ୍ତ ରିହାତି, ପ୍ଲାଟିନମ ଗହଣା ଗଢ଼ା ମୂଲ୍ୟ ଉପରେ ୧୫% ରିହାତି, ଷ୍ଟଡେଡ୍ ଗହଣାରେ ଖଚିତ ହୀରା ଉପରେ ୧୫% ରିହାତି, ଗସିପ ସମ୍ଭାର ଏମ୍‌ଆର୍‌ପି ଉପର ୧୫% ରିହାତି, ରୁପା ଗହଣା ଗଢ଼ା ମୂଲ୍ୟ ଉପରେ ୧୫% ରିହାତି ଏବଂ ଷ୍ଟୋନ୍ ମୂଲ୍ୟ ଉପରେ ୧୦% ରିହାତି ପାଇପାରିବେ ।


Share It

Comments are closed.