ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଉତ୍ସାହଜନକ ଟାଇ


କଟକ,୨ ଜାନୁଆରୀ ୨୦୨୪: ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି ୨ୟ ମ୍ୟାଚ୍‌ରେ ମଧ୍ୟ ଟାଇ ଦେଖିବାକୁ ମିଳିଛି । ଚେନ୍ନାଇ କ୍ୱିକ ଗନ୍ସ ଓ ଓଡିଶା ଜଗରନଟ୍ସ ମଧ୍ୟରେ ୧ମ ମ୍ୟାଚରେ ଟାଇ ହେବା ପରେ କଟକର ଜୱାହାରଲାଲ ନେହେରୁ ଗୁଜରାଟ ଜିଆଂଟ୍ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ଖେଳାଯାଇଥିବା ୨ୟ ମଧ୍ୟ ମ୍ୟାଚ୍ ଉତ୍ସାହଜନକ ଟାଇରେ ଶେଷ ହୋଇଛି । ଗୁଜରାଟ ଜିଆଂଟ୍‌ସ ଓ ମୁମ୍ବାଇ ଖିଲାଡିସ ମଧ୍ୟରେ ୨୬-୨୬ ପଏଂଟର କଡା ପ୍ରତିଦ୍ୱନ୍ଦିତା ହୋଇଥିଲା । ଏହାପୂର୍ବରୁ ଚେନ୍ନାଇ କ୍ୱିକ ଗନ୍ସ ଓ ଓଡିଶା ଜଗରନଟ୍ସ ମଧ୍ୟରେ ୩୦-୩୦ ପଏଂଟରେ ମ୍ୟାଚ ଟାଇ ରହିଥିଲା । ଶେଷ ମୂହୁର୍ତରେ ମାତ୍ର ୩ ସେକେଣ୍ଡ ପୂର୍ବରୁ ରାମଜୀ କଶ୍ୟପ ଗୋଟିଏ ପଏଂଟ ହାସଲ କରି ଚେନ୍ନାଇ କ୍ୱିକ ଗନ୍ସକୁ ପରାଜିତ ହେବାରୁ ବଂଚାଇ ଦେଇଥିଲେ । ଚଳିତ ସିଜନରେ ଉଭୟ ଟିମ ୨ୟ ଥର ପାଇଁ ଟାଇ ଖେଳିଥିଲେ । ଏହି ମ୍ୟାଚ ପରେ ଚେନ୍ନାଇ ପଏଂଟ ତାଲିକାରେ ପ୍ରଥମ ସ୍ଥାନରେ ରହିଛି । ଆସନ୍ତାକାଲି (ବୁଧବାର) ମୁମ୍ବାଇ ଖିଲାଡିସ, ତେଲୁଗୁ ୟୋଦ୍ଧାସ୍ ବିରୋଧରେ ଏବଂ ରାଜସ୍ଥାନ ୱାରିୟର୍ସ, ଓଡିଶା ଜଗରନଟ୍ସ ବିରୋଧରେ ପ୍ରତିଦ୍ୱନ୍ଦିତା କରିବ ।

ଖୋ ଖୋ ଫେଡେରେଶନ ଅଫ୍ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ୍ ଅଣ-କ୍ରିକେଟ୍ ଲିଗ୍ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍‌ର ଲାଇଭ୍ କଭରେଜ ସହିତ ସିଜନ୍ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ୍ ନେଟ୍‌ୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ଆଜିର ମ୍ୟାଚରେ ଗୁଜୁରାଟ ଜିଆଂଟ୍‌ସ ଦଳରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ଆଦି ସାମିଲ ଥିଲେ । ସେହିପରି ମୁମ୍ବାଇ ଖିଲାଡିସ ଦଳରେ ଗଜାନନ ସେଙ୍ଗଲ, ଶ୍ରୀଜେଶ ଏସ, ମହେଶ ସିନ୍ଦେ, ଅନିକେତ ପୋଟେ, ଶୁଭାଶିଷ ସାନ୍ତ୍ରା, ହୃଷିକେଶ ମୁର୍ଚାୱାଡେ, ରୋକେସନ ସିଂ, ପି ଶିବା ରେଡ୍ଡୀ, ଗୋବିନ୍ଦ ଯାଦବ, ଅଭିକ ସିଂହ, ମିଲିନ୍ଦ କୁର୍ପେ, ସୁନୀଲ ପାତ୍ର, ସୁଧୀର କୁମାର, ଏମଡି ଆଇମନ ପାଶା, ସାଗର ପୋତଦାର, ରୋହନ କୋରେ, କୋମଲ, ପାୱାର ସଚିନ, ଧୀରଜ ଭାବେ, ଦେବାଶିଷ, ଶିବା, ଅଜୟ କଶ୍ୟ, ପ୍ରୀତମ ଚୌଗୁଲେ, ସିବିନ ଏମ, ଅଭିଷେକ ପଥରୋଦେ ଏବଂ ପରମାର ରାହୁଲ ସାମିଲ ଥିଲେ ।


Share It

Comments are closed.