ସାମସଙ୍ଗ ଭାରତ ବଜାରକୁ ଆଣିଲା ଓନିକ୍ସ ସିନେମା ଏଲଇଡ଼ି ସ୍କ୍ରିନ


ଦେଶର ବିଶ୍ୱସନୀୟ ତଥା ଅଗ୍ରଣୀ ଖାଉଟି କଂଜ୍ୟୁମର ବ୍ରାଣ୍ଡ ସାମସଙ୍ଗ ସିନେମାକୁ ଅଧିକ ଉପଭୋଗ୍ୟ କରିବା ଉଦ୍ଦେଶ୍ୟରେ ବିଶ୍ୱର ପ୍ରଥମ ଓନିକ୍ସ ସିନେମା ଏଲଇଡ଼ି ସ୍କ୍ରିନ ଭାରତ ବଜାରକୁ ଆଣିଛି । ସାମସଙ୍ଗ ସର୍ବଦା ନୂତନ ଓ ଉକ୍ରର୍ଷରେ ବିଶ୍ୱାସ ରଖିଥାଏ । ନୂତନ ସାମଗ୍ରୀର ବଜାର ପ୍ରବେଶ ଅବସରରେ ସାମସଙ୍ଗ ଇଣ୍ଡିଆର ଖାଉଟି ଇଲେକଟ୍ରୋନିକ୍ସ ଏଣ୍ଟରପ୍ରାଇଜ ବ୍ୟବସାୟ ଉପସଭାପତି ପୁନିତ ସେଟ୍ଟୀ କହିଛନ୍ତି ଯେ, ଚଳଚ୍ଚିତ୍ର ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତି ସଂପନ୍ନ ଥିଏଟର ବ୍ୟବସ୍ଥା ପ୍ରତି ଆଗ୍ରହ ବୃଦ୍ଧି ପାଉଛି । ଭାରତକୁ ଏଲଇଡ଼ି ସ୍କ୍ରିନ ଆଣି ସାମସଙ୍ଗ ଏକ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଣିବା ପାଇଁ ଲକ୍ଷ୍ୟ ରଖିଛି । ଏହା ଚଳଚ୍ଚିତ୍ର ଦର୍ଶକଙ୍କୁ ଏକ ନୂତନ ଅନୁଭବ ଏବଂ ପରିବେଶ ଯୋଗାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଓନିକ୍ସ ନାମରେ ଥିବା ରତ୍ନ ପଥର ଦ୍ୱାରା ଅନୁପ୍ରାଣିତ ହୋଇ ସେହି ନାମରେ ଓନିକ୍ସ ପରଦା ବଜାରକୁ ଅଣାଯାଇଛି । ଏହା ଅନନ୍ୟ ଅନୁଭୂତି ପ୍ରଦାନ କରିବ । ପ୍ରକୃତ କଳା ରଙ୍ଗ ପାଇଁ ଏହାର ଛବିର ଗୁଣାତ୍ମକ ମାନ ବେଶ ଉନ୍ନତ ରହିବ । ଓନିକ୍ସ ଭିୟୁ, ଓନିକ୍ସ ୩ଡ଼ି, ଓନିକ୍ସ ସାଉଣ୍ଡ କିସମର ଏହି ପରଦା ବଜାରକୁ ଅଣାଯାଇଛି । ଓନିକ୍ସ ଭିୟୁରେ ଇନଫିନିଟି କ୍ରାଷ୍ଟ ଓ ସ୍ୱତନ୍ତ୍ର ଲୋ-ଟୋନ ଗ୍ରେସ୍କେଲ ସେଟିଂ ରହିଛି । ଫଳରେ ଏଥିରେ ବିଷୟବସ୍ତୁ ବେଶ ଉଜ୍ୱଳ ଦେଖାଯାଇଥାଏ । ସାଧାରଣ ସିନେମା ପ୍ରୋଜେକ୍ଟର ତୁଳନାରେ ଏଥିରେ ୧୦ଗୁଣ ଅଧିକ ଉଜ୍ୱଳ ସହ ଛବି ଦେଖାଯାଇଥାଏ । ଏଥିରେ ସନ୍ତୁଳିତ ଭାବେ ସମସ୍ତ ଛବି ଦେଖାଯାଇଥାଏ । ଏହା ହେଉଛି ପ୍ରଥମ ଡ଼ିସିଆଇ ପ୍ରମାଣିତ ସିନେମା ସ୍କ୍ରିନ ଏବଂ ବିଭିନ୍ନ ଆକୃତିରେ ଏହା ଉପଲବ୍ଧ । ଏଥିରେ ୩ଡ଼ି ଚଳଚ୍ଚିତ୍ର ଅଧିକ ଗୁଣବତାର ସହ ପ୍ରଦର୍ଶନ କରାଯାଇପାରିବ । ଏଥିରେ ଶବ୍ଦ ବ୍ୟବସ୍ଥା ମଧ୍ୟ ବେଶ ସୁହାଇଲା ପରି କରାଯାଇଛି । ଏହାର ଶବ୍ଦ ବ୍ୟବସ୍ଥାରେ ହରମନ ଇଣ୍ଟନ୍ୟାସନାଲ ପ୍ରଯୁକ୍ତି ଉପଯୋଗ କରାଯାଇଛି ।


Share It

Comments are closed.